ହାରିସ୍ ତୃତୀୟ ବିଶ୍ୱଯୁଦ୍ଧର କାରଣ ହେବେ: ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ ପେନସିଲଭାନିଆରେ ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ କମଲା ହାରିସଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେ ବିଶ୍ୱପ୍ରସଙ୍ଗ ଉପରେ କିଛି ଜାଣନ୍ତି ନାହିଁ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କିପରି କଥା ହେବେ ସେ ଜାଣନ୍ତି ନାହିଁ...

WhatsApp Image 2024-10-27 at 2.11.25 PM

ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାୟ ଏକ ସପ୍ତାହ ବାକି ଅଛି। ଉଭୟ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସ୍ ସେମାନଙ୍କର ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି। ଦୁହିଁଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ଏକ ବିବୃତିରେ କହିଛନ୍ତି ଯେ ଯଦି କମଲା ହାରିସ୍ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି, ତେବେ ସେ ତୃତୀୟ ବିଶ୍ୱଯୁଦ୍ଧ କରାଇ ଦେବେ।

ଟ୍ରମ୍ପ କହିଛନ୍ତି  କମଲା ହାରିସ ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନୁହଁନ୍ତି। ସେ ବିଶ୍ୱପ୍ରସଙ୍ଗ ଉପରେ କିଛି ଜାଣନ୍ତି ନାହିଁ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କିପରି କଥା ହେବେ ସେ ଜାଣନ୍ତି ନାହିଁ। 

ଟ୍ରମ୍ପ କହିଛନ୍ତି ଯେ ହାରିସ୍‌ଙ୍କୁ ରାଷ୍ଟ୍ରପତି କରିବା ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପିଲାଙ୍କ ଜୀବନ ସହ ଜୁଆ ଖେଳିବା ଭଳି। ଟ୍ରମ୍ପ କହିଛନ୍ତି ଯେ ବିଶ୍ୱଯୁଦ୍ଧର ବିପଦ ବର୍ତ୍ତମାନ ଯେଭଳି  ରହିଛି ତାହା କେବେ ମଧ୍ୟ ନ ଥିଲା। ଟ୍ରମ୍ପ୍ କହିଛନ୍ତି ଯେ ଯଦି ମୁଁ ଅଫିସରେ ଥାଆନ୍ତି, ତେବେ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ ହୋଇ ନ ଥାନ୍ତା।

ଡେମୋକ୍ରାଟିକ୍ ପାର୍ଟି ମଧ୍ୟ ନିର୍ବାଚନ ପ୍ରଚାର ଉପରେ ସମ୍ପୂର୍ଣ୍ଣ ଗୁରୁତ୍ୱ ଦେଇଛି। ଏହି କାରଣରୁ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିସେଲ ଓବାମା ମଧ୍ୟ କମଲା ହାରିସଙ୍କ ସମର୍ଥନରେ ରାଲି କରୁଛନ୍ତି। ମିସେଲ ଓବାମା ଶନିବାର ମିଚିଗାନରେ ଏକ ରାଲିରେ କମଲା ହାରିସଙ୍କ ସହ ଯୋଗ ଦେଇଥିଲେ। ଏହି ସମୟରେ ସେ ପୁନର୍ବାର ଡୋନାଲ୍ଡ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ନ କରିବାକୁ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ଟ୍ରମ୍ପଙ୍କ ମାନସିକ ସ୍ବାସ୍ଥ୍ୟ, ତାଙ୍କର ଚାଲିଥିବା କାର୍ଯ୍ୟ ତଥା ଯୌନ ନିର୍ଯାତନା ଅଭିଯୋଗ ଉପରେ ମିସେଲ ଓବାମା ଟାର୍ଗେଟ କରିଥିଲେ। 

ଅଧିକ ପଢ଼ନ୍ତୁ:

ଅଭିଷେକଙ୍କ ସହିତ ସମ୍ପର୍କ ଖବର ନେଇ ମୁହଁ ଖୋଲିଲେ ନିମ୍ରତ: ମୁଁ ଯାହା ବି କିଛି କରି ପାରିଥାନ୍ତି...

ପରାଜୟ ପରେ ରୋହିତ-ବିରାଟଙ୍କ ପାଇଁ ବିଶେଷ ବାର୍ତ୍ତା! ଏହି କାର୍ଯ୍ୟ କରିବାକୁ ହେବ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe