Women are not Safe in West Bengal: ମହିଳା ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ ଅସୁରକ୍ଷିତ ମହିଳା, ମାସେ ନପୂରୁଣୁ ପୁଣି ଜଘନ୍ୟକାଣ୍ଡ…

କୋଲକାତାରେ ପୁଣି ଲଜ୍ଜା । ମାସେ ନପୂରୁଣୁ ପୁଣି ଅସୁରକ୍ଷିତ ନାରୀ । ବାରମ୍ବାର ପଶ୍ଚିମବଙ୍ଗରେ ଦୁଷ୍କର୍ମର ଖବର ଆସୁଥିବା ବେଳେ ଜଣେ ନାରୀ ମୁଖ୍ୟମନ୍ତ୍ରୀ ଥିବା ରାଜ୍ୟରେ ନାରୀଟିଏ କେତେ ଅସୁରକ୍ଷିତ ବୋଲି ପ୍ରଶ୍ନ ଉଠୁଛି

West Bengal

West Bengal Photograph: (sambad.in)

କୋଲକାତା: କୋଲକାତାରେ ପୁଣି ଲଜ୍ଜା । ମାସେ ନପୂରୁଣୁ ପୁଣି ଅସୁରକ୍ଷିତ ନାରୀ । ବାରମ୍ବାର ପଶ୍ଚିମବଙ୍ଗରେ ଦୁଷ୍କର୍ମର ଖବର ଆସୁଥିବା ବେଳେ ଜଣେ ନାରୀ ମୁଖ୍ୟମନ୍ତ୍ରୀ ଥିବା ରାଜ୍ୟରେ ନାରୀଟିଏ କେତେ ଅସୁରକ୍ଷିତ ବୋଲି ପ୍ରଶ୍ନ ଉଠୁଛି । ଯଦିଓ ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣାରେ ମମତା ବାନାର୍ଜୀ ଝିଅ ପିଲା ରାତିରେ କଣ ପାଇଁ ବାହାରକୁ ବାହାରୁଛନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ । ଯାହା ଫଳରେ ତାଙ୍କ ବୟାନକୁ ନେଇ ବିବାଦ ବଢିଥିଲା । ହେଲେ ଗତ ଦୁଇ ଦିନ ତଳେ ପୁଣି ପଶ୍ଚିମବଙ୍ଗରେ ଗୋଟେ ୪ ବର୍ଷର ଶିଶୁକୁ ଦୁଷ୍କର୍ମ ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି ।

କୋଲକାତା ଆରଜି କର ମେଡିକାଲ କଲେଜରେ ଦୁଷ୍କର୍ମ ପରେ ଯୁବତୀଙ୍କ ମୃତ୍ୟୁ ଏବଂ ପରେ ଦୁର୍ଗାପୁରରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ କ୍ୟାମ୍ପସ ବାହାରେ ଥିବା ଜଙ୍ଗଲିଆ ଅଞ୍ଚଳରେ ନିଜ ବୟଫ୍ରେଣ୍ଡ ଏବଂ ଅନ୍ୟମାନଙ୍କ ଦ୍ବାରା ଗଣଦୁଷ୍କର୍ମ ଘଟଣା ପୂରା ଦେଶକୁ ଦୋହଲାଇ ଦେଇଥିଲା । ଯଦିଓ କଡା ଆକ୍ସନ ପରେ ଦୋଷୀଙ୍କୁ ବନ୍ଧା ଯାଇଥିଲା ଆଉ ଲାଗୁଥିଲା ଏବେ ପଶ୍ଚିମବଙ୍ଗରେ ଏମିତି ଆଉ ଲଜ୍ଜା ଘଟିବନି ବୋଲି । ହେଲେ ହୁଗୁଳିର ହୃଦୟ ବିଦାରକ ଘଟଣା ସବୁ ସୀମା ପାର କରିଦେଇଛି । ଯେଉଁଠି ଜଣେ ବୃଦ୍ଧ ଜେଜେବାପା ତାର ୪ ବର୍ଷର ନାତୁଣୀକୁ ମଶାରୀ ତଳୁ ଟେକି ନେଇ ଦୁଷ୍କର୍ମ କରିଛି । ଏମିତି ଏକ ଲଜ୍ଜାଜନକ ଘଟଣା ମଣିଷ ସମାଜର ମୁଣ୍ଡକୁ ତଳକୁ କରି ଦେଇଛି ।

