gold and silver Photograph: (sambad.in)
ଭୁବନେଶ୍ବର: ବିଶ୍ବରେ ଭୂରାଜନୈତିକ ଅସ୍ଥିରତା କାରଣରୁ ସୁନା ଓ ରୁପା ଦର ବଢ଼ି ନୂଆ ରେକର୍ଡ କରିଚାଲିଛି। ଏହାର ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିଛି। ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ଦର ଲକ୍ଷେ ତିରିଶ ହଜାର ଟଙ୍କା ଟପିଛି। ଶନିବାର ତୁଳନାରେ ଏହି ଦରରେ ୧୫୫୦ ଟଙ୍କାର ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍ ସୁନା ଦର ୧୬୯୦ ଟଙ୍କା ବୃଦ୍ଧି ଘଟି ଲକ୍ଷେ ୪୨ ହଜାର ୧୫୦ ଟଙ୍କାରେ ପହଞ୍ଚିଛି। ସୁନା ଅପେକ୍ଷା ରୁପା ଦରରେ ବଡ଼ ବୃଦ୍ଧି ଘଟିଛି। କିଲୋଗ୍ରାମ ପିଛା ରୁପା ଦର ଆଜି ୧୨ ହଜାର ଟଙ୍କା ମହଙ୍ଗା ହୋଇଛି। ଏଥିଯୋଗୁ ରୁପା ଦର ଦୁଇ ଲକ୍ଷ ୮୭ ହଜାର ଟଙ୍କା ଛୁଇଁଛି।
ଆହୁରି ପଢନ୍ତୁ- Petrol Pump: ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର: ପେଟ୍ରୋଲ ପମ୍ପରେ ମାରୁତି ଖୋଲିବ ସର୍ଭିସ ସେଣ୍ଟର...
ଭୁବନେଶ୍ବର ବଜାରରେ ୨୦୨୬ ମସିହାର ପ୍ରଥମ ଦିନରେ ୨୪ ଓ ୨୨ କ୍ୟାରେଟ୍ ସୁନା ଦର ଯଥାକ୍ରମେ ୧,୩୫,୦୬୦ ଟଙ୍କା ଏବଂ ୧,୨୩,୮୦୦ ଟଙ୍କା ଥିଲା। ତେଣୁ ଗତ ୧୨ ଦିନରେ ଏହି ଧାତୁର ଦର ୫.୨୫ ପ୍ରତିଶତ ବଢ଼ିଯାଇଛି। ଅନ୍ୟପକ୍ଷରେ ରୁପା ଦର ୨୦୨୬ ମସିହାର ପ୍ରଥମ ୧୨ ଦିନରେ ୧୨.୧୧ ପ୍ରତିଶତ ମହଙ୍ଗା ହୋଇଯାଇଛି। ୨୦୨୬ ମସିହା ପହିଲାରେ ରୁପା ଦର ୨,୫୬,୦୦୦ ଟଙ୍କା ଥିଲା। ତେଣୁ ଇତିମଧ୍ୟରେ ରୁପା ଦର ୩୧ ହଜାର ଟଙ୍କା ମହଙ୍ଗା ହୋଇଛି। ଆମେରିକା ଓ ଇରାନ ପରସ୍ପର ମୁହାଁମୁହିଁ ପରିସ୍ଥିତିରେ ଥିବାରୁ ଏହାର ପ୍ରଭାବ ସୁନା ଓ ରୁପା ଭଳି ମୂଲ୍ୟବାନ ଧାତୁ ବଜାର ଉପରେ ପଡ଼ିଛି। ଏଥିପାଇଁ ଦରରେ ମାତ୍ରାଧିକ ବୃଦ୍ଧି ଘଟୁଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଆହୁରି ପଢନ୍ତୁ- Road Strike: କ୍ଷତିପୂରଣ ଦାବିରେ ରାସ୍ତାରୋକ
Follow Us