ହାଫିଜ୍-ଅଜହର ମୃତ ନା ଜୀବିତ!: ଭାରତର ଏୟାର ଷ୍ଟ୍ରାଇକ୍‌ରେ ଜୈଶ-ଲସ୍କରର ବହୁ ଶୀର୍ଷ କମାଣ୍ଡର ନିହତ

ଭାରତ ପାକ୍ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରି ଅପରେସନ ସିନ୍ଦୂର ଆରମ୍ଭ କରିଛି। ଭାରତୀୟ ସେନା କହିଛି ଯେ, ଭାରତ ସେହି ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରିଛି ଯେଉଁଠାରୁ ଭାରତ ବିରୁଦ୍ଧରେ ଆତଙ୍କବାଦୀ ଆକ୍ରମଣ ଯୋଜନା କାର୍ଯ୍ୟକାରୀ କରାଯାଉଥିଲା...

Hafiz-Azhar dead or alive!: Many top commanders of Jaish-LeT killed in Indian air strike

Hafiz-Azhar dead or alive!: Many top commanders of Jaish-LeT killed in Indian air strike Photograph: (sambad.in)

ନୂଆଦିଲ୍ଲୀ: ଭାରତ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ଭାରତୀୟ ବାହୁସେନା ପାକିସ୍ତାନ ଏବଂ ପିଓକେରେ ମୋଟ ୯ଟି ସ୍ଥାନରେ ଆକ୍ରମଣ କରିଛି। ଭାରତ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରିଛି। ଭାରତର ଏହି ଆକ୍ରମଣରେ, ଦେଶର ସବୁଠାରୁ ବଡ଼ ଶତ୍ରୁ ହାଫିଜ୍ ସଇଦ ଏବଂ ମାସୁଦ ଅଜହର ମଧ୍ୟ ନିହତ ହୋଇଛନ୍ତି କି ବୋଲି ପ୍ରଶ୍ନ ଉଠୁଛି।

ଭାରତୀୟ ବାୟୁସେନା ବିମାନ ବାହାବଲପୁରରେ ଥିବା ମାସୁଦ ଅଜହରର ମୁଖ୍ୟାଳୟକୁ ଟାର୍ଗେଟ କରିଛି। ଏହି ଆକ୍ରମଣରେ ଆତଙ୍କବାଦୀ ସଂଗଠନର ମୁଖ୍ୟାଳୟ ଏବଂ ମଦ୍ରାସା ଧ୍ୱଂସ ହୋଇଯାଇଛି। ପାକିସ୍ତାନ ଗଣମାଧ୍ୟମ ଏହାକୁ ନିଶ୍ଚିତ କରିଛି। ଏହି ଆକ୍ରମଣରେ ୫୦ ଜଣ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି।

ଏହା ବ୍ୟତୀତ, ଭାରତ ମୁରିଦକେରେ ଲସ୍କର-ଏ-ତୋଇବାର ଆଡ୍ଡାକୁ ଧ୍ୱଂସ କରିଛି। ଏହି ଆକ୍ରମଣରେ ଲସ୍କର ଏବଂ ଜୈଶର ଅନେକ ଶୀର୍ଷ କମାଣ୍ଡର ନିହତ ହୋଇଛନ୍ତି। ତେବେ ଏହି ଆକ୍ରମଣରେ ମାସୁଦ ଅଜହର ଏବଂ ହାଫିଜ୍ ସଇଦର ମୃତ୍ୟୁ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।


ଭାରତର ଆକ୍ରମଣ ପରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଆକ୍ରମଣକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ଭାରତ ଆମ ଉପରେ ଯୁଦ୍ଧ ଲଦି ଦେଇଛି। ଏବେ ଆମର ପ୍ରତିଶୋଧ ନେବାର ଅଧିକାର ଅଛି।

ଅଧିକ ପଢ଼ନ୍ତୁ: ପାକିସ୍ତାନ ବଡ଼ବଡ଼ କଥା କହୁଥିବାବେଳେ ଭାରତ କରିଲା ଆତଙ୍କବାଦୀଙ୍କ ମୂଳପୋଛ

ଭାରତ କେଉଁଠି ଏବଂ କେତେ ଥରଏୟାର ଷ୍ଟ୍ରାଇକ୍ କରିଛି:

ଭାରତ ମୁଜାଫରାବାଦରେ ଦୁଇଟି ଏୟାର ଷ୍ଟ୍ରାଇକ୍ କରିଛି।
ବାହାବଲପୁରରେ ତୃତୀୟ ଏୟାର ଷ୍ଟ୍ରାଇକ୍ କରିଛି
କୋଟଲିରେ ଚତୁର୍ଥ ଏୟାର ଷ୍ଟ୍ରାଇକ୍ ଏବଂ ଚକ୍ ଆମରୁରେ ପଞ୍ଚମ ଏୟାର ଷ୍ଟ୍ରାଇକ୍ କରିଛି।
ଗୁଲପୁରରେ ଷଷ୍ଠ ଏୟାର ଷ୍ଟ୍ରାଇକ୍ ଏବଂ ଭିମ୍ବରରେ ସପ୍ତମ ଏୟାର ଷ୍ଟ୍ରାଇକ୍ କରାଯାଇଛି।
ମୁରିଦକେରେ ୮ମ ଏୟାର ଷ୍ଟ୍ରାଇକ୍, ସିଆଲକୋଟରେ ୯ମ ଏୟାର ଷ୍ଟ୍ରାଇକ୍ କରାଯାଇଛି

ଭାରତ ଏହି ଅପରେସନକୁ ଅପରେସନ ସିନ୍ଦୂର ନାମରେ ନାମିତ କଲା କାହିଁକି?

ପହଲଗାମରେ ଆତଙ୍କବାଦୀମାନେ ସ୍ୱାମୀଙ୍କୁ ହତ୍ୟା କରି ସ୍ତ୍ରୀଙ୍କ ସିନ୍ଦୂର ପୋଛି ଥିଲେକ।
ସ୍ୱାମୀମାନଙ୍କୁ ସେମାନଙ୍କ ସ୍ତ୍ରୀଙ୍କ ସାମ୍ନାରେ ଗୁଳି କରାଯାଇଥିଲା
ସ୍ୱାମୀମାନଙ୍କୁ ସେମାନଙ୍କ ଧର୍ମ ବିଷୟରେ ପଚାରି ଗୁଳି କରାଯାଇଥିଲା
ଅନେକ ନବବିବାହିତା ମହିଳା ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ।
ଆତଙ୍କବାଦୀମାନେ କହିଥିଲେ, ମୋଦୀଙ୍କୁ ଯାଇ ଆକ୍ରମଣ ବିଷୟରେ କୁହ।
ହିନ୍ଦୁ ଧର୍ମରେ, ସିନ୍ଦୂର ବୈବାହିକ ଜୀବନରେ ସଧବାଙ୍କ ସୁଖର ପ୍ରତୀକ।
କଳ୍ପନା ବାହାରେ ଦଣ୍ଡ ଦିଆଯିବ ବୋଲି ମୋଦୀ କହିଥିଲେ।

ଅଧିକ ପଢ଼ନ୍ତୁ: ପହଲଗାମ୍ ପ୍ରତିଶୋଧ ପରେ ନୂଆ ସକାଳ ଦେଖିଲା ଭାରତ, ସିନ୍ଦୂରା ଫିଟିବା ଆଗରୁ ଆତଙ୍କୀଙ୍କ ଖେଳ ଖତମ୍ କଲା ‘ଅପରେସନ ସିନ୍ଦୂର’...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe