ପୁଟିନଙ୍କ ବିରୋଧରେ ଲଢ଼ିବା ପାଇଁ ୧୦ ବର୍ଷର ପିଲାଙ୍କୁ ପ୍ରସ୍ତୁତ କରୁଛି ଜର୍ମାନୀ !

ରୁଷିଆ-ୟୁକ୍ରେନ ଯୁଦ୍ଧ ଏବଂ ବିଶ୍ୱ ସୁରକ୍ଷାକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ, ଜର୍ମାନୀ ଏବେ ସମ୍ଭାବ୍ୟ ଯୁଦ୍ଧ କିମ୍ବା ଜରୁରୀକାଳୀନ ପରିସ୍ଥିତି ପାଇଁ ନିଜର ସ୍କୁଲ ପିଲାମାନଙ୍କୁ ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ନେଉଛି। ଜର୍ମାନ ଗୃହ ମନ୍ତ୍ରଣାଳୟ ଏବେ ସ୍ତୁତି ଉପରେ ଗୁରୁତ୍ୱ ଦେଇଛି...

Germany is training 10-year-olds to fight against Putin!

Germany is training 10-year-olds to fight against Putin! Photograph: (sambad.in)

ବର୍ଲିନ୍: ୟୁରୋପରେ ଯୁଦ୍ଧର ପଦଧ୍ବନୀ ପୁଣି ଥରେ ଜୋରଦାର୍ ହେବାରେ ଲାଗିଛି। ଭ୍ଲାଦିମିର ପୁଟିନଙ୍କ ଆକ୍ରମଣାତ୍ମକ ନୀତିର ଜବାବରେ, ଜର୍ମାନୀ ଭଳି ବିକଶିତ ଦେଶ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ବଢୁଥିବା ସୁରକ୍ଷା ଚିନ୍ତା ମଧ୍ୟରେ, ସ୍କୁଲରୁ ଘର ପର୍ଯ୍ୟନ୍ତ ସାଧାରଣ ନାଗରିକଙ୍କୁ ସମ୍ଭାବ୍ୟ ଯୁଦ୍ଧର ମୁକାବିଲା ପାଇଁ ପ୍ରସ୍ତୁତ କରାଯାଉଛି। ୧୦ ବର୍ଷ ବୟସର ପିଲାମାନଙ୍କୁ ମଧ୍ୟ ପୁଟିନଙ୍କ ସହ ଲଢ଼ିବା ପାଇଁ ପ୍ରସ୍ତୁତ କରାଯାଉଛି।

ସ୍କୁଲରେ ପିଲାମାନଙ୍କୁ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ତାଲିମ ଦେବା ଲାଗି ଯୋଜନା କରାଯାଉଛି। ସେହିପରି ସାଧାରଣ ଲୋକଙ୍କୁ ରାସନ ଏବଂ ଅତ୍ୟାବଶ୍ୟକୀୟ ଜିନିଷପତ୍ର ମହଜୁଦ ରଖିବାକୁ ପରାମର୍ଶ ଦିଆଯାଉଛି। ବିଶେଷଜ୍ଞମାନେ କହିଛନ୍ତି ଯେ, ଏସବୁ କେବଳ ଆଶଙ୍କା ଉପରେ ଆଧାରିତ ନୁହେଁ, ବରଂ ଏକ ବାସ୍ତବ ପରିସ୍ଥିତିର ମୂଲ୍ୟାଙ୍କନ ଉପରେ ଆଧାରିତ।

ଜର୍ମାନ ଖବରକାଗଜ ହ୍ୟାଣ୍ଡେଲସ୍ବ୍ଲାଟର ରିପୋର୍ଟ ଅନୁଯାୟୀ, ଦେଶର ଗୃହ ମନ୍ତ୍ରଣାଳୟ ନାଗରିକ ସୁରକ୍ଷା ପାଇଁ ଏକ ନୂତନ ରଣନୀତି ଉପରେ କାମ କରିବା ଆରମ୍ଭ କରିଛି। ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ, ସାମ୍ପ୍ରତିକ ବିଶ୍ୱ ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ନାଗରିକ ପ୍ରସ୍ତୁତିରେ ସ୍କୁଲ ଶିକ୍ଷାକୁ ଅନ୍ତର୍ଭୁକ୍ତ କରିବା ଗୁରୁତ୍ୱପୂର୍ଣ୍ଣ। ଏହା ଅନ୍ତର୍ଗତ ପିଲାମାନଙ୍କୁ ସଙ୍କଟ ପରିଚାଳନା, ବିପର୍ଯ୍ୟୟ ସମୟରେ ସୁରକ୍ଷିତ ରହିବାର ଉପାୟ ଏବଂ ମୌଳିକ ଜୀବନ ରକ୍ଷାକାରୀ କୌଶଳ ଶିଖାଇବା ପାଇଁ ଏକ ଯୋଜନା ରହିଛି।

ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଜର୍ମାନ ସେନା 'ବୁଣ୍ଡେସୱେର୍' ଆଗାମୀ ଚାରିରୁ ସାତ ବର୍ଷ ମଧ୍ୟରେ ନାଟୋ ଦେଶଗୁଡ଼ିକ ଉପରେ ରୁଷିଆର ଆକ୍ରମଣକୁ ଏକ ଗମ୍ଭୀର ସମ୍ଭାବନା ଭାବରେ ବିଚାର କରି ନିଜର ଯୋଜନା ପ୍ରସ୍ତୁତ କରିଛି। ତଥାପି, ରୁଷିଆ ଏହି ଭୟକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଛି।

ଅଧିକ ପଢ଼ନ୍ତୁ: ହୁତିଙ୍କୁ ବଡ଼ ଝଟକା, ଏୟାର ଷ୍ଟ୍ରାଇକ୍‌ରେ ଗୁପ୍ତଚର କମାଣ୍ଡର ନିହତ

କେବଳ ଜର୍ମାନୀ ନୁହେଁ, ପୋଲାଣ୍ଡ, ନରୱେ, ସ୍ୱିଡେନ ଏବଂ ଫିନଲ୍ୟାଣ୍ଡ ଭଳି ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ପୁରୁଣା ଶୀତଳ ଯୁଦ୍ଧ ସମୟର ପଦକ୍ଷେପ ଅନୁଯାୟୀ ଯୁଦ୍ଧ ପରି ପରିସ୍ଥିତି ପାଇଁ ସେମାନଙ୍କର ନାଗରିକମାନଙ୍କୁ ପ୍ରସ୍ତୁତ କରୁଛନ୍ତି। ୟୁରୋପୀୟ କମିସନ୍ ସମ୍ପ୍ରତି ନାଗରିକମାନଙ୍କୁ ଅତି କମରେ ତିନି ଦିନ ପାଇଁ ନିଜ ଘରେ ଶୁଖିଲା ଖାଦ୍ୟ, ପାଣି, ବ୍ୟାଟେରୀ ଇତ୍ୟାଦି ଅତ୍ୟାବଶ୍ୟକୀୟ ଜିନିଷ ସଂରକ୍ଷଣ କରିବାକୁ ଅପିଲ୍ କରିଛି।

ସୋମବାର ଦିନ ରୁଷିଆ କହିଥିଲା ଯେ, ଆମେ ୟୁକ୍ରେନ ଯୁଦ୍ଧରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ପାଇଁ ଆଲୋଚନା କରିବାକୁ ପ୍ରସ୍ତୁତ, କିନ୍ତୁ ଏଥିପାଇଁ କିଭ୍‌କୁ ଆମର ସର୍ତ୍ତାବଳୀରେ ରାଜି ହେବାକୁ ପଡିବ। କିଛି ଦିନ ପୂର୍ବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପୁଟିନଙ୍କ ମଧ୍ୟରେ ଫୋନ୍ ମାଧ୍ୟମରେ ଆଲୋଚନା ପରେ, ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ସମ୍ପର୍କରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୩୦ ଦିନର ବିରତି ପାଇଁ ରାଜି ହୋଇଥିଲା। ଏବେ ରୁଷିଆ ୟୁକ୍ରେନ ବିରୋଧରେ ଏହି ଚୁକ୍ତିନାମା ଉଲ୍ଲଂଘନ କରୁଥିବା ଅଭିଯୋଗ କରୁଛି।

ଅଧିକ ପଢ଼ନ୍ତୁ: ଧଳା କାରର କଳା କାହାଣୀ: ୧୦ ଜଣଙ୍କୁ ଦଳିଦେଲା, ୩ ଜଣଙ୍କ ଜୀବନ ନେଇଗଲା

 Russia | Ukraine | Germany | vladimir-putin

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe