ନୂଆଦିଲ୍ଲୀ: ଗତ ରବିବାର ଗୁଜୁରାଟର ପୋରବନ୍ଦରରେ ଏକ ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇ ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ଏହି ତିନିଜଣ ମୃତକଙ୍କ ମଧ୍ୟରେ କମାଣ୍ଡେଣ୍ଟ ସୌରଭ, ନାବିକ ମନୋଜ ଓ ପାଇଲଟ ସୁଧୀର ଯାଦବ ଅଛନ୍ତି।
ଦୁର୍ଘଟଣାଗସ୍ତ ହେଲିକପ୍ଟଟି କୋଷ୍ଟଗାର୍ଡର ଏଏଲଏଚ ଧ୍ରୁବ ରହିଥିଲା । ଯାହାକୁ ପାଇଲଟ ସୁଧୀର ଯାଦବ ପରିଚାଳନା କରୁଥିଲେ। ହେଲିକପ୍ଟରଟି ଅବତରଣ କରୁଥିବା ବେଳେ ଦୁର୍ଘଟଣାଗସ୍ତ ହୋଇଥିଲା। ବୁଧବାର ରାଜକୀୟ ସମ୍ମାନ ସହିତ ସୁଧୀର ଯାଦବଙ୍କୁ ଅନ୍ତିମ ବିଦାୟୀ ଦିଆଯାଇଥିଲା। ଏହି ସମୟରେ ସୁଧୀରଙ୍କ ମା’ ରାଜମଣି, ବାପା ନବାବ ସିଂହ ଯାଦବ ଓ ଜଜ ଥିବା ଧର୍ମପତ୍ନୀ ଆବୃତ୍ତି ନୈଥାନୀ କାନ୍ଦିକାନ୍ଦି ଚଟାଣରେ ଗଡ଼ି ପଡ଼ୁଥାଆନ୍ତି। ଏଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବାଲୋକେ ସ୍ତବ୍ଧ ହୋଇଯାଇଥିଲେ।
ସୁଧୀରଙ୍କ ପାର୍ଥିବ ଶରୀର ନିକଟରେ ସ୍ତ୍ରୀ ଆବୃତ୍ତି ଏକ ଚିଠି ରଖି କହିଥିଲେ, ‘ସୁଧୀର ଏହାକୁ ନିଶ୍ଚିୟ ପଢ଼ିଦେବ।’ ଚିଠିରେ ଆବୃତ୍ତି ଲେଖିଛନ୍ତି, ‘ତୁମେ ଯେଉଁଠାରେ ରୁହ ଖୁସିରେ ରୁହ। ନିଜର ଯତ୍ନ ନେଉଥିବ। ଆମେ ସମସ୍ତେ ତୁମକୁ ନେଇ ଗର୍ବିତ।’
ଅଧିକପଢ଼ନ୍ତୁ:ସହଦେବ ନାୟକ ହତ୍ୟାକାଣ୍ଡ: ତିନି ଅଭିଯୁକ୍ତ ଅଟକ
ପ୍ରାପ୍ତ ସୂଚନା ଅନୁଯାୟୀ, ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ସୁଧୀର ଯାଦବଙ୍କ ବିବାହ ୨୦୨୪ରେ ହୋଇଥିଲା। ଆବୃତ୍ତି ଓ ସୁଧୀରଙ୍କ ବିବାହକୁ ମାତ୍ର ୧୦ମାସ ପୂରା ହୋଇଥିବା ବେଳେ ଦୁହେଁ ନିଜ ପ୍ରଥମ ବିବାହବାର୍ଷିକୀ ପାଳନ କରିବା ପାଇଁ ପ୍ରସ୍ତୁତି ବି ଆରମ୍ଭ କରି ଦେଇଥିଲେ।
Follow Us