ହାଇଦ୍ରାବାଦ ଅଗ୍ନିକାଣ୍ଡ: ମୃତକଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦର ଚାରମିନାର ନିକଟସ୍ଥ ଗୁଲଜାର ହାଉସରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୭ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ, ମୃତକଙ୍କ ପରିବାରଙ୍କ ପାଇଁ ଅନୂକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି...

ଅଦ୍ୟତନ ହୋଇଛି
Gulzar House fire: PM announces compassionate assistance to the families of the deceased

Gulzar House fire: PM announces compassionate assistance to the families of the deceased Photograph: (sambad.in)

ହାଇଦ୍ରାବାଦ:  ରବିବାର (୧୮ ମେ’)ସକାଳେ ହାଇଦ୍ରାବାଦର ଚାରମିନାର ନିକଟସ୍ଥ ଗୁଲଜାର ହାଉସରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୭ ଜଣଙ୍କର ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ କୋଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ, ମୃତକଙ୍କ ପରିବାରଙ୍କ ପାଇଁ ଅନୂକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ଏକ୍ସରେ  କହିଛନ୍ତି, ତେଲେଙ୍ଗାନାର ହାଇଦ୍ରାବାଦରେ ଅଗ୍ନିକାଣ୍ଡ ଘଟଣାରେ ଲୋକଙ୍କ ମୃତ୍ୟୁରେ ମୁଁ ଗଭୀର ଦୁଃଖିତ। ଯେଉଁମାନେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା। ମୁଁ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।

ପ୍ରତ୍ୟେକ ମୃତକଙ୍କ ପରିବାର ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ଆହତମାନଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପୁଲିସର କହିବା ଅନୁଯାୟୀ, କୋଠାରେ ଅଗ୍ନିକାଣ୍ଡର କାରଣ ତଦନ୍ତ କରାଯାଉଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ରାତିରେ ବହୁତ ଗରମ ଥିଲା ଏବଂ ଘରେ ଲାଗିଥିବା ସମସ୍ତ ଏସି ଚାଲୁଥିଲା। ଏହି କାରଣରୁ ଘରର ତାରଗୁଡ଼ିକ ଗରମ ହୋଇଗଲା। ଏହି ସମୟରେ, ତାରରେ ନିଆଁ ଲାଗିଗଲା ଏବଂ ସେଥିରୁ ନିର୍ଗତ ସ୍ପାର୍କିଂ କିଛି ସମୟ ମଧ୍ୟରେ ଭୟଙ୍କର ରୂପ ନେଇଗଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ନିଆଁ ଏତେ ଶୀଘ୍ର ବ୍ୟାପିଗଲା ଯେ, ଲୋକମାନେ ବାହାରକୁ ଆସିବାକୁ ମଧ୍ୟ ସୁଯୋଗ ପାଇଲେ ନାହିଁ।

ଅଗ୍ନିଶମ ବିଭାଗର ଜଣେ ଅଧିକାରୀଙ୍କ ଅନୁଯାୟୀ, ସକାଳ ପ୍ରାୟ ୬.୩୦ ସମୟରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା ​​ଏବଂ ତା’ପରେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ ଅନେକ ଲୋକ ଚେତାଶୂନ୍ୟ ଅବସ୍ଥାରେ ପାଇଥିଲେ ଏବଂ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଘଟଣାସ୍ଥଳ ପରିଦର୍ଶନ କରିବା ପରେ କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ ସାମ୍ବାଦିକମାନଙ୍କୁ କହିଛନ୍ତି, 'ଅଗ୍ନିକାଣ୍ଡ ଘଟଣାରେ ଆଠ ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି, କିନ୍ତୁ ଏହା କେବଳ ସମ୍ପୃକ୍ତ ଅଧିକାରୀମାନେ ନିଶ୍ଚିତ କରିବେ।' ସେ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ କିଛି ପିଲା ମଧ୍ୟ ଅନ୍ତର୍ଭୁକ୍ତ।

ଅଧିକ ପଢ଼ନ୍ତୁ: ହାଇଦ୍ରାବାଦର ଗୁଲଜାର ହାଉସ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ: ୧୭ ମୃତ୍ୟୁ

ଘଟଣାସ୍ଥଳରେ ଉପସ୍ଥିତ ଥିବା  ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ ବିଧାୟକ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ପ୍ରାଥମିକ ରିପୋର୍ଟ ଅନୁଯାୟୀ, ପ୍ରାୟ ୨୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ)ରୁ ଜାରି ହୋଇଥିବା ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ଏବଂ ସେମାନଙ୍କର ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ୟୁଟ୍ୟୁବର ଜ୍ୟୋତି ମାମଲା: ପ୍ରିୟଙ୍କା ସେନାପତିଙ୍କୁ ପୁରୀ ପୁଲିସର ପଚରାଉଚରା

Telengana | pm-narendra-modi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe