କୋଲକାତା: ହୃଦୟବିଦାରକ.. ଅମାନବିକ… ଅମାନୁଷିକ… ଲୋମଟାଙ୍କୁରା… ସମାଜର ମୁଣ୍ଡ ତଳକୁ ହେଲା ପରି ଲଜ୍ଜାଜନକ ଘଟଣା ପୁଣି ପଶ୍ଚିମବଙ୍ଗରୁ ଆସିଛି । ଯେଉଁଠି ଜଣେ କୁନି ଝିଅକୁ ଝୁଣି ଖାଇଯାଇଛି ତା ସମ୍ପର୍କୀୟ । ଆପଣ ଶୁଣିଲେ କାନରେ କାନ ଦେଇଦେବେ କିମ୍ବା ଅବାକ ହେବେ କି ଗୋଟେ ଛୋଟ ପିଲା ଯାହାର ବୟ ମାତ୍ର ୪ ବର୍ଷ । ସେମିତି ଜଣେ ୪ ବର୍ଷର ଶିଶୁକନ୍ୟାକୁ ତା ନିଜ ଜେଜେବାପା ଦୁଷ୍କର୍ମ କରିଛି । ଜେଜେମାଆ ପେଟ ତଳେ ଶୋଇଥିବା ୪ ବର୍ଷର ନାତୁଣିକୁ ଟେକି ନେଇ ତା ଜେଜେ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଜାତୀୟ ଗଣମାଧ୍ଯମର ଖବର ପ୍ରକାଶ ପାଇଛି କି ଦୁଷ୍କର୍ମ ଘଟଣାରେ ଯେଉଁ ଜଣଙ୍କୁ ଗିରଫ କରାଯାଇଛି ସିଏ ହିଁ ଉକ୍ତ ଶିଶୁର ଜେଜେବାପା ।
/filters:format(webp)/sambad/media/media_files/2025/11/10/kidnapped-and-raped-2025-11-10-22-44-15.webp)
ଜେଜେ ନାଁରେ କଳଙ୍କ...
ତେବେ କୋଲକତା ହୁଗୁଳିରୁ ଆସିଥିବା ଏ ହୃଦୟବିଦାରକ ଘଟଣା ମଣିଷ ସମାଜରେ ଏକ ବିରାଟ ଲଜ୍ଜା । ଯାହା ପାଖେ ନାତି ନାତୁଣି ପିଲା ଦିନ କାଟିବାକୁ ଭଲ ପାଆନ୍ତି ସେମାନଙ୍କ ସହ ମିଶି ଖେଳନ୍ତି, ବୁଲନ୍ତି, ଗପ ଶୁଣନ୍ତି ସେଠି ଜଣେ ଜେଜେବାପା ଜହ୍ଲାଦ ସାଜିଛି ଆଉ ଜୀବନ କଣ ଜାଣିନଥିବା ଗୋଟେ ଶିଶୁକୁ ଦୁଷ୍କର୍ମର ଶିକାର ହେବାକୁ ପଡିଛି ।
ଗତକାଲି ପଶ୍ଚିମବଙ୍ଗର ହୁଗୁଲିରେ ଜଣେ ଚାରି ବର୍ଷର ଶିଶୁକନ୍ୟା ତା ଜେଜେମାଆ ପାଖରେ ଶୋଇଥିବା ବେଳେ ତାକୁ ଅପହରଣ କରାଯାଇ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ପୁଲିସର ସୂଚନା ଅନୁଯାୟୀ, ଘଟଣାଟି ତାରକେଶ୍ୱର ରେଳ ଷ୍ଟେସନ ପରିସରରେ ଘଟିଥିଲା। ଷ୍ଟେସନରେ ଶିଶୁଟିର ପରିବାର ଆଶ୍ରୟ ନେଉଥିଲେ। ସେମାନେ ପ୍ରାୟ ଯାଯାବର ଶ୍ରେଣୀର ଲୋକ । ଦାଏର କରାଯାଇଥିବା ଏକ ଅଭିଯୋଗରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଶିଶୁଟି ଶୋଇଥିବା ସମୟରେ ତାଙ୍କୁ ମଶାରି ଭିତରୁ ଅପହରଣ ଯାଇଥିଲା।
ଆହୁରି ପଢନ୍ତୁ-Delhi Red Fort Explosion: ପୂର୍ବରୁ କେତେ ଥର ଦୋହଲିଛି ଦିଲ୍ଲୀ ? ଇତିହାସ ଆଇନାରେ ଦିଲ୍ଲୀ ବିସ୍ଫୋରଣର କଳା କାହାଣୀ…
ନାଳରୁ ରକ୍ତାକ୍ତ ଅବସ୍ଥାରେ ମିଳିଳା କୁନି ଝିଅ
ଭୋର ସମୟରେ ଶିଶୁଟି ନିଖୋଜ ହେବା ପରେ ପରିବାର ଲୋକେ ଖୋଜାଖୋଜି କରିଥିଲେ। ସମ୍ପର୍କୀୟମାନେ ଅପରାହ୍ନରେ ଷ୍ଟେସନ ପାଖ ଏକ ନାଳ ନିକଟରେ ତାକୁ ରକ୍ତାକ୍ତ ଅବସ୍ଥାରେ ପାଇଥିଲେ। ଶିଶୁକୁ ତୁରନ୍ତ ତାରକେଶ୍ୱର ଗ୍ରାମୀଣ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରମାନେ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ଏହାପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ପରିବାର ଲୋକେ ହସ୍ପିଟାଲ କର୍ମଚାରୀ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାରେ ବିଳମ୍ବ କରିଥିବା ଅଭିଯୋଗ କରି କହିଛନ୍ତି। ଶିଶୁଟିର ଗୁପ୍ତାଙ୍ଗରୁ ରକ୍ତସ୍ରାବ ହେଉଥିଲା। ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ ତୁରନ୍ତ ପୁଲିସକୁ ସୂଚନା ଦେଇ ନଥିଲେ।
A 4-year old girl child has been Raped in Tarkeshwar.
— Suvendu Adhikari (@SuvenduWB) November 8, 2025
Family rushes to Police Station, but FIR not registered !
Taken to the Hospital - referred to Chandannagar.
Tarkeshwar Police busy burying the Crime.
This is the True Face of Mamata Banerjee’s free-for-all regime.
A… pic.twitter.com/XujzQSCmEQ
ପୁଲିସ ଶିଶୁଟିକୁ ଅଧିକ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲକୁ ପୁଣି ନେଇଥିଲେ। ଏନେଇ ବିଜେପି ନେତା ଏବଂ କର୍ମୀମାନେ ପ୍ରତିବାଦ କରି ହସ୍ପିଟାଲ ପରିସରରେ ହଙ୍ଗାମା କରିଥିଲେ। ସେମାନେ ପୁଲିସ ଏବଂ ଡାକ୍ତର ଉଭୟଙ୍କ ବିରୋଧରେ ଅବହେଳା କରିଥିବର ଅଭିଯୋଗ ଆଣିଛନ୍ତି। ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀ ସରକାରଙ୍କୁ କଡ଼ା ସମାଲୋଚନା କରି ତାଙ୍କୁ ଜଣେ ବିଫଳ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି।
ସେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ତାରକେଶ୍ୱରରେ ଏକ ୪ ବର୍ଷର ଶିଶୁକନ୍ୟା ଦୁଷ୍କର୍ମର ଶିକାର ହୋଇଛି। ପରିବାର ଲୋକ ପୁଲିସ ଷ୍ଟେସନକୁ ଦୌଡ଼ିଲେ, କିନ୍ତୁ ଏଫଆଇଆର ପଞ୍ଜିକୃତ ହେଲା ନାହିଁ! ତାଙ୍କୁ ହସ୍ପିଟାଲକୁ ନିଆଯାଇଛି ସେଠାରୁ ତାଙ୍କୁ ଚନ୍ଦନନଗରକୁ ରେଫର କରାଯାଇଛି। ତାରକେଶ୍ୱର ପୁଲିସ ଅପରାଧକୁ ଚପାଇ ଦେବାକୁ ଉଦ୍ୟମ କରୁଛି। ଏହା ହେଉଛି ମମତା ବାନାର୍ଜୀଙ୍କ ମୁକ୍ତ ଶାସନର ପ୍ରକୃତ ଚେହେରା। ଏକ ଶିଶୁର ଜୀବନ ନଷ୍ଟ ହୋଇଯାଇଛି। ପୁଲିସ ସତ୍ୟକୁ ଚାପି ଦେଇ ରାଜ୍ୟର ନକଲି ଆଇନ ଶୃଙ୍ଖଳା ପ୍ରତିଛବିକୁ ସୁରକ୍ଷା ଦେଉଛି। ସେମାନେ କ'ଣ ପୁଲିସ ଅଧିକାରୀ ନା ମମତା ବାନାର୍ଜୀଙ୍କ ଚାଟୁକାର? ମମତା ବାନାର୍ଜୀ, ଆପଣ ଜଣେ ବିଫଳ ମୁଖ୍ୟମନ୍ତ୍ରୀ।
ଆହୁରି ପଢନ୍ତୁ- Bite Marks on Cheek: ୪ ବର୍ଷୀୟା ବଙ୍ଗୀୟ ଶିଶୁକନ୍ୟାଙ୍କୁ ଅପହରଣ କରି ଦୁଷ୍କର୍ମ: ନାଳରୁ ଉଲଗ୍ନ ଅବସ୍ଥାରେ ମିଳିଲେ,ଗାଲରେ କାମୁଡ଼ା ଚିହ୍ନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/10/hooghly-horror-2025-11-10-22-41-17.jpg)