Fire In Goa: କନ୍ଦାଉଛି ଭାବନାଙ୍କ କାହାଣୀ, ସ୍ବାମୀ ଓ ୩ଭଉଣୀଙ୍କୁ ମୃତ୍ୟୁ ମୁଖକୁ ଟାଣିନେଲା ଗୋଆ କ୍ଲବର ନିଆଁ

Advertisment

କନ୍ଦାଉଛି ଗୋଆରେ ରବିବାର ଘଟିଥିବା ଦୁର୍ଘଟଣାର କାହାଣୀ। ପରିବାର ସହ ସମୟ କଟାଇବାକୁ ପହଞ୍ଚିଥିବା ପରିବାର ଆଜି ଆଉ ନାହାନ୍ତି। ଘରୁ ୫ଜଣ ବାହାରିଥିଲେ...ଏବେ ଅଛନ୍ତି ତ କେବଳ ଜଣେ।

କନ୍ଦାଉଛି ଗୋଆରେ ରବିବାର ଘଟିଥିବା ଦୁର୍ଘଟଣାର କାହାଣୀ। ପରିବାର ସହ ସମୟ କଟାଇବାକୁ ପହଞ୍ଚିଥିବା ପରିବାର ଆଜି ଆଉ ନାହାନ୍ତି। ଘରୁ ୫ଜଣ ବାହାରିଥିଲେ...ଏବେ ଅଛନ୍ତି ତ କେବଳ ଜଣେ।

Goa

Fire In Goa Hotel Photograph: (sambad.in)

ନୂଆଦିଲ୍ଲୀ: କନ୍ଦାଉଛି ଗୋଆରେ ରବିବାର ଘଟିଥିବା ଦୁର୍ଘଟଣାର କାହାଣୀ। ପରିବାର ସହ ସମୟ କଟାଇବାକୁ ପହଞ୍ଚିଥିବା ପରିବାର ଆଜି ଆଉ ନାହାନ୍ତି। ଘରୁ ୫ଜଣ ବାହାରିଥିଲେ...ଏବେ ଅଛନ୍ତି ତ କେବଳ ଜଣେ। ୩ଶାଳିଙ୍କୁ ବଞ୍ଚାଇବାକୁ ଯାଇ ମୃତ୍ୟୁର ଆଁରେ ପଶିଯାଇଛି ଭିଣୋଇ। ହେଲେ ଯିବା ପୂର୍ବରୁ ସ୍ବାମୀର କର୍ତ୍ତବ୍ୟ କରିବାକୁ ଭୁଲି ନାହିଁ।  ପତ୍ନୀଙ୍କୁ ନିଆଁ ମୁହଁରୁ ବଞ୍ଚାଇ ଦେଇ ଯାଇଛି ସ୍ବାମୀ। ଆଜି ଭାବନା ଯୋଶୀ ଜୀବିତ ଅଛନ୍ତି ସତ... ହେଲେ ମରିଯାଇଛି ତାଙ୍କ ଆତ୍ମା। ସ୍ବାମୀଙ୍କୁ ହରାଇ କେମିତି ବଞ୍ଚିବି ବୋଲି ସେ ବାରମ୍ବାର ପ୍ରଶ୍ନ କରିଚାଲିଛନ୍ତି। କାଲି ଲାଗିଥିବା ନିଆଁ ଆଜି ଲିଭିଯାଇଛି ସତ, ହେଲେ ସାରା ଜୀବନ ପାଇଁ ଦେଇଯାଇଛି ନଶୁଖିବା ଭଳି ଆଘାତ।

