ହରିୟାଣା ନିର୍ବାଚନ ତାରିଖରେ ପରିବର୍ତ୍ତନ ହେବ! ନିର୍ବାଚନ ଆୟୋଗ ବିଚାର କରିବେ

Advertisment

ହରିୟାଣା ବିଜେପି ରାଜ୍ୟ ସଭାପତି ମତଦାନ ତାରିଖ ପରିବର୍ତ୍ତନ କରିବାକୁ ଦାବି କରି ଏକ ଚିଠି ନିର୍ବାଚନ ଆୟୋଗଙ୍କୁ ଲେଖିଛନ୍ତି। ଛୁଟିଦିନ ଯୋଗୁ ଭୋଟ୍ ହାର ହ୍ରାସ ପାଇପାରେ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

Updated On

ହରିୟାଣା ବିଜେପି ରାଜ୍ୟ ସଭାପତି ମତଦାନ ତାରିଖ ପରିବର୍ତ୍ତନ କରିବାକୁ ଦାବି କରି ଏକ ଚିଠି ନିର୍ବାଚନ ଆୟୋଗଙ୍କୁ ଲେଖିଛନ୍ତି। ଛୁଟିଦିନ ଯୋଗୁ ଭୋଟ୍ ହାର ହ୍ରାସ ପାଇପାରେ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଅଦ୍ୟତନ ହୋଇଛି
haryana-assembly-election

ଚଣ୍ଡିଗଡ଼: ହରିୟାଣା ବିଧାନସଭା ନିର୍ବାଚନରେ ​​ପରିବର୍ତ୍ତନ ହୋଇପାରେ। ମଙ୍ଗଳବାର ନିର୍ବାଚନ ଆୟୋଗର ‌ବୈଠକରେ ଏହା ବିଚାର କରାଯାଇପାରେ। ଶନିବାର ଦିନ ବିଜେପି ନେତା ତଥା ହରିୟାଣା ବିଜେପି ରାଜ୍ୟ ସଭାପତି ମୋହନ ଲାଲ ବଡୋଲି ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖି ଭୋଟ୍ ତାରିଖ ବଦଳାଇବାକୁ ଦାବି କରିଛନ୍ତି। ଚିଠିରେ କୁହାଯାଇଛି ଯେ ହରିୟାଣାରେ ଭୋଟ୍ ଦେବାର ତାରିଖ ଅକ୍ଟୋବର ୧।  ତେଣୁ  ଛୁଟିଦିନ ଯୋଗୁ ଭୋଟ୍ ହାରରେ ହ୍ରାସ ଘଟିପାରେ।

ବାଡୋଲି କହିଛନ୍ତି  ସେପ୍ଟେମ୍ବର ୨୮ ତାରିଖ ଶନିବାର ଏବଂ ସେପ୍ଟେମ୍ବର ୨୯ ତମ ରବିବାର। ଅକ୍ଟୋବର ୨ ରେ ଗାନ୍ଧୀ ଜୟନ୍ତୀ ଛୁଟି ଥିବାବେଳେ ଅକ୍ଟୋବର ୧ ତାରିଖରେ ମତଦାନ ଅନୁଷ୍ଠିତ ହେବ। ୩ ଅକ୍ଟୋବରରେ ଉଗ୍ରସେନ୍ ଜୟନ୍ତୀ ଛୁଟିଦିନ ଅଛି। ବାଡୋଲି ଯୁକ୍ତି କରିଥିଲେ ଯେ ଦୀର୍ଘ ଛୁଟିଦିନ ଯୋଗୁ ଅନ୍ୟ ଆଡେ ବୁଲିବାକୁ ଯାଇପାରନ୍ତି।

ନିର୍ବାଚନ ଆୟୋଗଙ୍କୁ ବିଜେପି ଲେଖିଥିବା ଚିଠିରେ ଭୁପିନ୍ଦର ସିଂ ହୁଡା କହିଛନ୍ତି ଯେ ନିର୍ବାଚନ ସୂଚୀ ଘୋଷଣା ହେବାର ଏକ ସପ୍ତାହରୁ ଅଧିକ ସମୟ ବିତିଯାଇଛି। କାହିଁକି ଏତେ ଦିନ ପର୍ଯ୍ୟନ୍ତ ବିଜେପି ଚୁପ୍ ରହିଥିଲା? ଏଥି ସହ ଦୀପନ୍ଦର ସିଂ ହୁଡା କହିଛନ୍ତି ଯେ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ହରିୟାଣା ବିଜେପି ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖିଛି, ଯାହା ଦର୍ଶାଉଛି ଯେ ବିଜେପି ନିର୍ବାଚନକୁ ନେଇ କେତେ ନର୍ଭସ ଅଛି।

ହରିୟାଣାରେ ପ୍ରାର୍ଥୀ ଚୟନ କରିବା ପାଇଁ ଅଗଷ୍ଟ ୨୫ ତାରିଖ ସନ୍ଧ୍ୟାରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ହରିୟାଣା, ଜମ୍ମୁ-କଶ୍ମୀରର ପ୍ରାର୍ଥୀଙ୍କ ନାମ ଅନୁମୋଦନ ହେବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରୀୟ ନିର୍ବାଚନ କମିଟିର ସଦସ୍ୟ ତଥା ରାଜ୍ୟର ପ୍ରମୁଖ ନେତାମାନେ ଯୋଗଦେବେ।

ଅଧିକ ପଢ଼ନ୍ତୁ: ମୋଦୀ ପାକିସ୍ତାନ ଯିବେ କି? ଶାହବାଜ କାହିଁକି ପଠାଇଲେ ନିମନ୍ତ୍ରଣ,ଜାଣନ୍ତୁ...

ଅଧିକ ପଢ଼ନ୍ତୁ: ସୁନୀତାଙ୍କୁ ଫେରାଇ ଆଣି‌ବେ ଏଲନ୍ ମସ୍କ: କେବେ ବାହୁଡ଼ିବେ କହିଲା ନାସା...

ଅଧିକ ପଢ଼ନ୍ତୁ:  ଟେଲିଗ୍ରାମ ସିଇଓ ଗିରଫ: ଆପ୍ ଯୋଗୁ ହରଡ଼ଘଣାରେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe