ନୂଆଦିଲ୍ଲୀ: ଗୋଆରେ ଏକ ଲୋକପ୍ରିୟ ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ୍ ସିଲିଣ୍ଡର ଫାଟିଯିବାରୁ ୨୩ ଜଣ ଜୀବନ୍ତ ଦଗ୍ଧ, ଏକାଧିକ ଆହତ ହୋଇଥିବାର ସୂଚନା ରହିଛି। ଗୋଆର ରାଜଧାନୀ ପଣଜୀଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଏହି ଅଘଟଣ ଘଟିଛି । ତେବେ ଆହତକଙ୍କ ମଧ୍ୟରେ ତିନି ମହିଳା ରୋଷେୟା, ୪ ପର୍ଯ୍ୟଟକ ଥିବା ନେଇ ଗୋଆ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଜାଣିରଖିବା ଉଚିତ୍ ଯେ ଉତ୍ତର ଗୋଆର ଅରପୋରା ଗାଁରେ ଥିବା ଏକ ଜନପ୍ରିୟ ନାଇଟ୍ କ୍ଲବ୍ରେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏହି ଭୟଙ୍କର ନିଆଁ ଲାଗିଯାଇଥିଲା। ଯାହାଫଳରେ ଅତି କମ୍ରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି।
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
ଏହି ଘଟଣା ଶନିବାର ମଧ୍ୟରାତ୍ରିରେ ଘଟିଛି । ନାଇଟ୍ କ୍ଲବ୍ଟିର ନାମ ହେଉଛି "ବର୍ଚ୍ ବାଇ ରୋମିଓ ଲେନ୍"। ଏହି ନାଇଟ୍ କ୍ଲବ ଗତ ବର୍ଷ ଖୋଲା ଯାଇଥିଲା । ଅଧିକାରୀମାନଙ୍କ ମୁତାବକ, ମୃତକମାନଙ୍କ ମଧ୍ୟରୁ ଅଧିକାଂଶ ରୋଷେଇଘର କର୍ମଚାରୀ ଥିଲେ ଏବଂ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। ଆହତମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଆହୁରି ପଢ଼ନ୍ତୁ: Omar Abudullah on Indi allaince: ଇଣ୍ଡିଆ ମେଣ୍ଟ ଆଇସିୟୁକୁ ଚାଲିଯାଇପାରେ: ଓମାର
ରାତି ୧୨ ଟା ୦୪ ମିନିଟରେ ପୁଲିସ କଣ୍ଟ୍ରୋଲ ରୁମକୁ ନିଆଁ ଲାଗିବା ସୂଚନା ମିଳିଥିଲା। ପୁଲିସ, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ। ବର୍ତ୍ତମାନ ନିଆଁ ନିୟନ୍ତ୍ରଣାଧୀନ ଅଛି ଏବଂ ସମସ୍ତ ମୃତଦେହ ଉଦ୍ଧାର କରାଯାଇସାରିଛି।
ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୗେପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଆହୁରି ପଢ଼ନ୍ତୁ: Renewable Energy: ‘ଓଡ଼ିଶାରେ ୧ କିଲୋୱାଟ୍ କ୍ଷମତାବିଶିଷ୍ଟ ୧.୫ ଲକ୍ଷ ରୁଫ ଟପ୍ ସୋଲାର୍ ୟୁନିଟ୍ ସ୍ଥାପନ ହେବ’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/07/untitled-2025-12-07-08-55-08.png)