ଛୁଟି କଟାଇବାକୁ ଗୋଆ ଯାଇଥିଲା ପରିବାର

ଭାବନା ଯୋଶୀଙ୍କ ପରିବାର ଡିସେମ୍ବର ୪ ତାରିଖରେ ଗୋଆରେ ପହଞ୍ଚିଥିଲେ ଏବଂ ବାଗାର ଏକ ହୋଟେଲରେ ରହିଥିଲେ। ଶନିବାର ରାତିରେ ସେମାନେ ନିଆଁ ଲାଗିବାର ୧୫ ମିନିଟ୍ ପୂର୍ବରୁ କ୍ଲବରେ ପ୍ରବେଶ କରିଥିଲେ। ୧୫ମିନିଟ୍ ପରେ ନିଆଁ ଲାଗିବା ଜାଣି ଲୋକେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ଏହି ସମୟରେ ଭାବନାଙ୍କ ସ୍ବାମୀ ତାଙ୍କୁ କ୍ଲବର ମୁଖ୍ୟ ଦ୍ବାରରୁ ବାହାରକୁ ଠେଲି ଦେଇଥିଲେ। ପରେ ସେ ଭାବନାଙ୍କ ୩ଭଉଣୀକୁ ଆଣିବା ପାଇଁ କ୍ଲବ ଭିତରକୁ ଚାଲିଯାଇଥିଲେ। ଭଉଣୀଙ୍କୁ ନେଇ ସ୍ବାମୀ ଫେରିବେ ବୋଲି ବାହାରେ ଅପେକ୍ଷା କରିଥି‌ଲେ ଭାବନା। ହେଲେ ନା ସେ ଫେରିଥିଲେ ନା ତାଙ୍କର ୩ଭଉଣୀ। 

ଆହୁରି ପଢ଼ନ୍ତୁ: College Girl Death bjd president କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କଲେ ବିଜେଡି ସଭାପତି

କେମିତି ଘଟିଥିଲା ଦୁର୍ଘଟଣା?

ଗୋଆର ଅର୍ପୋରାସ୍ଥିତ ‘ବର୍ଚ ବାଏ ରୋମିଓ ଲେନ୍’ ନାଇଟ୍‌  କ୍ଲବ୍‌ରେ ରବିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ନିଆଁ ପ୍ରଥମେ ଡ୍ୟାନ୍ସ୍ ଫ୍ଲୋରରୁ ଉଠିଥିଲା ଏବଂ ମାତ୍ର ୧୫-୨୦ ସେକେଣ୍ଡ୍‌ ମଧ୍ୟରେ ସମଗ୍ର କ୍ଲବ୍ ଭୀଷଣ ନିଆଁ କବଳକୁ ଆସିଯାଇଥିଲା। ଘଟଣାସ୍ଥଳରୁ ବର୍ତ୍ତି ଯାଇଥିବା ଜଣେ ୨୮ ବର୍ଷୀୟ ପର୍ଯ୍ୟଟକ କହିଛନ୍ତି, ‘ବଲିଉଡ୍‌ ଫିଲ୍ମ ଗୀତରେ ଆମେ ଡ୍ୟାନ୍ସ୍ କରୁଥିଲୁ।    ହଠାତ୍ ଡିଜେ କନ୍‌ସୋଲ୍ ପଛରେ  କିଛି ଜଳୁଥିବା ଦେଖାଗଲା ଓ ତା’ପରେ ତଳେ ଡ୍ୟାନ୍ସ୍ ଫ୍ଲୋର୍‌ରୁ ନିଆଁ ଉଠିଲା। ସବୁ ଲାଇଟ୍ ଲିଭିଗଲା। କେବଳ ନିଆଁ ଓ ଘନ କଳା ଧୂଆଁ ଭିତରେ ସବୁକିଛି ବୁଡ଼ିଗଲା। ଲୋକେ ଚିତ୍କାର କରି ଦୌଡ଼ୁଥିଲେ, କିନ୍ତୁ କିଛି ବୁଝି ପାରୁନଥିଲେ। ମୁଁ ଅନ୍ୟ କିଛି ଲୋକଙ୍କ ସହ ପଛ ଦ୍ବାର ଦେଇ ବାହାରି ଆସିଥିଲି। ଯେଉଁମାନେ ବେସ୍‌ମେଣ୍ଟକୁ ଯାଇଥିଲେ, ସେମାନଙ୍କର କୌଣସି ଖବର ମିଳିନଥିଲା।

ଆହୁରି ପଢ଼ନ୍ତୁ: Pawan Singh Gets Threat Call: ଲରେନ୍ସର ଧମକ ପରେ ବି ସଲ୍‌ମାନଙ୍କ ସହ ଷ୍ଟେଜ୍ ସେୟାର କଲେ ପବନ ସିଂହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe