Bus Accident In Himachal: ଖାତକୁ ଖସିଲା ବସ୍: ଚାଲିଗଲା ୮ଜଣଙ୍କ ଜୀବନ

Advertisment

ଖାତକୁ ଖସିଲା ବସ୍। ଚାଲିଗଲା ୮ଜଣଙ୍କ ଜୀବନ। ଏହି ଦୁର୍ଘଟଣାରେ ୫ଜଣ ଆହତ ହୋଇଥିବା ଜଣାଯାଇଛି। ହିମାଚଳ ପ୍ରଦେଶର ସରିମୌର ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି।

ଖାତକୁ ଖସିଲା ବସ୍। ଚାଲିଗଲା ୮ଜଣଙ୍କ ଜୀବନ। ଏହି ଦୁର୍ଘଟଣାରେ ୫ଜଣ ଆହତ ହୋଇଥିବା ଜଣାଯାଇଛି। ହିମାଚଳ ପ୍ରଦେଶର ସରିମୌର ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି।

Bus Accident

Bus Accident In Himachal Photograph: (sambad.in)

ନୂଆଦିଲ୍ଲୀ: ଖାତକୁ ଖସିଲା ବସ୍। ଚାଲିଗଲା ୮ଜଣଙ୍କ ଜୀବନ। ଏହି ଦୁର୍ଘଟଣାରେ ୫ଜଣ ଆହତ ହୋଇଥିବା ଜଣାଯାଇଛି। ହିମାଚଳ ପ୍ରଦେଶର ସରିମୌର ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଖାତକୁ ଖସି ପଡ଼ିଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି। ମୃତକଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଚଳାଇଛି ପୁଲିସ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବସ୍‌ଟି ରାସ୍ତାରୁ ଖସି ଖାତରେ ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ ବସ୍‌ଟି ସିମଲାରୁ କୁପଭି ଅଭିମୁଖେ ଯାତ୍ରା କରୁଥିଲା। ଦୁର୍ଘଟଣା ସମୟରେ ଯାତ୍ରୀମାନେ ଏଥିରେ ଥିଲେ। 

ଉଦ୍ଧାର ପାଇଁ ପହଞ୍ଚିଲେ ସ୍ଥାନୀୟ ଲୋକେ

ପ୍ରଶାସନକୁ ତୁରନ୍ତ ଦୁର୍ଘଟଣା ବିଷୟରେ ସୂଚନା ଦିଆଯାଇଥିଲା। ହେଲେ, ଉଦ୍ଧାରକାରୀ ଦଳ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ବାସିନ୍ଦା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ଆରମ୍ଭ କରିସାରିଥିଲେ। ପ୍ରଶାସନ ବର୍ତ୍ତମାନ ବାକି ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ କରୁଛି।

ଆହୁରି ପଢ଼ନ୍ତୁ: How To Find Missed Reel: ଇନଷ୍ଟାଗ୍ରାମରେ ହଜିଯାଇଥିବା ରିଲ୍‌କୁ ପୁଣି ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe