ନୂଆଦିଲ୍ଲୀ: ଦୀପାବଳି ଅବସରରେ ପୁରୁଣା ଦିଲ୍ଲୀର ପ୍ରସିଦ୍ଧ ଘଣ୍ଟେୱାଲା ମିଠା ଦୋକାନ ପରିଦର୍ଶନ କରିବା ପରେ ଚର୍ଚ୍ଚାରେ ରହିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ମିଠା ଦୋକାନୀ ରାହୁଲଙ୍କୁ ଶୀଘ୍ର ବିବାହ କରି ତାଙ୍କ ଦୋକାନରୁ ମିଠା ବରାଦ କରିବାକୁ ନିବେଦନ କରିଛନ୍ତି। ଦୋକାନୀ ଜଣକ ରାହୁଲଙ୍କ ବିବାର୍ହର ମିଠା ବରାଦ ନେବାକୁ ଅପେକ୍ଷା କରି ରଖିଥିବା କଥା ତାଙ୍କୁ ଜଣାଇଛନ୍ତି। 

Advertisment

ଦୀପାବଳିରେ ରାହୁଲ ଗାନ୍ଧୀ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପାଇଁ ମିଠା କିଣିବା ପାଇଁ ଐତିହାସିକ ଦୋକାନରେ ଅଟକିଥିଲେ। ପରେ ପ୍ରସିଦ୍ଧ ଦୋକାନରେ 'ଝିଲାପି' ଏବଂ 'ବେସନ ଲଡୁ' ତିଆରି କରିବା ବେଳର ଏକ ଭିଡିଓ ସେ ସୋସିଆଲ୍‌ ମିଡିଆରେ ସେୟାର କରିଥିଲେ।

ଆହୁରି ପଢ଼ନ୍ତୁ: https://sambad.in/india-and-beyond/rahul-gandhi-making-imarti-and-besan-ladoo-in-old-delhi-sweet-shop-10579638

ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇ ସହିତ କଥାବାର୍ତ୍ତା କରି ମିଠା ଦୋକାନୀ ସୁଶାନ୍ତ ଜୈନ କହିଥିଲେ ଯେ ସେ ଗାନ୍ଧୀ ପରିବାରକୁ ବହୁ ବର୍ଷ ଧରି ମିଠା ଯୋଗାଇ ଆସୁଛନ୍ତି। ଏଥିସହିତ ସେ ରାହୁଲଙ୍କୁ ‘ମୋଷ୍ଟ୍‌ ଏଲିଜିବଲ୍‌ ବେଚ୍‌ଲର୍‌’ ବୋଲତି ସମ୍ବୋଧନ କରି ବିବାହ କରିବା ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ।  

https://sambad.in/india-and-beyond/rahul-gandhi-meets-families-of-those-killed-in-stampede-offers-condolences-10572269

ଦୋକାନ ମାଲିକ ଆହୁରି ବି କହିଛନ୍ତି କି ‘‘ସେ ଆସିଲେ, ସେ ନିଜେ ତିଆରି କରି ସ୍ବାଦ ନେଲେ। ତାଙ୍କ ବାପା ସ୍ୱର୍ଗତ ରାଜୀବ ଜୀଙ୍କୁ ଆମ ‌ଦୋକାନର ଝିଲାପି ଖୁବ୍ ପସନ୍ଦ ଆସିଥିଲା। ତେଣୁ ମୁଁ ତାଙ୍କୁ ନିିଜେ ଝିଲାପି ତିଆରି କରିବା ପାଇଁ ପରାମର୍ଶ ଦେଇଥିଲି। ତାଙ୍କୁ ମଧ୍ୟ ବେସନ ଲଡୁ ବହୁତ ପସନ୍ଦ। ସେହି କାରଣରୁ ରାହୁଲଜୀ ‘ଝିଲାପି’ ଏବଂ ‘ବେସନ୍‌ ଲଡୁ’ ନିଜ ହାତରେ ତିଆରି କଲେ। 

Rahul Gandhi | Sweet shop