ଢାକା: ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ଥମିବାର ନାଁ ନେଉନାହିଁ। ଡିସେମ୍ବର ୧୮ ତାରିଖରେ ଦୀପୁଚନ୍ଦ୍ର ଦାସଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ବେଳେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ସମାନ ଢଙ୍ଗରେ ହତ୍ୟା କରାଯାଇଛି। ଦାଦାବଟି ଆଦାୟ ଅଭିଯୋଗ ଆଣି ଶତାଧିକ ବ୍ୟକ୍ତି ଉକ୍ତ ହିନ୍ଦୁ ଯୁବକଙ୍କୁ ଘେରିଯାଇ ଅତି ବର୍ବର ଭାବେ ହତ୍ୟା କରିବା ଘଟଣା ସଂଖ୍ୟାଲଘୁଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ରାଜୱାଡ଼ି ଜିଲ୍ଲା ଅଧୀନ ପାଙ୍ଗସା ଉପଜିଲ୍ଲାର ହୋସେନଡଙ୍ଗା ଗାଁରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଏହି ହୃଦୟବିଦାରକ ଘଟଣା ଘଟିଛି।
ନିହତ ହିନ୍ଦୁ ଯୁବକଙ୍କ ନାଁ ଅମୃତ ମଣ୍ଡଳ (୩୦)। ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ହିନ୍ଦୁ ବିରୋଧୀ ଭିଡ଼ ହିଂସାକୁ ଲୁଚାଇବା ପାଇଁ ପୁଲିସ ମଧ୍ୟ ଷଡ୍ଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି। ପୁଲିସ ଅମୃତଙ୍କର ଜଣେ ସହଯୋଗୀଙ୍କୁ ଅଟକ ରଖିଥିବାବେଳେ ତାଙ୍କଠାରୁ ୨ଟି ବନ୍ଧୁକ ଜବତ କରିଥିବା ଦାବି କରିଛି।
Putin: ପାକିସ୍ତାନକୁ ନେଇ ୨୪ ବର୍ଷ ତଳେ ଆମେରିକାକୁ ସତର୍କ କରାଇଥିଲେ ପୁଟିନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/26/sfhfhfhxbv-2025-12-26-02-40-40.jpg)