Dinesh Khatik's Statement Photograph: (sambad.in)
ହସ୍ତିନାପୁର: 'ହସ୍ତିନାପୁର ଉପରେ ଦ୍ରୌପଦୀଙ୍କ ଅଭିଶାପ ପଡ଼ିଛି।' ଏଭଳି କହି ଚର୍ଚ୍ଚାରେ ଯୋଗୀ ସରକାରଙ୍କ ମନ୍ତ୍ରୀ। ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଦିନେଶ ଖଟିକ୍ ସାର୍ବଜନୀନ ଭାବରେ ଘୋଷଣା କରିଛନ୍ତି ଯେ, ସେ ତୃତୀୟ ଥର ପାଇଁ "ଅଭିଶପ୍ତ" ହସ୍ତିନାପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ମିରଟର ଖରଖୌଦାରେ ଥିବା ଏକ ଘରୋଇ କଲେଜର ବାର୍ଷିକ ସମାରୋହରେ ସେ ଏଭଳି କହିଛନ୍ତି। ସେ କହିଛନ୍ତି ଯେ, ହସ୍ତିନାପୁର ଉପରେ ଦ୍ରୌପଦୀଙ୍କ ଅଭିଶାପ ଅଛି।
କେହି ୨ଥର ଜିତିନାହାନ୍ତି, ମୁଁ ଜିତିଗଲି: ଦିନେଶ
ଦିନେଶଙ୍କ କହିବା ମୁତାବକ, "ମୁଁ ଜାଣିନାହିଁ କାହିଁକି ମୋ ମନରେ ଏହି ଚିନ୍ତା ବାରମ୍ବାର ଆସୁଛି ଯେ ଥରେ ବିଧାୟକ ହେବା ପରେ, କେହି ଆଉ ଥରେ ହସ୍ତିନାପୁରରୁ ନିର୍ବାଚିତ ହୋଇନାହାଁନ୍ତି। ହେଲେ ମୁଁ ଦୁଇଥର ବିଧାୟକ ଏବଂ ଦୁଇଥର ମନ୍ତ୍ରୀ ହୋଇଥିଲି। କିନ୍ତୁ ଏବେ ମୁଁ ତୃତୀୟ ଥର ଏହି ଅଭିଶପ୍ତ ଭୂମିରୁ ନିର୍ବାଚନ ଲଢ଼ିବାକୁ ଚାହୁଁନାହିଁ।"
"ମୋଦୀ-ଯୋଗୀଙ୍କ ପାଇଁ ଜିତିଗଲି"
ଦିନେଶ ସ୍ୱୀକାର କରିଛନ୍ତି ଯେ, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଭାବ ଯୋଗୁଁ ମୁଁ ହସ୍ତିନାପୁରକୁ ନେଇ ଥିବା ଅନ୍ଧବିଶ୍ବାସକୁ ଦୂର କରିପାରିଥିଲି। ମୋ ପୂର୍ବରୁ କେହି ଏହି ଆସନରୁ ଦ୍ବିତୀୟ ଥର ଜିତିପାରିନଥିଲେ। କିନ୍ତୁ ମୁଁ ୨ଥର ଜିତିଥିଲି। ମୋଦୀଜୀ-ଯୋଗୀଙ୍କ ଲୋକପ୍ରିୟତା ମୋତେ ଦ୍ବିତୀୟ ଥର ଜିତାଇଦେଲା। ନଚେତ୍ ମୁଁ ଜିତିପାରିନଥାନ୍ତି।"
ଆହୁରି ପଢ଼ନ୍ତୁ: Accused Doctor Suspended: ରୋଗୀଙ୍କୁ ମୁଥ ମାରିଥିବା ଡାକ୍ତର ନିଲମ୍ବିତ, ତଦନ୍ତ ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ
Follow Us