ତେବେ ହୁଗୁଳିର ଏ ହୃଦୟବିଦାରକ.. ଅମାନବିକ… ଅମାନୁଷିକ… ଲୋମଟାଙ୍କୁରା… ସମାଜର ମୁଣ୍ଡ ତଳକୁ ହେଲା ପରି ଲଜ୍ଜାଜନକ ଘଟଣା ଯିଏ ଶୁଣୁଛି ସିଏ କାନରେ ହାତ ଦେଇ ଦେଉଛି । ଯେଉଁଠି ଜଣେ କୁନି ଝିଅକୁ ଝୁଣି ଖାଇଯାଇଛି ତା ସମ୍ପର୍କୀୟ । ଆପଣ ଶୁଣିଲେ ଅବାକ ହେବେ କି ଗୋଟେ ଛୋଟ ପିଲା ଯାହାର ବୟ ମାତ୍ର ୪ ବର୍ଷ । ସେମିତି ଜଣେ ୪ ବର୍ଷର ଶିଶୁକନ୍ୟାକୁ ତା ନିଜ ଜେଜେବାପା ଦୁଷ୍କର୍ମ କରିଛି । ଜେଜେମାଆ ପେଟ ତଳେ ଶୋଇଥିବା ୪ ବର୍ଷର ନାତୁଣିକୁ ଟେକି ନେଇ ତା ଜେଜେ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଜାତୀୟ ଗଣମାଧ୍ଯମର ଖବର ପ୍ରକାଶ ପାଇଛି କି ଦୁଷ୍କର୍ମ ଘଟଣାରେ ଯେଉଁ ଜଣଙ୍କୁ ଗିରଫ କରାଯାଇଛି ସିଏ ହିଁ ଉକ୍ତ ଶିଶୁର ଜେଜେବାପା ।

Hooghly Horror
Hooghly Horror Photograph: (sambad.in)

ଜେଜେ ନାଁରେ କଳଙ୍କ...

ତେବେ କୋଲକତା ହୁଗୁଳିରୁ ଆସିଥିବା ଏ ହୃଦୟବିଦାରକ ଘଟଣା ମଣିଷ ସମାଜରେ ଏକ ବିରାଟ ଲଜ୍ଜା । ଯାହା ପାଖେ ନାତି ନାତୁଣି ପିଲା ଦିନ କାଟିବାକୁ ଭଲ ପାଆନ୍ତି ସେମାନଙ୍କ ସହ ମିଶି ଖେଳନ୍ତି, ବୁଲନ୍ତି, ଗପ ଶୁଣନ୍ତି ସେଠି ଜଣେ ଜେଜେବାପା ଜହ୍ଲାଦ ସାଜିଛି ଆଉ ଜୀବନ କଣ ଜାଣିନଥିବା ଗୋଟେ ଶିଶୁକୁ ଦୁଷ୍କର୍ମର ଶିକାର ହେବାକୁ ପଡିଛି । 

ରବିବାର ପଶ୍ଚିମବଙ୍ଗର ହୁଗୁଲିରେ ଜଣେ ଚାରି ବର୍ଷର ଶିଶୁକନ୍ୟା ତା ଜେଜେମାଆ ପାଖରେ ଶୋଇଥିବା ବେଳେ ତାକୁ ଅପହରଣ କରାଯାଇ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ପୁଲିସର ସୂଚନା ଅନୁଯାୟୀ, ଘଟଣାଟି ତାରକେଶ୍ୱର ରେଳ ଷ୍ଟେସନ ପରିସରରେ ଘଟିଥିଲା। ଷ୍ଟେସନରେ ଶିଶୁଟିର ପରିବାର ଆଶ୍ରୟ ନେଉଥିଲେ। ସେମାନେ ପ୍ରାୟ ଯାଯାବର ଶ୍ରେଣୀର ଲୋକ । ଦାଏର କରାଯାଇଥିବା ଏକ ଅଭିଯୋଗରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଶିଶୁଟି ଶୋଇଥିବା ସମୟରେ ତାଙ୍କୁ ମଶାରି ଭିତରୁ ଅପହରଣ ଯାଇଥିଲା।

