Advertisment

Harshit gets his first IM norm: ହର୍ଷିତଙ୍କୁ ପ୍ରଥମ ଆଇଏମ୍‌ ନର୍ମ

Advertisment

ଓଡ଼ିଶାର ଯୁବ ଚେସ୍ ଖେଳାଳି ତଥା ରାଜ୍ୟ ବରିଷ୍ଠ, କନିଷ୍ଠ, ଉପକନିଷ୍ଠ ଓ କଟକ ଜିଲ୍ଲା ବିଜେତା ଫିଡେ ମାଷ୍ଟର୍‌ ହର୍ଷିତ ରଂଜନ ସାହୁ ତାଙ୍କ ଖେଳ ଜୀବନରେ ଏକ ବଡ଼ ପାଦ ଆଗକୁ ବଢ଼ାଇଛନ୍ତି। ହଙ୍ଗେରୀରେ ଆୟୋଜିତ ବୁଦାପେଷ୍ଟ୍ ସ୍ପ୍ରିଙ୍ଗ ଫେଷ୍ଟିଭାଲ୍‌-୨୦୨୬ (ଗ୍ରୁପ–ଏ) ଆନ୍ତର୍ଜାତୀୟ ଚେସ୍ ପ୍ରତିଯୋଗିତାରେ ନିଜ ପ୍ରଥମ ଆନ୍ତର୍ଜାତୀୟ ମାଷ୍ଟର୍ (ଆଇଏମ୍) ନର୍ମ ଅର୍ଜନ କରିନେଇଛନ୍ତି।

ଓଡ଼ିଶାର ଯୁବ ଚେସ୍ ଖେଳାଳି ତଥା ରାଜ୍ୟ ବରିଷ୍ଠ, କନିଷ୍ଠ, ଉପକନିଷ୍ଠ ଓ କଟକ ଜିଲ୍ଲା ବିଜେତା ଫିଡେ ମାଷ୍ଟର୍‌ ହର୍ଷିତ ରଂଜନ ସାହୁ ତାଙ୍କ ଖେଳ ଜୀବନରେ ଏକ ବଡ଼ ପାଦ ଆଗକୁ ବଢ଼ାଇଛନ୍ତି। ହଙ୍ଗେରୀରେ ଆୟୋଜିତ ବୁଦାପେଷ୍ଟ୍ ସ୍ପ୍ରିଙ୍ଗ ଫେଷ୍ଟିଭାଲ୍‌-୨୦୨୬ (ଗ୍ରୁପ–ଏ) ଆନ୍ତର୍ଜାତୀୟ ଚେସ୍ ପ୍ରତିଯୋଗିତାରେ ନିଜ ପ୍ରଥମ ଆନ୍ତର୍ଜାତୀୟ ମାଷ୍ଟର୍ (ଆଇଏମ୍) ନର୍ମ ଅର୍ଜନ କରିନେଇଛନ୍ତି।

08bbs_69_08032026_112

ଭୁବନେଶ୍ବର: ଓଡ଼ିଶାର ଯୁବ ଚେସ୍ ଖେଳାଳି ତଥା ରାଜ୍ୟ ବରିଷ୍ଠ, କନିଷ୍ଠ, ଉପକନିଷ୍ଠ ଓ କଟକ ଜିଲ୍ଲା ବିଜେତା ଫିଡେ ମାଷ୍ଟର୍‌ ହର୍ଷିତ ରଂଜନ ସାହୁ ତାଙ୍କ ଖେଳ ଜୀବନରେ ଏକ ବଡ଼ ପାଦ ଆଗକୁ ବଢ଼ାଇଛନ୍ତି। ହଙ୍ଗେରୀରେ ଆୟୋଜିତ ବୁଦାପେଷ୍ଟ୍ ସ୍ପ୍ରିଙ୍ଗ ଫେଷ୍ଟିଭାଲ୍‌-୨୦୨୬ (ଗ୍ରୁପ–ଏ) ଆନ୍ତର୍ଜାତୀୟ ଚେସ୍ ପ୍ରତିଯୋଗିତାରେ ନିଜ ପ୍ରଥମ ଆନ୍ତର୍ଜାତୀୟ ମାଷ୍ଟର୍ (ଆଇଏମ୍) ନର୍ମ ଅର୍ଜନ କରିନେଇଛନ୍ତି। ୨୨୦୦ ଉର୍ଦ୍ଧ୍ୱ ଏଲୋ ରେଟିଂ ବର୍ଗର ଏହି ପ୍ରତିଯୋଗିତାରେ ସେ ୯ ଗେମ୍‌ରୁ ୬ ପଏଣ୍ଟ୍ ସହ ୧୪ତମ ସ୍ଥାନରେ ରହିଥିଲେ। କିନ୍ତୁ ଏହି ଅବସରରେ୨୪୯୯ ପରଫର୍ମାନ୍ସ ରେଟିଂ ସହ ୪୭.୨ ଫିଡେ ରେଟିଂ ପଏଣ୍ଟ୍‌ ବୃଦ୍ଧି କରିଥିଲେ। 

