Thyroid Cancer Wife: ଧୈର୍ଯ୍ୟହରା ହୋଇପଡ଼ିଲିଣି ସରକାର ଦୟା କରନ୍ତୁ ସାହାଯ୍ୟର ହାତ ବଢ଼ାନ୍ତୁ

Advertisment

ଥାଇରଏଡ୍ କର୍କଟ ରୋଗୀ ସ୍ତ୍ରୀର ଚିକିତ୍ସା ପାଇଁ ସର୍ବସ୍ର ବାଜି ଲଗାଇ ଦେଇଛନ୍ତି ସ୍ବାମୀ। ଆମ୍ବୁଲାନ୍ସ ଭଡ଼ା ଦେବାକୁ ନାହିଁ ସମ୍ଭଳ। ବାଇକ ପାଲଟିଛି ଆମ୍ବୁଲାନ୍ସ। ହସ୍ପିଟାଲରୁ ହସ୍ପିଟାଲ ବୁଲି କରାଉଛନ୍ତି ଚିକିତ୍ସା।

ଥାଇରଏଡ୍ କର୍କଟ ରୋଗୀ ସ୍ତ୍ରୀର ଚିକିତ୍ସା ପାଇଁ ସର୍ବସ୍ର ବାଜି ଲଗାଇ ଦେଇଛନ୍ତି ସ୍ବାମୀ। ଆମ୍ବୁଲାନ୍ସ ଭଡ଼ା ଦେବାକୁ ନାହିଁ ସମ୍ଭଳ। ବାଇକ ପାଲଟିଛି ଆମ୍ବୁଲାନ୍ସ। ହସ୍ପିଟାଲରୁ ହସ୍ପିଟାଲ ବୁଲି କରାଉଛନ୍ତି ଚିକିତ୍ସା।

FESF

husband-sacrifices-everything-thyroid-cancer-wife Photograph: (@SAMBAD.IN)

ଆଉ କଷ୍ଟ ସହି ପାରିବି ନାହିଁ... ଭଗବାନ ମୋ ସ୍ତ୍ରୀଙ୍କୁ ମୃତ୍ୟୁ ଦିଅନ୍ତୁ। ନଚେତ ସରକାର ଚିକିତ୍ସା କରାଇବାରେ ସାହାଯ୍ୟ କରନ୍ତୁ। ଏ ଦାବି ହେଉଛି ଜଣେ ଗରିବ ସ୍ବାମୀଙ୍କର। ଯିଏ ଅସୁସ୍ଥ ସ୍ତ୍ରୀଙ୍କୁ ସୁସ୍ଥ କରିବା ପାଇଁ ନିଜର ସର୍ବସ୍ର ବାଜି ଲଗାଇ ଦେଇଛନ୍ତି। 

ସ୍ତ୍ରୀ ପାଇଁ ବାଇକକୁ ସଜାଇଲେ ଆମ୍ବୁଲାନ୍ସ

କୱାର୍ଦ୍ଧା ଜିଲ୍ଲାର ନଗୱାହି କାଣ୍ଟାବାହରା ରେଙ୍ଗାଖାର ବାସିନ୍ଦା ସମଲୁ ମରକାମଙ୍କ ଜୀବନ ଖୁବ ସଂଘର୍ଷ  ଭରା ରହିଛି। ସମଲୁଙ୍କ ଧର୍ମପତ୍ନୀ ଗତ ତିନି ବର୍ଷ ଧରି ଥାଇରଏଡ୍ କର୍କଟ ସହିତ ଲଢ଼ୁଛନ୍ତି। ସ୍ତ୍ରୀଙ୍କୁ ଭଲ କରିବା ପାଇଁ ସମଲୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିବା ସହିତ ଘର ଏବଂ ଜମିବ‌ାଡ଼ି ସବୁକିଛି ବିକ୍ରି କରିବା ସତ୍ତ୍ୱେ, ତାଙ୍କ ଅବସ୍ଥାରେ କୌଣସି ପ୍ରକାର ସୁଧାର ଦେଖାଯାଉ ନାହିଁ। ଦୁଇପାଦ ଅଚଳ ହୋଇପଡ଼ିଛି। ତଥାପି ସ୍ତ୍ରୀଙ୍କୁ ଭଲ କରିବାର ଆଶା ଛାଡ଼ି ନାହାନ୍ତି ସମଲୁ। ଚିକିତ୍ସା ପାଇଁ ବାରମ୍ବାର ହସ୍ପିଟାଲ ନେବାକୁ ପଡ଼ୁଛି। ଗାଡ଼ିଖର୍ଚ୍ଚ ପାଇଁ ପାଖରେ ସମ୍ଭଳ ନାହିଁ। ତେଣୁ ସମଲୁ ନିଜ ବାଇକକୁ ସ୍ତ୍ରୀଙ୍କ ପାଇଁ ଆମ୍ବୁଲାନ୍ସରେ ପରିଣତ କରିଛନ୍ତି।  ବାଇକର ପଛପାର୍ଶ୍ବରେ ପଟି ଲଗାଇ ସେଥିରେ ଗତି ବିଛାଇଛନ୍ତି। ଚିକିତ୍ସା ପାଇଁ ସ୍ତ୍ରୀଙ୍କୁ ଏଥିରେ ଶୁଆଇ ହସ୍ପିଟାଲ ପର୍ଯ୍ୟନ୍ତ ନେଇ ଯାଉଛନ୍ତି। 

ଅଧିକପଢ଼ନ୍ତୁ:ମହଙ୍ଗା ପଡ଼ିଲା ବିରୋଧ ପ୍ରଦର୍ଶନ: ନିଜ ଉପରେ ପେଟ୍ରୋଲ ଢାଳୁଥିବା ନେତାଙ୍କ ଦେହରେ ଭିଡ଼ ମଧ୍ୟରୁ କେହି ଜଣେ ଲଗାଇ ଦେଲେ ନିଆଁ,ଭିଡିଓ ଭାଇରାଲ୍

ସ୍ତ୍ରୀଙ୍କ ଚିକିତ୍ସା ପାଇଁ ସର୍ବସ୍ର ବାଜି ଲଗାଇ ଦେଇଛନ୍ତି ସ୍ବାମୀ

ସମଲୁ ମାର୍କମ୍ ତାଙ୍କ ଦୁଃଖଦ ଘଟଣାକୁ ବଖାଣି କହିଛନ୍ତି, ‘ତିନି ବର୍ଷ ପୂର୍ବେ, ମୋ ପତ୍ନୀଙ୍କ ଶରୀରରେ ଥାଇରଏଡ୍ କର୍କଟ ରୋଗ ଚିହ୍ନଟ ହୋଇଥିଲା। ଏହାପରେ ମୁଁ ଛତିଶଗଡ଼ର ଅନେକ ବଡ଼ ଡାକ୍ତରଖାନାରେ ସ୍ତ୍ରୀର ଚିକିତ୍ସା କରାଇଥିଲି। ଅନ୍ୟ ରାଜ୍ୟକୁ ନେଇ ଆୟୁର୍ବେଦିକ ଔଷଧ ବି ଦେଇଛି।  ଇତି ମଧ୍ୟରେ ୫ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ଚିକିତ୍ସା ପାଇଁ ଘର,ଜମିବାଡ଼ି ଆଦି ବିକ୍ରି କରି ସାରିଲିଣି । ଏସବୁ ପ୍ରୟାସ ସତ୍ତ୍ୱେ ରୋଗ ଭଲ ହେଉନାହିଁ। ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଅଧିକାରୀଙ୍କଠାରୁ ବାରମ୍ବାର ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଛି କିନ୍ତୁ ଆଜିଯାଏଁ କୌଣସି ପ୍ରକାର ସମର୍ଥନ ପାଇନାହାଁନ୍ତି। ରାୟପୁର ଏମ୍ସରେ ସ୍ତ୍ରୀଙ୍କ ଚିକିତ୍ସା ଚାଲିଛି। ତାଙ୍କୁ ଗୋଟିଏ ସପ୍ତାହ ହେଲା ଭର୍ତ୍ତି କରିଛି। ବହୁତ କଷ୍ଟ ସହିଲିଣି। ମୋର ସରକାରଙ୍କୁ ଏତିକି ଅନୁରୋଧ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ ।’

ଅଧିକପଢ଼ନ୍ତୁ:‘ସୂର୍ଯ୍ୟ’ ସେନାଙ୍କୁ ଲାଭ ଦେବ କି ଲାଲ୍ ମାଟି ? ବାରବାଟୀ ଇତିହାସରେ ପ୍ରଥମ ଥର ରେଡ୍ ସଏଲ ପିଚ୍...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe