ହିଜବୁଲର ଆକ୍ରମଣ: ନେତାନ୍ୟାହୁ କହିଲେ ଛାଡିବୁ ନାହିଁ...

ନିଜ କମାଣ୍ଡରଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ହିଜବୁଲ ରବିବାର ସକାଳେ ଇସ୍ରାଏଲ ଉପରେ ୩୨୦ରୁ ଅଧିକ ରକେଟ୍ ମାଡ଼ କରିଛି। ଏହି ଆକ୍ରମଣ ମଧ୍ୟ ପୂର୍ବରେ ଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି କରିଛି। ଇସ୍ରାଏଲ ବର୍ତ୍ତମାନ ହିଜବୁଲ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି।

ଅଦ୍ୟତନ ହୋଇଛି
israel-hezbollah-tension

ଜେରୁଜେଲମ୍: ଲିବାନନରେ ଜଣେ କମାଣ୍ଡରଙ୍କ ହତ୍ୟା ପାଇଁ ପ୍ରତିଶୋଧ ନେବା ପାଇଁ ହିଜବୁଲ ରବିବାର ସକାଳେ ଇସ୍ରାଏଲ ଉପରେ ୩୨୦ରୁ ଅଧିକ ରକେଟ୍ ମାଡ଼ କରିଛି। ଏହି ଆକ୍ରମଣ ମଧ୍ୟ ପୂର୍ବରେ ଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି କରିଛି। ଇସ୍ରାଏଲ ବର୍ତ୍ତମାନ ହିଜବୁଲ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି। ଏ ସମ୍ପର୍କରେ ଇସ୍ରାଏଲ କ୍ୟାବିନେଟର ଏକ ଜରୁରୀ ବୈଠକ ଡକାଯାଇଛି।

ଇସ୍ରାଏଲ୍ ଗଣମାଧ୍ୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ କ୍ୟାବିନେଟ୍ ବୈଠକ ଡାକିବେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ମାସରେ ଇସ୍ରାଏଲ୍ ଅଧିକୃତ ଗୋଲାନ ଅଞ୍ଚଳରେ ଏକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଏହି ଆକ୍ରମଣରେ ୧୨ ଜଣ ସୈନ୍ୟଙ୍କର ମୃତ୍ୟୁ ଘଟିଥିଲା। ଏହାର ପ୍ରତିଶୋଧ ନେବାକୁ ଇସ୍ରାଏଲ୍ ସୈନ୍ୟବାହିନୀ ବେରୁଟରେ ଜଣେ ବରିଷ୍ଠ ହିଜବୁଲ କମାଣ୍ଡରଙ୍କୁ ହତ୍ୟା କରିଥିଲେ, ଯାହା ପରେ ଉଭୟ ପକ୍ଷ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି।

ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ହିଜବୁଲ ପକ୍ଷରୁ ଏକ ବିବୃତି ଆସିଛି। ହିଜବୁଲ କହିଛି ଯେ  ଇସ୍ରାଏଲ ଉପରେ ୩୨୦ ରୁ ଅଧିକ ରକେଟ୍ ମାଡ କରାଯାଇଛି। ତେବେ ଏପର୍ଯ୍ୟନ୍ତ ଇସ୍ରାଏଲ ଦ୍ୱାରା ୧୫୦ ରକେଟ ମାଡ଼ କରାଯାଇଥିବା ନିଶ୍ଚିତ ହୋଇଛି। ଇସ୍ରାଏଲ୍ ସେନା କହିଛି ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଯୋଗୁଁ ଅନ୍ୟ ସମସ୍ତ ରକେଟ୍ ନଷ୍ଟ ହୋଇଯାଇଛି। 

ଆଗାମୀ ୪୮ ଘଣ୍ଟା ପାଇଁ ସମଗ୍ର ଦେଶରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। 

ହିଜବୁଲ ସକ୍ରିୟ ଥିବା ଦକ୍ଷିଣ ଲେବାନନରେ ରହୁଥିବା ଲୋକଙ୍କୁ ଇସ୍ରାଏଲ୍ ସେନା ଏକ ଚେତାବନୀ ଦେଇଛି। ଏଥିରେ କୁହାଯାଇଛି ଯେ ସେମାନେ ତୁରନ୍ତ ସେଠାକୁ ଖାଲି କରନ୍ତୁ। ରବିବାର ସକାଳେ ଏହି ଆକ୍ରମଣ ପରେ ଏଭଳି କରାଯାଇଥିବା  ଆଇଡିଏଫ୍ କହିଛି। ଏହାର ମୁକାବିଲା କରିବା ପାଇଁ ଇସ୍ରାଏଲ୍ ବାୟୁସେନା ପକ୍ଷରୁ ଯୁଦ୍ଧ ବିମାନ ନିୟୋଜିତ କରାଯାଇଛି, ଯୁଦ୍ଧ ବିମାନ ହିଜବୁଲ ସ୍ଥିତି ଉପରେ ନଜରରେ ରଖିଛି। 

ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ରବିବାର ସକାଳେ ଦକ୍ଷିଣ ଲିବାନୋନର ଖିଆମ୍ ସହରରେ ଏକ କାର ଉପରେ ଇସ୍ରାଏଲର ଡ୍ରୋନ୍ ଷ୍ଟ୍ରାଇକ୍‌ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅଲଗା ଆକ୍ରମଣରେ ଅତି କମରେ ୪ ଜଣ ଆହତ ହୋଇଛନ୍ତି।

ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଇଜରାଇଲ କାଟଜ କହିଛନ୍ତି ଯେ ତାଙ୍କ ଦେଶ ଏହି ଅଞ୍ଚଳରେ ସମ୍ପୂର୍ଣ୍ଣ ଯୁଦ୍ଧ ଚାହୁଁ ନାହିଁ। ଇସ୍ରାଏଲ କେବଳ ଇରାନ ନେତୃତ୍ୱାଧୀନ ସଂଗଠନ ବିରୁଦ୍ଧରେ ଏହାର ନାଗରିକ ତଥା ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟ କରୁଛି।

ଅଧିକ ପଢ଼ନ୍ତୁ: ହରିୟାଣା ନିର୍ବାଚନ ତାରିଖରେ ପରିବର୍ତ୍ତନ ହେବ! ନିର୍ବାଚନ ଆୟୋଗ ବିଚାର କରିବେ

ଅଧିକ ପଢ଼ନ୍ତୁ:ଟେଲିଗ୍ରାମ ସିଇଓ ଗିରଫ: ଆପ୍ ଯୋଗୁ ହରଡ଼ଘଣାରେ

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ହିଜବୁଲର ରକେଟ୍ ନଷ୍ଟ ହୋଇଯାଇଛି। ସେ କହିଛନ୍ତି ଯେ ଆମେ ଆମ ଦେଶକୁ ରକ୍ଷା କରିବାକୁ, ଉତ୍ତର ଅଞ୍ଚଳର ବାସିନ୍ଦାଙ୍କୁ ନିରାପଦରେ ନିଜ ଘରକୁ ଫେରାଇ ଆଣିବାକୁ ସଂକଳ୍ପବଦ୍ଧ। ଯିଏ ଆମକୁ ଆଘାତ ଦେବ, ଆମେ ତାକୁ ଛାଡିବୁ ନାହିଁ। ହିଜବୁଲ କହିଛି ଏହା ଇସ୍ରାଏଲର ୧୧ ଟି ସାମରିକ ବେସ୍ ଉପରେ ଆକ୍ରମଣ କରାଯାଇଛି। 

ଅଧିକ ପଢ଼ନ୍ତୁ:ସୁନୀତାଙ୍କୁ ଫେରାଇ ଆଣି‌ବେ ଏଲନ୍ ମସ୍କ: କେବେ ବାହୁଡ଼ିବେ କହିଲା ନାସା...

ଅଧିକ ପଢ଼ନ୍ତୁ:ମୋଦୀ ପାକିସ୍ତାନ ଯିବେ କି? ଶାହବାଜ କାହିଁକି ପଠାଇଲେ ନିମନ୍ତ୍ରଣ,ଜାଣନ୍ତୁ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe