price hike Photograph: (sambad.in)
ଭୁବନେଶ୍ବର: ସୁନା ଓ ରୁପା ବଜାରରେ ନିଆଁ ଲାଗିଛି। ଦିନକୁ ଦିନ ଏହି ଦୁଇ ଧାତୁର ଦର ଉଚ୍ଚ ହାରରେ ବୃଦ୍ଧି ପାଇବାରେ ଲାଗିଛି। ସୁନା ଦର ଦେଢ଼ ଲକ୍ଷ ଟଙ୍କା ମୁହାଁ ହେବାରେ ଲାଗିଛି। ମଙ୍ଗଳବାର ଭୁବନେଶ୍ବର ବଜାରରେ ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୨୧୩୦ ଟଙ୍କା ବୃଦ୍ଧି ପାଇ ୧,୪୮,୩୭୦ ଟଙ୍କାରେ ପହଞ୍ଚିଛି। ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୧୯୫୦ ଟଙ୍କା ମହଙ୍ଗା ହୋଇ ୧,୩୬,୦୦୦ ଟଙ୍କାରେ ପହଞ୍ଚିଛି। ଗତ ୨୦ ଦିନ ମଧ୍ୟରେ ସୁନା ଦର ପ୍ରାୟ ୯.୮୫ ପ୍ରତିଶତ ବଢ଼ିସାରିଲାଣି।
ଆହୁରି ପଢନ୍ତୁ- Cricket: ଆଇସିସି ଭାରତୀୟ କ୍ରିକେଟ୍ ବୋର୍ଡ ଚାପ ଆଗରେ ନଇଁଯାଏ: ବାଂଲାଦେଶ
ସୁନା ତୁଳନାରେ ଗତ କିଛିଦିନ ହେଲା ରୁପା ଦର ଅଧିକ ମାତ୍ରାରେ ବଢ଼ୁଛି। ଗତ ୨୦ ଦିନ ମଧ୍ୟରେ ଏହାର ଦର ୨୮.୯୧ ପ୍ରତିଶତ ବଢ଼ିଯାଇଛି। ଜାନୁଆରି ପହିଲାରେ ଭୁବନେଶ୍ବର ବଜାରରେ ରୁପା ଦର କିଲୋଗ୍ରାମ୍ ପିଛା ୨,୫୬,୦୦୦ ଟଙ୍କା ଥିଲା। କିନ୍ତୁ ଇତିମଧ୍ୟରେ କିଲୋଗ୍ରାମ ପିଛା ରୁପା ୭୪ ହଜାର ଟଙ୍କା ମହଙ୍ଗା ହୋଇଯାଇଛି।
ଗ୍ରିନଲାଣ୍ଡ୍କୁ ନେଇ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନେ ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି। ଗ୍ରିନଲାଣ୍ଡ୍ ଅକ୍ତିଆରକୁ ବିରୋଧ କଲେ ୟୁରୋପର ୮ଟି ଦେଶ ଉପରେ ୧୦ ପ୍ରତିଶତ ଶୁଳ୍କ ଆସନ୍ତା ଫେବ୍ରୁଆରି ପହିଲାରୁ ଲଗାଇବେ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି। ଏପରିକି ଜୁନ୍ ବେଳକୁ ଏହାକୁ ୨୫ ପ୍ରତିଶତକୁ ବଢ଼ାଇବେ ବୋଲି ଧମକ ଦେଇଛନ୍ତି। ବିଶ୍ବ ବାଣିଜ୍ୟରେ ଟ୍ରମ୍ପଙ୍କ ଶୁଳ୍କ ଧମକକୁ ନେଇ ଚିନ୍ତା ବଢ଼ିଯାଇଛି। ନିବେଶକମାନେ ସୁନା ଓ ରୁପା ଭଳି ନିରାପଦ ଧାତୁରେ ନିବେଶ ପାଇଁ ପସନ୍ଦ କରୁଛନ୍ତି। ଏଥିପାଇଁ ଏହି ଧାତୁର ଚାହିଦା ବୃଦ୍ଧି ଘଟିଛି। ଏହାର ପ୍ରଭାବରେ ଦର ମାତ୍ରାଧିକ ବୃଦ୍ଧି ପାଉଥିବା କୁହାଯାଉଛି।
Follow Us