ନ୍ୟୁୟର୍କ: ଆମେରିକାରେ ଏକ ଐତିହାସିକ ପଦକ୍ଷେପ ଅନ୍ତର୍ଗତ ନ୍ୟୁୟର୍କ ସହରର ବିଦ୍ୟାଳୟଗୁଡ଼ିକ ନଭେମ୍ବର ୧ ତାରିଖ ଦିନ ଦୀପାବଳି ପାଇଁ ବନ୍ଦ ରହିବ। ପ୍ରଥମ ଥର ପାଇଁ ସହରର ବିଦ୍ୟାଳୟଗୁଡ଼ିକ ଦୀପାବଳି ପାଇଁ ଛୁଟିଦିନକୁ ସ୍ୱୀକୃତି ଦେଇଛନ୍ତି। ମେୟରଙ୍କ କାର୍ଯ୍ୟାଳୟର ଡେପୁଟି କମିଶନର ଦିଲୀପ ଚୌହାନ କହିଛନ୍ତି ଯେ ଚଳିତ ବର୍ଷର ଦୀପାବଳି ସ୍ୱତନ୍ତ୍ର।
ଜୁନ୍ ପ୍ରାରମ୍ଭରେ, ନ୍ୟୁୟର୍କ ସିଟି ଆନୁଷ୍ଠାନିକ ଭାବରେ ଦୀପାବଳିକୁ ଏକ ସରକାରୀ ବିଦ୍ୟାଳୟ ଛୁଟି ଘୋଷଣା କରିଥିଲା। ଏହା ହେଉଛି ଆଲୋକର ପର୍ବ ଏବଂ ହିନ୍ଦୁ, ନୈନ, ଶିଖ ଏବଂ ବୌଦ୍ଧଧର୍ମାବଲମ୍ବୀଙ୍କ ଦ୍ୱାରା ପାଳନ କରାଯାଉଥିବା ଏକ ପ୍ରମୁଖ ପର୍ବ।
ଏହି ଅବସରରେ, ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନ ଏବଂ ରାଷ୍ଟ୍ରପତି ଜୋ ବାଇଡେନ ଅକ୍ଟୋବର ୨୮ ରେ ହ୍ବାଇଟ ହାଉସରେ ଦୀପାବଳି ଉତ୍ସବ ଆୟୋଜନ କରି ଆମେରିକାର ବିଭିନ୍ନ ଭାରତୀୟ-ଆମେରିକୀୟମାନଙ୍କୁ ଏଥିରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ।
ଅଧିକ ପଢ଼ନ୍ତୁ:
Follow Us