ପାନାଜୀ: ଗତଶନିବାର ରାତିରେ ଗୋଆର ଆରପୋରାରେ ଥିବା ଏକ ନାଇଟକ୍ଲବ ‘ବାର୍ଚ୍ ବାଇ ରୋମିଓ ଲେନ’ରେ ହୋଇଥିବା ମର୍ମନ୍ତୁଦ ଅଗ୍ନିକାଣ୍ଡର ଭୟାବହ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି ଅଗ୍ନିକାଣ୍ଡ ଘଟିବା ସମୟର କୁହାଯାଉଛି। 

Advertisment

କାର୍ଯ୍ୟକ୍ରମ ଚାଲୁଥିବା ବେଳେ ମଞ୍ଚ ପାଲଟିଲା ନିଆଁ ପିଣ୍ଡୁଳା

ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଜଣେ ବେଲି ଡ୍ୟାନ୍ସର ବଲିଉଡ ଗୀତ ‘ମେହେବୁବା.. ମେହେବୁବା’ ଗୀତରେ ନୃତ୍ୟ କରୁଥିବା ସମୟରେ ଛାତ ଉପରେ କିଛି ନିଆଁ ଝିଟିକା ନଜର ଆସିଥିଲା। କେହି କିଛି ବୁଝିବା ପୂର୍ବରୁ ସଙ୍ଗେସଙ୍ଗେ ଘଟଣାସ୍ଥଳ ଏକ ନିଆଁ ପିଣ୍ଡୁଳାର ଆକାର ନେଇଥିଲା।ସଙ୍ଗେସଙ୍ଗେ କାର୍ଯ୍ୟକ୍ରମକୁ ଅଧାରୁ ଅଟକାଇ ଦିଆଯାଇଥିଲା। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପୁଲିସ ଏଯାବତ ଭିଡିଓକୁ ନେଇ କୌଣସି ପ୍ରକାର ସ୍ପଷ୍ଟୀକରଣ ଦେଇ ନାହିଁ।

ସିଲିଣ୍ଡର ବିସ୍ଫୋରଣରୁ ଭୟଙ୍କର ଅଗ୍ନିକାଣ୍ଡ: ୩ ମହିଳାଙ୍କ ସମେତ ୨୩ ଜୀବନ୍ତ ଦଗ୍ଧ

ଅଗ୍ନିକାଣ୍ଡରେ ୨୫ଜଣଙ୍କ ମୃତ୍ୟୁ

ଏହି ଅଗ୍ନିକାଣ୍ଡରେ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ମୃତକଙ୍କ ମଧ୍ୟରେ ଚାରି ଜଣ ପର୍ଯ୍ୟଟକ ଏବଂ ୧୪ ଜଣ କର୍ମଚାରୀ ଅଛନ୍ତି, ଯେତେବେଳେ କି ସାତ ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ଏହି ଭୟଙ୍କର ଘଟଣା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ଲବର ସାଧାରଣ ପରିଚାଳକ (ଜେନେରାଲ ମ୍ୟାନେଜର), ରେସ୍ତୋରାଁ ମ୍ୟାନେଜର, ବାର ମ୍ୟାନେଜର, ଗେଟ୍ ମ୍ୟାନେଜରଙ୍କୁ ଗିରଫ କରିଛି।

ତଦନ୍ତ ନିର୍ଦ୍ଦେଶ ଦେଲେ ମାଜିଷ୍ଟ୍ରେଟ୍

ଏହାଛଡ଼ା କ୍ଲବର ମାଲିକଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରାଯାଇଛି ଓ ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହୋଇଛି। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହି ଘଟଣାର ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅଧିକପଢ଼ନ୍ତୁ:ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ବିହାରରୁ ଜଣେ ଗିରଫ