Travel to Shirdi will now be easier Photograph: (sambad.in)
ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ସୂଚନା ଦେଇଛନ୍ତି ଯେ ପୁଣେ-ନାସିକ ହାଇ-ସ୍ପିଡ୍ ରେଳର ପୁରୁଣା ଆଲାଇନମେଣ୍ଟ ଯାହା ନାରାୟଣ ଗାଓଁ ଦେଇ ଯାଇଥିଲା ତାହାକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। ବିଶ୍ୱ ପ୍ରସିଦ୍ଧ ଜାଏଣ୍ଟ ମିଟରୱେଭ୍ ରେଡିଓ ଟେଲିସ୍କୋପ୍ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ୩୧ ଦେଶର ବୈଜ୍ଞାନିକମାନେ ଆନ୍ତର୍ଜାତୀୟ ପର୍ଯ୍ୟବେକ୍ଷଣାଗାର ଭାବରେ ବ୍ୟବହାର କରିଥାଆନ୍ତି।
ଏହାଛଡା ଜାଏଣ୍ଟ ମିଟରୱେଭ୍ ରେଡିଓ ଟେଲିସ୍କୋପ୍ ନିକଟରୁ ରେଳ ଲାଇନ ଅତିକ୍ରମ କରିବା ଦ୍ୱାରା ରେଡିଓ ତରଙ୍ଗରେ ବାଧାପ୍ରାପ୍ତ ହେବ ଏବଂ ପ୍ରୋଜେକ୍ଟ ଖରାପ ହୋଇଯିବ ବୋଲି ବିଜ୍ଞାନ ଏବଂ ପରମାଣୁ ଶକ୍ତି ବିଭାଗ ଦ୍ବାରା ସତର୍କ କରାଯାଇଥିଲା। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ରେଳବାଇ ସତର୍କତାର ସହ ବିଚାର କରି ନୂତନ ରୁଟ୍ ତିଆରି କରିଛି।
କେଉଁ ନୂତନ ରୁଟ୍ ତିଆରି କରାଯାଇଛି
ଯାତ୍ରୀମାନଙ୍କ ସୁବିଧା ପାଇଁ ୫ ଟି ନୂତନ ରେଳ ଲାଇନ ପ୍ରସ୍ତୁତ କରାଯାଇଛି। ଏହି ରେଳ ଲାଇନ ମଧ୍ୟରେ ନାସିକ –ସାଇନଗର ଶିରିଡି, ସାଇନଗର ଶିରିଡି ପୁଣେମମ୍ବା ଜଙ୍ଗସ, ପୁଣତମ୍ବା–ନିମଲାକା, ନିମଲାକା–ଅହିଲ୍ୟାନଗର , ଅହିଲ୍ୟାନଗର ରୁ ପୁଣେ ପରି ୫ ଟି ରେଳ ଲାଇନର ପ୍ରସ୍ତୁତ କରାଯାଇଛି। ଯାହାଦ୍ବାରା ଯାତ୍ରୀମାନେ ସୁବିଧାରେ ଯାତାୟାତ କରିପାରିବେ।
କଣ କହିଛନ୍ତି ରେଳ ମନ୍ତ୍ରୀ
ରେଳମନ୍ତ୍ରୀ କହିଛନ୍ତି ଯେ, ରେଳବାଇ ଦ୍ବାରା ପ୍ରସ୍ତୁତ ନୂତନ ରୁଟ୍ ରେ ଯାତ୍ରା କଲେ ପୁରୁଣା ରୁଟ ପରି ସମାନ ସମୟ ଲାଗିବ। ଏହା କିନ୍ତୁ ପୁରୁଣା ରୁଟ ଠାରୁ ଗୁରୁତ୍ୱପୂର୍ଣ୍ଣ ଲାଭ ପ୍ରଦାନ କରିବ। ଏହି ନୂତନ ରୁଟ ସାଇ ବାବାଙ୍କ ପବିତ୍ର ତୀର୍ଥସ୍ଥଳ ସାଇନଗର ଶିରିଡି ସିଧାସଳଖ ନାସିକ ସହିତ ସଂଯୋଗ ହେବ। ଯାହା ଲକ୍ଷ ଲକ୍ଷ ଭକ୍ତଙ୍କୁ ସୁବିଧା ପ୍ରଦାନ କରିବ।
ତୀର୍ଥଯାତ୍ରୀଙ୍କ ପାଇଁ ସୁବିଧା
ନାସିକରୁ ତ୍ରୟମ୍ବକେଶ୍ୱର ଯାତ୍ରା ସହଜ ହେବ। ଯାତ୍ରୀମାନଙ୍କୁ ଆଉ ବସ୍, ଟ୍ୟାକ୍ସି କିମ୍ବା ଅନ୍ୟାନ୍ୟ ପରିବହନ ପଦ୍ଧତି ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏହା ସେମାନଙ୍କର ସମୟ ଏବଂ ଟଙ୍କା ବଞ୍ଚାଇବା ସହିତ ଯାତ୍ରାକୁ ସୁବିଧାଜନକ କରିବ। ରେଳବାଇ ସତର୍କତାର ସହ ବିଚାର କରି ନୂତନ ରୁଟ୍ ଚୂଡ଼ାନ୍ତ କରିଛି। ଫଳରେ ସର୍ବାଧିକ ସଂଖ୍ୟକ ଲୋକଙ୍କ ପାଇଁ ସର୍ବାଧିକ ଲାଭ ସୁନିଶ୍ଚିତ କରିଛି।
ଏହା ଚକନ ଭଳି ପ୍ରମୁଖ ଶିଳ୍ପ କ୍ଷେତ୍ରଗୁଡ଼ିକୁ ମଧ୍ୟ ସଂଯୋଗ କରିବ। ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି ଯେ, ବୈଜ୍ଞାନିକ ସ୍ୱାର୍ଥ ସବୁଠାରୁ ଗୁରୁତ୍ୱପୂର୍ଣ ହୋଇଥାଏ । ତେଣୁ ଜିଏମଆରଟିକୁ ସୁରକ୍ଷା ଦେବା ପାଇଁ ରୁଟ୍ ପରିବର୍ତ୍ତନ କରାଯାଇଛି। ଏହି ନୂତନ ଆଲାଇନମେଣ୍ଟ ପୁଣେ ଏବଂ ନାସିକ ମଧ୍ୟରେ ଦ୍ରୁତ ରେଳ ସଂଯୋଗ ପ୍ରଦାନ କରିବା ସହିତ ଧାର୍ମିକ ପର୍ଯ୍ୟଟନ ଏବଂ ଶିଳ୍ପକୁ ମଧ୍ୟ ବୃଦ୍ଧି କରିବ।
Follow Us