ଲକ୍ଷ୍ମୌ: ଉତ୍ତରପ୍ରଦେଶର ଜନପଦ ହାପୁର ଥାନା ଅଞ୍ଚଳରେ ତାତାରପୁର ବାଇପାସର ବୁଲନ୍ଦସହର ସେକ୍ସନ ନିକଟରେ ଏକ ଚଳନ୍ତା ଟ୍ରକରୁ ସନ୍ଦିଗ୍ଧ ରୁପେଲି ରଙ୍ଗର ଧାତୁ ରାସ୍ତାରେ ବିଛେଇ ହୋଇପଡ଼ିବା ପରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଉକ୍ତ ଧାତୁକୁ ଲୋକେ ରୁପା ଭାବି ସାଉଁଟିବାରେ ଲାଗିପଡ଼ିଥିଲେ। ଉଭୟପାର୍ଶ୍ବରେ ଅଟକି ଯାଇଥିଲା ଶହଶହ ଗାଡ଼ି।

Advertisment

ଅଧିକପଢ଼ନ୍ତୁ:ଭାରତରେ ଖୋଲିବ ବିଶ୍ବର ଟପ୍ ବିଶ୍ବବିଦ୍ୟାଳୟ, ପଢିବା ପାଇଁ ଯିବାକୁ ପଡ଼ିବନି ବିଦେଶ

ଟ୍ରକରୁ ସନ୍ଦିଗ୍ଧ ଅବସ୍ଥାରେ ବିଛେଇ ହୋଇପଡ଼ିଲା ରୁପେଲି ରଙ୍ଗର ଧଳା ଧାତୁ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଏକ ଟ୍ରକ  ତାତାରପୁର ବାଇପାସ ଦେଇ ଦିଲ୍ଲୀ ଅଭିମୁଖେ ଯାଉଥିଲା। ଟ୍ରକଟି ବୁଲନ୍ଦସହର ସେକ୍ସନ ନିକଟରେ ପହଞ୍ଚିବା କ୍ଷଣି ସେଥିରୁ କିଛି ରୁପେଲି ଧାତୁ ରାସ୍ତାରେ ବିଛେଇ ହୋଇ ପଡ଼ିଥିଲା। ପଥଚାରୀମାନେ ଉକ୍ତ ଧଳାଧାତୁକୁ ରୂପା ଭାବି ଯିଏ ଯେତେ ପାରିଲା ସଂଗ୍ରହ କରି ଚାଲିଲେ। ଟ୍ରାଫିକ୍ ଜାମ୍ ହୋବର ସୂଚନା ପାଇବା ପରେ ହାପୁର ଦେହାତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତକୁ ନେଇଥିଲା। କିଛିସମୟ ପରେ ଯାନବାହାନ ଚଳାଚଳ ସ୍ବଭାବିକ ହୋଇଥିଲା। 

ହାପୁର ଦେହାତ ପୁଲିସ ଷ୍ଟେସନ ଇନଚାର୍ଜ ନୀରଜ କୁମାର ଏହି ଘଟଣାକୁ ନେଇ କହିଛନ୍ତି, ‘ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଧଳା ଧାତୁ ରୂପା କି ନୁହେଁ ସେନେଇ କୌଣସି ନିଶ୍ଚିତକରଣ ହୋଇନାହିଁ। ପୁଲିସ ଏହି ଘଟଣାର ତଦନ୍ତ କରୁଛି। ସିସି କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଉଛି। ତଦନ୍ତ ସମାପ୍ତ ହେବା ପରେ ହିଁ ପରିସ୍ଥିତି ସ୍ପଷ୍ଟ ହୋଇପାରିବ।

ଅଧିକପଢ଼ନ୍ତୁ:ପାଠପଢ଼ା ସମୟରେ ପ୍ରେମରେ ପଡ଼ିଲି ସବୁକିଛି ହରାଇ ସାଧୁ ଜୀବନ ଆପଣାଇଲି