ଇସଲାମାବାଦ: ଚଳିତ ସପ୍ତାହରେ ପାକିସ୍ତାନର ସିନ୍ଧ ପ୍ରଦେଶରେ ଜଣେ ହିନ୍ଦୁ କୃଷକଙ୍କୁ ତାଙ୍କ ଜମି ମାଲିକ ଗୁଳିକରି ହତ୍ୟା କରିବାକୁ ନେଇ ସଂଖ୍ୟାଲଘୁ ଗୋଷ୍ଠୀ ପକ୍ଷରୁ ଜୋର୍‌ଦାର ପ୍ରତିବାଦ କରାଯାଇଛି। ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ସର୍‌ଫରାଜ ନିଜାମନି ତାଙ୍କ ଜମିରେ କାମ କରୁଥିବା ହିନ୍ଦୁ କୃଷକ କୈଳାସ କୋଲହିଙ୍କ ଉପରକୁ ଗୁଳି କରିଥିଲେ। ଗୁଳି କୈଳାସଙ୍କ ଛାତିରେ ବାଜିଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। 

Advertisment

ED vs Mamata controversy: ଇଡି ବନାମ ମମତା ବିବାଦ ତେଜିଲା: ଏବେ ସୁପ୍ରିମ୍‌କୋର୍ଟରେ ଲଢ଼େଇ, ପ୍ରମାଣ ଚୋରି ଅଭିଯୋଗରେ ମାମଲା ଦାୟର କଲା ଇଡି

କୈଳାସଙ୍କୁ ହତ୍ୟା କରାଯିବାର କାରଣ ଜଣାପଡ଼ିନାହିଁ। ଏହି ହତ୍ୟା ପ୍ରତିବାଦରେ ହିନ୍ଦୁ ସଂଖ୍ୟାଲଘୁ ଓ ମାନବିକ ଅଧିକାର ଗୋଷ୍ଠୀ ପକ୍ଷରୁ ପାକିସ୍ତାନ ଓ ସିନ୍ଧ ସରକାରଙ୍କ ବିରୋଧରେ ବଡ଼ଧରଣର ପ୍ରତିବାଦ କରାଯାଇଛି। ହତ୍ୟା ଓ ଆତଙ୍କ ଅଭିଯୋଗରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ଗିରଫ କରିବାକୁ ସେମାନେ ଦାବି କରିଛନ୍ତି। ସଂଖ୍ୟାଲଘୁ ଓ ମାନବିକ ଅଧିକାର ଗୋଷ୍ଠୀ ପୀଡ଼ିତ ପରିବାରର ସୁରକ୍ଷା ପାଇଁ ମଧ୍ୟ ଦାବି କରିଛି। ସଂଖ୍ୟାଲଘୁ ଅଧିକାର ସଙ୍ଗଠନ ‘ପାକିସ୍ତାନ ଦାର୍‌ୱର ଇତ୍ତେହାଦ’ର ଅଧ୍ୟକ୍ଷ ଶିବ କାଛି   ହିନ୍ଦୁ କୃଷକଙ୍କୁ ନିର୍ମମ ହତ୍ୟା କରାଯିବାକୁ ତୀବ୍ର ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ‌ ‘ଏକ୍ସ’ରେ ଏକ ପୋଷ୍ଟ କରି ଏହା କେବଳ ଜଣେ ବ୍ୟକ୍ତିଙ୍କ ଉପରେ ନୁହେଁ ବରଂ ମାନବିକତା, ନ୍ୟାୟ ଓ ସଂଖ୍ୟାଲଘୁଙ୍କ ଅଧିକାର ଓ ସୁରକ୍ଷା ଉପରେ ଆକ୍ରମଣ ବୋଲି ସେ କହିଛନ୍ତି। ଅଭିଯୁକ୍ତ ଯେପର୍ଯ୍ୟନ୍ତ ଆଇନଦ୍ବାରା ଦଣ୍ଡିତ ନହୋଇଛନ୍ତି ସେପର୍ଯ୍ୟନ୍ତ ଆମର ସଂଘର୍ଷ ଜାରି ରହିବ ବୋଲି ସେ  କହିଛନ୍ତି।

Health: ନଗଡ଼ାର କୁପୋଷଣ ଶିଶୁକୁ ଜଡ଼ିବୁଟି ଚିକିତ୍ସା; ଜିଦ୍‌ରେ ଅଟଳ ଅବୁଝା ଜୁଆଙ୍ଗ ଦମ୍ପତି