ନୂଆଦିଲ୍ଲୀ : ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଅତି ଉଗ୍ର ରୂପ ନେଇଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଆଜି ତାଙ୍କ ଖ୍ରୀଷ୍ଟମାସ ଭାଷଣରେ ୟୁନୁସ ସରକାର ଉପରେ ବର୍ଷିଛନ୍ତି। ହସିନା କହିଛନ୍ତି, ବର୍ତ୍ତମାନର ଶାସକ ଗୋଷ୍ଠୀ ବେଆଇନ ଭାବେ କ୍ଷମତା ଦଖଲ କରିଛି ଏବଂ ସଂଖ୍ୟାଲଘୁଙ୍କୁ ଅକଥନୀୟ ଅତ୍ୟାଚାର ଦେଉଛି। ଖ୍ରୀଷ୍ଟମାସ ଅବସରରେ ହସିନା ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ଭାଷଣ ଆରମ୍ଭ କରିଥିଲେ ଏବଂ ସେମାନଙ୍କୁ ମନେ ପକାଇ ଦେଇଥିଲେ ଯେ ପୂର୍ବରୁ ବାଂଲାଦେଶ ସାମ୍ପ୍ରଦାୟିକ ସଦ୍ଭାବନାର ଏକ ଜ୍ବଳନ୍ତ ଉଦାହରଣ ଥିଲା।
Modi inaugurates: ‘ରାଷ୍ଟ୍ର ପ୍ରେରଣାସ୍ଥଳ’ ଉଦ୍ଘାଟନ କଲେ ମୋଦୀ
ଜାତିର ପିତା ସାମ୍ପ୍ରଦାୟିକ ବିଭେଦ ବିହୀନ ବାଂଲାଦେଶର ସ୍ବପ୍ନ ଦେଖିଥିଲେ। ବାଂଲାଦେଶ ଆୱାମି ଲିଗ୍ ଏହି ସ୍ବପ୍ନକୁ ଅନୁଭବ କରିବାପାଇଁ ସବୁ ସମ୍ପ୍ରଦାୟର ଲୋକମାନଙ୍କ ଜୀବନକୁ ସହଜ କରିଥିଲା ବୋଲି ସେ କହିଛନ୍ତି। ବାଂଲାଦେଶରେ ବର୍ତ୍ତମାନର ରାଜନୈତିକ ସ୍ଥିତି ସଂକ୍ରାନ୍ତରେ ହସିନା କହିଛନ୍ତି, ‘ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ବର୍ତ୍ତମାନର ଶାସକ ଗୋଷ୍ଠୀ ବେଆଇନ ଭାବେ କ୍ଷମତା ଦଖଲ କରିବା ସହ ସବୁ ଧର୍ମ ଏବଂ ସମ୍ପ୍ରଦାୟର ଲୋକମାନଙ୍କ ସ୍ବାଧୀନତାରେ ହସ୍ତକ୍ଷେପ କରୁଛନ୍ତି । ସଂଖ୍ୟାଲଘୁଙ୍କୁ ପିଟିପିଟି ହତ୍ୟା ଘଟଣା ସଂକ୍ରାନ୍ତରେ ଟିପ୍ପଣୀ ରଖି ସେ କହିଛନ୍ତି, ଅଣ ମୁସଲମାନଙ୍କୁ ଅତ୍ୟନ୍ତ ଅକଥନୀୟ ଅତ୍ୟାଚାର ଦିଆଯାଉଛି। ତେବେ ବାଂଲାଦେଶର ନାଗରିକମାନେ ଏଭଳି ଜଟିଳ ସମୟକୁ ବେଶିଦିନ ରହିବାପାଇଁ ଦେବେନାହିଁ ବୋଲି ତାଙ୍କର ଭରସା ଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)