ଅହମଦାବାଦ: ବିଳମ୍ବିତ ନ୍ୟାୟ କିଭଳି ନିରୀହ ଲୋକଙ୍କ ଜୀବନକୁ କାଳକୋଠରୀ ମଧ୍ୟରେ ଶେଷ କରିଦେଉଛି ତା’ର ଏକ ଜ୍ବଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି ଗୁଜରାଟରେ। ଜଣେ ବ୍ୟକ୍ତି ୨୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ୩୦ ବର୍ଷ ଜେଲ୍ରେ ରହିଛନ୍ତି। କିନ୍ତୁ ପରିଶେଷରେ ସେ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି। ତେବେ ସବୁଠାରୁ ଦୁଃଖର କଥା ହେଉଛି, ଏହି ବ୍ୟକ୍ତି ଜଣକ ଜେଲ୍ରୁ ବାହାରିଥିଲେ ବି ନିଜ ଜୀବନକୁ ଟିକେ ଭଲ ଭାବେ ଜିଇଁ ପାରିଲେନି। ଜେଲ୍ରୁ ମୁକୁଳିବାର ଦିନକ ପରେ ତାଙ୍କର ମୃତ୍ୟୁ ହୋଇଯାଇଛି।
ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ପୁଲିସ କନେଷ୍ଟବଳ ବାବୁଭାଇ ପ୍ରଜାପତି। ଅହମଦାବାଦରେ ପୋଷ୍ଟିଂ ସମୟରେ ସେ ୨୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଦୁର୍ନୀତି ନିବାରଣ ଆଇନ ଅଧୀନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଏବଂ ୧୯୯୭ରେ ତାଙ୍କ ବିରୋଧରେ ସେସନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଥିଲା। ୨୦୦୨ରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ୍ ହୋଇଥିଲା। ୨୦୦୪ରେ ସେସନ୍ସ କୋର୍ଟ ପ୍ରଜାପତିଙ୍କୁ ୪ ବର୍ଷ ଜେଲ୍ଦଣ୍ଡ ଦେଇଥିଲେ ଏବଂ ୩ ହଜାର ଟଙ୍କା ଜରିମାନା କରିଥିଲେ। ପ୍ରଜାପତି ସେସନ୍ସ କୋର୍ଟଙ୍କ ନିଷ୍ପତ୍ତିକୁ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହାପରେ ତାଙ୍କ ଆବେଦନ ହାଇକୋର୍ଟରେ ୨୨ ବର୍ଷ ଧରି ପଡ଼ି ରହିଥିଲା। ଗୁଜରାଟ ହାଇକୋର୍ଟ ଫେବ୍ରୁଆରି ୪ ତାରିଖରେ ପ୍ରଜାପତିଙ୍କୁ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ଆହୁରି ପଢ଼ନ୍ତୁ: Dead: ବିହାରରେ କର୍ଣ୍ଣାଟକ ପରିବାରର ୪ ଜଣ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କୋର୍ଟ କହିଛନ୍ତି, ବିଚାରଣ ପ୍ରକ୍ରିୟାରେ ପ୍ରଜାପତିଙ୍କ ବିରୋଧରେ ଥିବା ଅଭିଯୋଗ ପ୍ରମାଣିତ ହୋଇପାରିନି। ପ୍ରଜାପତିଙ୍କୁ ପ୍ରତିନିଧିତ୍ବ କରିଥିବା ଆଇନଜୀବୀ ନୀତିନ ଗାନ୍ଧୀ ହାଇକୋର୍ଟଙ୍କୁ କହିଥିଲେ ଯେ, ଏହା କେବଳ ସନ୍ଦେହ ଆଧାରିତ। ଦୀର୍ଘ ଦିନର ଅପେକ୍ଷା ପରେ ନିଜ ସପକ୍ଷରେ ରାୟ ଆସିବା ପରେ ପ୍ରଜାପତି କହିଛନ୍ତି, ମୋ ଜୀବନରୁ କଳଙ୍କ ହଟିଗଲା। ଭଗବାନ ମୋତେ ନେଇଗଲେ ବି କିଛି ଦୁଃଖ ନାହିଁ। ଜେଲ୍ରୁ ମୁକୁଳିବାର ଦିନକ ପରେ ତାଙ୍କର ମୃତ୍ୟୁ ହୋଇଯାଇଛି।
ଆହୁରି ପଢ଼ନ୍ତୁ: Winter Olympics: ଶୀତକାଳୀନ ଅଲିମ୍ପିକ୍ସର ଶୁଭାରମ୍ଭ; ଭାନ୍ସଙ୍କୁ ଚିଡ଼ାଇଲେ ଇଟାଲୀ ଦର୍ଶକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/07/jailjpg-2026-02-07-19-17-59.jpeg)