Gold-Silver Rate Decrease Photograph: (sambad.in)
ଭୁବନେଶ୍ବର: ସୁନା, ରୁପା ଦରବୃଦ୍ଧିରେ ଗୁରୁବାର ବ୍ରେକ୍ ଲାଗିଛି। ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୨୧୦୦ ଟଙ୍କା ହ୍ରାସ ପାଇ ୧,୪୧,୪୫୦ ଟଙ୍କା ହୋଇଛି। ସେହିପରି, ୨୪ କ୍ୟାରେଟ୍ ସୁନା ମୂଲ୍ୟ ୨୨୯୦ ଟଙ୍କା କମ୍ ହୋଇ ୧,୫୪,୩୧୦ କୋଟି ଟଙ୍କାକୁ ହ୍ରାସ ପାଇଛି। ରୁପା କେଜି ମଧ୍ୟ ୫୦୦୦ ଟଙ୍କା କମ୍ ହୋଇ ୩,୪୦,୦୦୦କୁ ହ୍ରାସ ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରିନଲ୍ୟାଣ୍ଡ ଅଧିଗ୍ରହଣକୁ ନେଇ ଡାଭୋସ୍ରେ ନରମ ଆଭିମୁଖ୍ୟ ପୋଷଣ କରିବା ପରେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନା ଓ ରୁପା ଶସ୍ତା ହୋଇଛି।
ହ୍ରାସ ପାଇଲା ମୂଲ୍ୟ
ଜାତୀୟ ସ୍ତରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧,୫୪,୩୧୦ ଟଙ୍କାକୁ ହ୍ରାସ ପାଇଛି। ୨୨ କ୍ୟାରେଟ୍ ସୁନା ୨୧୦୦ ଟଙ୍କା ଶସ୍ତା ହୋଇ ୧,୪୧,୪୫୦ ଟଙ୍କା ହୋଇଛି। ଗତ ସପ୍ତାହ ସାରା ଉଭୟ ସୁନା ଓ ରୁପା ଦର ଦ୍ରୁତ ଗତିରେ ବଢ଼ିଥିଲା। ଉଭୟ ଧାତୁର ମୂଲ୍ୟ ଏବେ ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି। ଗ୍ରିନଲ୍ୟାଣ୍ଡକୁ ନେଇ ଦେଖାଦେଇଥିବା ଉତ୍ତେଜନା ଏବେ ଥମିଥିବାରୁ ନିବେଶକମାନେ ସୁନା ଭଳି ସୁରକ୍ଷିତ ନିବେଶ ବିକଳ୍ପଠାରୁ ବାହାରି ଇକ୍ବିଟି ଆଡ଼କୁ ମୁହାଁଇଛନ୍ତି।
ଆହୁରି ପଢ଼ନ୍ତୁ: Historic verdict of the Supreme Court: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ବସନ୍ତ ପଞ୍ଚମୀରେ ଭୋଜଶାଳାରେ ହେବ ପୂଜା ଓ ନମାଜ ପାଠ
Follow Us