ନାଳରୁ ରକ୍ତାକ୍ତ ଅବସ୍ଥାରେ ମିଳିଳା କୁନି ଝିଅ

ଭୋର ସମୟରେ ଶିଶୁଟି ନିଖୋଜ ହେବା ପରେ ପରିବାର ଲୋକେ ଖୋଜାଖୋଜି କରିଥିଲେ। ସମ୍ପର୍କୀୟମାନେ ଅପରାହ୍ନରେ ଷ୍ଟେସନ ପାଖ ଏକ ନାଳ ନିକଟରେ ତାକୁ ରକ୍ତାକ୍ତ ଅବସ୍ଥାରେ ପାଇଥିଲେ। ଶିଶୁକୁ ତୁରନ୍ତ ତାରକେଶ୍ୱର ଗ୍ରାମୀଣ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରମାନେ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ଏହାପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ପରିବାର ଲୋକେ ହସ୍ପିଟାଲ କର୍ମଚାରୀ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାରେ ବିଳମ୍ବ କରିଥିବା ଅଭିଯୋଗ କରି କହିଛନ୍ତି। ଶିଶୁଟିର ଗୁପ୍ତାଙ୍ଗରୁ ରକ୍ତସ୍ରାବ ହେଉଥିଲା। ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ ତୁରନ୍ତ ପୁଲିସକୁ ସୂଚନା ଦେଇ ନଥିଲେ। 

ଆହୁରି ପଢନ୍ତୁ- Bihar Exit Poll: ବିହାରରେ ପୁଣି ଏନଡିଏ ସରକାର! ସାମ୍ନାକୁ ଆସିଲା ବୁଥ ବାହୁଡା ମତ

ପୁଲିସ ଶିଶୁଟିକୁ ଅଧିକ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲକୁ ପୁଣି ନେଇଥିଲେ। ଏନେଇ ବିଜେପି ନେତା ଏବଂ କର୍ମୀମାନେ ପ୍ରତିବାଦ କରି ହସ୍ପିଟାଲ ପରିସରରେ ହଙ୍ଗାମା କରିଥିଲେ। ସେମାନେ ପୁଲିସ ଏବଂ ଡାକ୍ତର ଉଭୟଙ୍କ ବିରୋଧରେ ଅବହେଳା କରିଥିବର ଅଭିଯୋଗ ଆଣିଛନ୍ତି। ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ  ମମତା ବାନାର୍ଜୀ ସରକାରଙ୍କୁ କଡ଼ା ସମାଲୋଚନା କରି ତାଙ୍କୁ  ଜଣେ ବିଫଳ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି।

ସେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ତାରକେଶ୍ୱରରେ ଏକ ୪ ବର୍ଷର ଶିଶୁକନ୍ୟା ଦୁଷ୍କର୍ମର ଶିକାର ହୋଇଛି। ପରିବାର ଲୋକ ପୁଲିସ ଷ୍ଟେସନକୁ ଦୌଡ଼ିଲେ, କିନ୍ତୁ ଏଫଆଇଆର ପଞ୍ଜିକୃତ ହେଲା ନାହିଁ! ତାଙ୍କୁ ହସ୍ପିଟାଲକୁ ନିଆଯାଇଛି ସେଠାରୁ ତାଙ୍କୁ ଚନ୍ଦନନଗରକୁ ରେଫର କରାଯାଇଛି। ତାରକେଶ୍ୱର ପୁଲିସ ଅପରାଧକୁ ଚପାଇ ଦେବାକୁ ଉଦ୍ୟମ କରୁଛି। ଏହା ହେଉଛି ମମତା ବାନାର୍ଜୀଙ୍କ ମୁକ୍ତ ଶାସନର ପ୍ରକୃତ ଚେହେରା। ଏକ ଶିଶୁର ଜୀବନ ନଷ୍ଟ ହୋଇଯାଇଛି। ପୁଲିସ ସତ୍ୟକୁ ଚାପି ଦେଇ ରାଜ୍ୟର ନକଲି ଆଇନ ଶୃଙ୍ଖଳା ପ୍ରତିଛବିକୁ ସୁରକ୍ଷା ଦେଉଛି। ସେମାନେ କ'ଣ ପୁଲିସ ଅଧିକାରୀ ନା ମମତା ବାନାର୍ଜୀଙ୍କ ଚାଟୁକାର? ମମତା ବାନାର୍ଜୀ, ଆପଣ ଜଣେ ବିଫଳ ମୁଖ୍ୟମନ୍ତ୍ରୀ। 

ଆହୁରି ପଢନ୍ତୁ- Hooghly Horror: ଜେଜେ ନା ରାକ୍ଷସ: ଲଜ୍ଜା-ଲୋମଟାଙ୍କୁରା-ଅମାନବୀୟ… ମଶାରି ତଳୁ ଟେକିନେଇ ନିଜ ନାତୁଣୀକୁ ଦୁଷ୍କର୍ମ କଲା ଜେଜେବାପା, ରାତିସାରା ରକ୍ତସ୍ରାବ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe