Thailand-Cambodia Conflict: କାମ ଦେଲାନି ଟ୍ରମ୍ପଙ୍କ ଯୁଦ୍ଧବିରତି, ପୁଣି ମୁହାଁମୁହିଁ ହେଲେ କାମ୍ବୋଡିଆ-ଥାଇଲାଣ୍ଡ

Advertisment

କାମ ଦେଲାନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି । ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଦକ୍ଷିଣ-ପୂର୍ବ ଏସିଆର ଦୁଇ ଦେଶ ଥାଇଲାଣ୍ଡ ଓ କାମ୍ବୋଡିଆ ।

କାମ ଦେଲାନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି । ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଦକ୍ଷିଣ-ପୂର୍ବ ଏସିଆର ଦୁଇ ଦେଶ ଥାଇଲାଣ୍ଡ ଓ କାମ୍ବୋଡିଆ ।

Thailand-Cambodia

Thailand-Cambodia Photograph: (@NetramDefence)

Thailand-Cambodia Conflict: କାମ ଦେଲାନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି । ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଦକ୍ଷିଣ-ପୂର୍ବ ଏସିଆର ଦୁଇ ଦେଶ ଥାଇଲାଣ୍ଡ ଓ କାମ୍ବୋଡିଆ । ସୋମବାର ଭୋର  ସମୟରେ କାମ୍ବୋଡିଆ ପକ୍ଷରୁ କରାଯାଇଥିବା ଆକ୍ରମଣରେ ଜଣେ ଥାଇ ସୈନିକ ପ୍ରାଣ ହରାଇବା ସହ ଦୁଇଜଣ ଆହତ ହୋଇଥିଲେ । ଏହାର ଜବାବରେ ଥାଇଲାଣ୍ଡ ବାୟୁସେନା ପକ୍ଷରୁ କାମ୍ବୋଡିଆ ସୀମାରେ ଏୟାରଷ୍ଟ୍ରାଇକ୍ କରାଯାଇଛି । ଏହି ସାନି ସଂଘର୍ଷ ଫଳରେ ଗତ ଅକ୍ଟୋବର ମାସରେ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ କରାଯାଇଥିବା ଯୁଦ୍ଧବିରତି ଭାଙ୍ଗିଯାଇଛି । 

ଆହୁରି ପଢନ୍ତୁ : Tej Pratap: ତେଜ ପ୍ରତାପଙ୍କ ହନୁମାନ ଆଣିଲେ ସଙ୍ଗୀନ ଅଭିଯୋଗ

ବିବାଦର କେନ୍ଦ୍ର 

ଦୁଇ ଦେଶର ସୀମାରେ ଥିବା ଡାଙ୍ଗରେକ୍ ପର୍ବତ ଶିଖରରେ ଥିବା ଏକ ୯୦୦ ବର୍ଷ ପ୍ରାଚୀନ ଶିବ ମନ୍ଦିର ପ୍ରିହ ଭିହିଅରକୁ ନେଇ ଗତ ଅନେକ ଦଶନ୍ଧି ଧରି ଥାଇଲାଣ୍ଡ ଓ କମ୍ବୋଡିଆ ମଧ୍ୟରେ ବିବାଦ ଚାଲିଆସିଛି । ଗତ ଜୁନ ମାସରେ ଏହି ବିବାଦ ସଂଘର୍ଷର ରୂପ ନେଇଥିଲା । ବିବାଦ ଆରମ୍ଭ ହୁଏ ୧୯୦୭ରେ ଯେତେବେଳେ କାମ୍ବୋଡିଆକୁ ଶାସନ କରୁଥିବା ଫ୍ରାନ୍ସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ନକସାରେ ଏହି ମନ୍ଦିରକୁ କାମ୍ବୋଡିଆର ବୋଲି ଉଲ୍ଲେଖ କରାଯାଇଥିଲା । ସେତେବେଳେ ଥାଇଲାଣ୍ଡ ପକ୍ଷରୁ ଏ ନେଇ କିଛି କୁହାଯାଇନଥିବାବେଳେ ପରେ ଏହା ଏକ ବିବାଦର ରୂପ ନେଇଥିଲା । 

ଚଳିତ ବର୍ଷ ଜୁନ ୩ୟ ସପ୍ତାହରେ  ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ସୀମାରେ ଏକ ସୁଡଙ୍ଗ ବିସ୍ଫୋରଣରେ ପାଞ୍ଚ ଜଣ ଥାଇ ସୈନିକ ଆହତ ହେବା ପରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ଏହି ସଂଘର୍ଷରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ପ୍ରାୟ ୨ ଲକ୍ଷ ୬୦ ହଜାର ଲୋକ ବିସ୍ଥାପିତ ହୋଇଥିଲା । ତେବେ ଥାଇଲାଣ୍ଡର ଦାବି ଅନୁସାରେ ଏହି ସଂଘର୍ଷରେ ୧୦୦ ଜଣ କାମ୍ବୋଡିଆ ସୈନିକ ପ୍ରାଣ ହରାଇଥିଲେ । ତେବେ ଏହାକୁ କାମ୍ବୋଡିଆ ଅସ୍ବୀକାର କରୁଛି । 

ଆହୁରି ପଢନ୍ତୁ : Dharmendra's Birthday: ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା, ଭାବବିହ୍ବଳ ହେଲେ ପରିବାର ଲୋକେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe