ନୂଆଦିଲ୍ଲୀ: କର୍ଣ୍ଣାଟକର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହମ୍ପି ନିକଟରେ ଗତବର୍ଷ ଇସ୍ରାଏଲୀ ପର୍ଯ୍ୟଟକଙ୍କ ସମେତ ୨ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ ଏବଂ ଜଣେ ଓଡ଼ିଆ ଯୁବକଙ୍କୁ ହତ୍ୟା ମାମଲାରେ କର୍ଣ୍ଣାଟକର ସେସନ୍ସ କୋର୍ଟ ଆଜି ୩ ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀମାନେ ହେଉଛନ୍ତି ମଲ୍ଲେଶ ଓରଫ ହଣ୍ଡିମଲ୍ଲ, ଚୈତନ୍ୟ ସାଇ ଓ ଶରଣବସବା। ହମ୍ପି ନିକଟସ୍ଥ ସନପୁରରେ ତୁଙ୍ଗଭଦ୍ରା ବାମପାର୍ଶ୍ବ କେନାଲ ନିକଟରେ ଘଟିଥିବା ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ପୁଲିସ ରିପୋର୍ଟ ଅନୁଯାୟୀ ୨୦୨୫ ମାର୍ଚ୍ଚ ୬ ତାରିଖରେ ଉକ୍ତ ୩ ଦୋଷୀ ଜଣେ ଇସ୍ରାଏଲୀ ପର୍ଯ୍ୟଟକ ଏବଂ ଜଣେ ଭାରତୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ।
Cricket: କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍ବଲ୍: ମିସନ୍ ଟାଇଗର ବିଜେତା
ସେମାନେ ପ୍ରଥମେ ୨ ମହିଳା ପୀଡ଼ିତା ଏବଂ ଅନ୍ୟ ୩ ପୁରୁଷବନ୍ଧୁ ତଥା ମହାରାଷ୍ଟ୍ରର ପଙ୍କଜ, ଓଡ଼ିଶାର ବିଭାସ କୁମାର ଓ ଆମେରିକାର ଡାନିଏଲଙ୍କଠାରୁ ଟଙ୍କା ଦାବି କରିଥିଲେ। ଟଙ୍କା ଦେବାକୁ ମନା କରିଦେବାରୁ ୩ ଅପରାଧୀ ପ୍ରଥମେ ୩ ପୁରୁଷଙ୍କୁ କେନାଲକୁ ଠେଲି ଦେଇ ୨ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ୨ ଜଣ ବ୍ୟକ୍ତି କେନାଲରୁ ପହଁରି ନିଜ ଜୀବନ ବଞ୍ଚାଇଥିଲେ। କିନ୍ତୁ ଓଡ଼ିଆ ପର୍ଯ୍ୟଟକ ବିଭାସ କୁମାରଙ୍କର ମୃତ୍ୟୁ ହୋଇଥିଲା। ଗଙ୍ଗାବତୀ ସେସନ୍ସ କୋର୍ଟ ବିଚାରପତି ସଦାନନ୍ଦ ନାଗପ୍ପା ନାଏକ ବିଏନ୍ଏସ୍ର ଧାରା ୧୦୩ ଅଧୀନରେ ୩ ଦୋଷୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/17/fshfshhfxvbbv-2026-02-17-01-15-00.jpg)