ବନ୍ଧୁକଧାରୀଙ୍କ ରକ୍ତାକ୍ତ ଖେଳ: ୨୦ ମୃତ, ବହୁ ଆହତ

ନାଇଜେରିଆରେ, ବନ୍ଧୁକଧାରୀଙ୍କ ଦଳ ଏକ ଗାଁରେ ପ୍ରବେଶ କରି ୨୦ଜଣଙ୍କୁ ହତ୍ୟା କରିଛନ୍ତି। ନାଇଜେରିଆର ଜାମଫାରା ରାଜ୍ୟର ଡାନ୍ ଗୁଲାବି ଜିଲ୍ଲାର ଏକ ଗାଁରେ ଏହି ଘଟଣା ଘଟିଛି। ବନ୍ଧୁକଧାରୀମାନେ ଘର ଏବଂ ଏକ ମସଜିଦରେ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ...

Gunmen's bloody game: 20 dead, many injured

Gunmen's bloody game: 20 dead, many injured Photograph: (sambad.in)

ଆବୁଜା: ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜେରିଆର ଏକ ସୁନା ଖଣି ଗାଁରେ କିଛି ବନ୍ଧୁକଧାରୀ ଆକ୍ରମଣ କରିଛନ୍ତି। ଯେଉଁଥିରେ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଏକ ଡଜନରୁ ଅଧିକ ଲୋକ ଆହତ ହୋଇଥିଲେ।

ଏକ ମାନବାଧିକାର ଗୋଷ୍ଠୀ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଘଟଣା ନାଇଜେରିଆର ଜାମଫାରା ରାଜ୍ୟର ଡାନ୍ ଗୁଲବି ଜିଲ୍ଲାର ଏକ ଗାଁରେ ଘଟିଛି। ସୂଚନା ଅନୁଯାୟୀ, କିଛି ସଶସ୍ତ୍ର ବ୍ୟକ୍ତି ମୋଟରସାଇକେଲରେ ଗାଁରେ ପ୍ରବେଶ କରି ଲୋକଙ୍କ ଘରେ ପଶି ହତ୍ୟା କରିବାକୁ ଲାଗିଥିଲେ।

ମାନବାଧିକାର ଗୋଷ୍ଠୀ କହିଛି ଯେ, ହଠାତ୍ ଆକ୍ରମଣ ଯୋଗୁ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଲୋକମାନେ ଭୟରେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ବନ୍ଧୁକଧାରୀମାନେ ଚାଲିଯିବା ପରେ ପୁଲିସକୁ ଘଟଣା ବିଷୟରେ ସୂଚନା ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଆହତମାନଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲା ଏବଂ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପଚରାଉଚରା କରି ତଦନ୍ତ ଆରମ୍ଭ କରିଥିଲା।

ମାନବାଧିକାର ଗୋଷ୍ଠୀ କହିଛି ଯେ, ବନ୍ଧୁକଧାରୀମାନେ ପ୍ରଥମେ ଏକ ସୁନା ଖଣିକୁ ଟାର୍ଗେଟ କରିଥିଲେ ଏବଂ ଏଥିରେ ୧୪ ଜଣଙ୍କୁ ହତ୍ୟା କରିଥିଲେ। ତା'ପରେ ସେମାନେ ଘର ଏବଂ ଏକ ମସଜିଦରେ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଏକ ଡଜନରୁ ଅଧିକ ଆହତ ହୋଇଥିଲେ।


ମାନବାଧିକାର ଗୋଷ୍ଠୀ କହିଛି ଯେ, ବନ୍ଧୁକଧାରୀମାନେ କାହିଁକି ଆକ୍ରମଣ କଲେ ଏବଂ ସେମାନଙ୍କର ଉଦ୍ଦେଶ୍ୟ କ'ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏପରି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ସଂଘର୍ଷଗ୍ରସ୍ତ ଉତ୍ତର ଅଞ୍ଚଳରେ ଗଣହତ୍ୟା ଏବଂ ମୁକ୍ତ ପାଇଁ ଅପହରଣ କରୁଥିବା ଜଣାଶୁଣା।

ଅନ୍ୟପକ୍ଷରେ, ପ୍ରାରମ୍ଭିକ ତଦନ୍ତ ପରେ, ପୁଲିସ କହିଛି ଯେ, ଘଟଣା ସମୟରେ ଉପସ୍ଥିତ ଲୋକଙ୍କ ସହ କଥା ହୋଇ ସେମାନେ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସେମାନେ କେଉଁ ଆତଙ୍କବାଦୀ ସଂଗଠନର ଥିଲେ ଏବଂ ସେମାନଙ୍କର ଉଦ୍ଦେଶ୍ୟ କ’ଣ ଥିଲା ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି। ପୁଲିସ କହିଛି, ସେମାନେ ଆକ୍ରମଣକାରୀଙ୍କୁ ବହୁତ ଶୀଘ୍ର ଚିହ୍ନଟ କରିବେ।

ଅଧିକ ପଢ଼ନ୍ତୁ: ଭାରତର ଆକ୍ରମଣ ଭୟରେ ଚୀନ୍‌ ଶରଣରେ ପାକିସ୍ତାନ: ଜିନପିଙ୍ଗଙ୍କ ଦୂତଙ୍କୁ ଭେଟି ଯୁଦ୍ଧ ପାଇଁ ସାହାଯ୍ୟ ମାଗିଲେ ଇଶାକ ଡାର

ନାଇଜେରିଆର ଉତ୍ତର ଅଞ୍ଚଳ ବହୁତ ହିଂସାତ୍ମକ, ଯେଉଁଠାରେ ଅନେକ ଇସଲାମିକ ଆତଙ୍କବାଦୀ ସଂଗଠନ ସକ୍ରିୟ ଅଛନ୍ତି। ଯେଉଁମାନେ ନାଇଜେରିଆରେ ରହୁଥିବା ଖ୍ରୀଷ୍ଟିଆନ ଏବଂ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ଟାର୍ଗେଟ କରି ଚାଲିଛନ୍ତି।

ଅଧିକ ପଢ଼ନ୍ତୁ: ନାବାଳିକାକୁ ବାରମ୍ବାର ଦୁଷ୍କର୍ମ ପରେ ଗର୍ଭବତୀ କରିବା ମାମଲା: ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ

Nigeria 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe