କେମ୍ବ୍ରିଜ୍: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ହାର୍ଭାର୍ଡବିଶ୍ୱବିଦ୍ୟାଳୟ ପୁଣିଥରେ ଏକ ବଡ଼ ବିବାଦରେ ଛନ୍ଦି ହୋଇଛି। ଏଥର ବିବାଦର କାରଣ ହେଉଛି ବିଶ୍ୱବିଦ୍ୟାଳୟର ଦକ୍ଷିଣ ଏସୀୟ ଅଧ୍ୟୟନ ବିଭାଗ ଦ୍ୱାରା ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ଫଟୋ, ଯାହାକୁ ହିନ୍ଦୁ ସମୁଦାୟ ''ହିନ୍ଦୁଫୋବିକ୍'' ଓ ଅପମାନଜନକ ବୋଲି ଦର୍ଶାଇଛନ୍ତି। ପ୍ରବଳ ଚାପ ଓ ବିରୋଧ ପରେ ବିଭାଗ ଶୁକ୍ରବାର ଦିନ ଏକ ବିବୃତ୍ତି ଜାରି କରି ଗଭୀର ଦୁଃଖ ପ୍ରକାଶ କରିଛି।
ସଂସ୍କୃତ ଭାଷା ଓ ହିନ୍ଦୁ ଧର୍ମକୁ ଖରାପ ପର୍ଦଶନ
ଏହି ବିବାଦ ସେତେବେଳେ ଆରମ୍ଭ ହେଲା, ଯେତେବେଳେ ବିଭାଗ ନିଜର ''ପ୍ରାରମ୍ଭିକ ସଂସ୍କୃତ ପାଠ୍ୟକ୍ରମ''ର ପ୍ରଚାର ପାଇଁ ଏକ କଳାକୃତି ବା ଛବି ବ୍ୟବହାର କରିଥିଲା। ସୋସିଆଲ ମିଡିଆ ବ୍ୟବହାରକାରୀ ଓ ହିନ୍ଦୁ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି ଯେ, ଏହି ଫଟୋରେ ସଂସ୍କୃତ ଭାଷା ଓ ହିନ୍ଦୁ ଧର୍ମକୁ ନକାରାତ୍ମକ ଏବଂ ଆପତ୍ତିଜନକ ଭାବରେ ଚିତ୍ରଣ କରାଯାଇଥିଲା।
ଆହୁରି ପଢନ୍ତୁ - Keral Custodial Assault ହାଜତରେ କଏଦୀକୁ ନିସ୍ତୁକ ମାଡ଼ ,୪ ପୁଲିସ ଅଧିକାରୀ ନିଲମ୍ବିତ
ବିବୃତ୍ତି ଜାରି କଲା ବିଭାଗ
ବିବାଦ ବଢ଼ିବା ପରେ ହାଭାର୍ଡର ଦକ୍ଷିଣ ଏସୀୟ ଅଧ୍ୟୟନ ବିଭାଗ ଏକ ବିବୃତ୍ତି ଜାରି କରି କହିଛି, ଆମର ସଂସ୍କୃତ କାର୍ଯ୍ୟକ୍ରମ ସମ୍ବନ୍ଧରେ ଏକ ସମ୍ବେଦନଶୀଳ ଛବି ପୋଷ୍ଟ କରିଥିବାରୁ ଆମେ ଗଭୀର ଦୁଃଖ ପ୍ରକାଶ କରୁଛୁ। ଆମ ବିଭାଗର ସଂସ୍କୃତ ଶିକ୍ଷା ଦେବାର ଏକ ଦୀର୍ଘ ଇତିହାସ ରହିଛି ଏବଂ ଆମେ ଏହି ଭାଷା ତଥା ଏହା ସହିତ ଜଡ଼ିତ ବୌଦ୍ଧିକ ଓ ସାଂସ୍କୃତିକ ପରମ୍ପରାପ୍ରତି ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ। ବିଶ୍ଵବିଦ୍ୟାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଆଗାମୀ ଦିନରେ ଯେପରି ଏଭଳି ସମ୍ୱେଦନଶୀଳ ପୋଷ୍ଟ ନହୁଏ ସେଦିଗରେ ଗୁରୁତ୍ଵ ଦିଆଯିବ।
ଆହୁରି ପଢନ୍ତୁ - War Updates: ଯୁଦ୍ଧ ଖବର: ନିଜ ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କଲା ଭାରତ...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/28/harvard-university-2026-02-28-17-37-14.jpeg)