ଆହୁରି ପଢନ୍ତୁ: Subhadra Scheme: ସୁଭୁଦ୍ରା ୪ର୍ଥ କିସ୍ତି ପାଇଲେ ୩,୦୨,୦୬୫ ଜଣ ହିତାଧିକାରୀ

ଗ୍ରାଣ୍ଡମାଷ୍ଟର୍‌ ମିଲାନ ପାଚେର୍ ଓ ଆନ୍ତର୍ଜାତୀୟ ମାଷ୍ଟର ଜୋକା ଗାଆଲଙ୍କୁ ପରାଜିତ କରିବା ଏବଂ ଆନ୍ତର୍ଜାତୀୟ ମାଷ୍ଟର ଡାନିଏଲ୍ ମୋସେସୋଭ୍ ଓ ଖୋଇ ଫାମଙ୍କ ସହ ଡ୍ର’ କରିବାରୁ ନର୍ମ ଅର୍ଜନରେ ସଫଳ ହୋଇଥିଲେ। ଏହା ପୂର୍ବରୁ ସେ ସ୍ୱିଡେନରେ ଆୟୋଜିତ ରିଲଟନ୍ କପ୍ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଫିଡେ ମାଷ୍ଟର୍ (ଏଫ୍‌ଏମ୍) ଉପାଧି ଅର୍ଜନ କରିଥିଲେ। ଏହି ସଫଳତା ପାଇଁ ହର୍ଷିତ ତାଙ୍କର ମୁଖ୍ୟ ପ୍ରଶିକ୍ଷକ ଓ ପ୍ରୋଚେଷ୍ଟା ସମନ୍ୱୟକାରୀ ଆନ୍ତର୍ଜାତୀୟ ମାଷ୍ଟର ସ୍ବୟଂଶୁ ସତ୍ୟପ୍ରଜ୍ଞଙ୍କୁ କୃତଜ୍ଞତା ଜଣାଇଛନ୍ତି। ରାଜ୍ୟର ଅଗ୍ରଣୀ ଚେସ୍‌ ପ୍ରଶିକ୍ଷଣ କେନ୍ଦ୍ର ଏସ୍‌ଆର ଚେସ୍ ସେଣ୍ଟରରେ ନିୟମିତ ଅଭ୍ୟାସ ଓ ପ୍ରେରଣା ପାଇଥିବା କଥା କହିଛନ୍ତି। ବିଜୁ ପଟ୍ଟନାୟକ ପୁରସ୍କାର ପ୍ରାପ୍ତ ପ୍ରଶିକ୍ଷକ ତଥା ଅଲ୍ ଓଡ଼ିଶା 

ଆହୁରି ପଢନ୍ତୁ: 🔴 LIVE News Updates 2026 March 8: ନ୍ୟୁଜିଲାଣ୍ଡ ବିପକ୍ଷରେ ଈଶାନ କିଶନଙ୍କ ଅର୍ଦ୍ଧଶତକ; ଆମେରିକୀୟ ଦୂତାବାସ ନିକଟରେ ଶକ୍ତିଶାଳୀ ବିସ୍ଫୋରଣ

ଚେସ୍ ଆସୋସିଏସନ୍‌ର ଅଧ୍ୟକ୍ଷ ସତ୍ୟରଞ୍ଜନ ପଟ୍ଟନାୟକଙ୍କ ମାର୍ଗଦର୍ଶନ ତାଙ୍କ ଚେସ୍ ଜୀବନରେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ଆନ୍ତର୍ଜାତୀୟ ମାଷ୍ଟର ସିଦ୍ଧାନ୍ତ ମହାପାତ୍ର, ଶେଖର ଚନ୍ଦ୍ର ସାହୁ, ରାକେଶ କୁମାର ଜେନା, ପ୍ରଶିକ୍ଷକ ବିଶ୍ବଜିତ୍‌ ରାୟ, ରାଜେନ୍ଦ୍ର କୁମାର ସାହୁ ଓ ଅସିତ ମୁଖାର୍ଜୀଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ଏଓସିଏର ସମ୍ପାଦକ ଦେବବ୍ରତ ଭଟ୍ଟ, ଯୁଗ୍ମ ସମ୍ପାଦକ ଭବେଶ ମହାନ୍ତି, ଏଆଇସିଏଫ୍‌ର ପୂର୍ବତନ ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତିଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି। ହର୍ଷିତଙ୍କ ଏହି ସଫଳତା ପାଇଁ ତାଙ୍କ ପିତା ଡାକ୍ତର ଅମରେଶ ସାହୁ, ମାତା ସୁଚିସ୍ମିତା ସାହୁ, ଜେ‌ଜେ ଇଂ ଉମେଶ ଚନ୍ଦ୍ର ସାହୁ, ଜେଜେ ମା’ ବିଦୁଲତା ସାହୁ ଓ ଆଈ ରେଣୁକା ମଞ୍ଜରୀ ପରିଡ଼ଙ୍କ ସହ ପରିବାର ସଦସ୍ୟମାନେ ଅଭିନନ୍ଦନ ଜଣାଇଛନ୍ତି। ହର୍ଷିତଙ୍କ ପିତା ଡାକ୍ତର ଅମରେଶ ସାହୁ କ୍ରୀଡ଼ା ଓ ଯୁବ ସେବା ବିଭାଗ ଅଧିକାରୀ। ତାଙ୍କୁ ବିଧାୟିକା ସୋଫିଆ ଫିର୍ଦୋସ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe