ମୁଁ ସେଦିନ ଅଟକି ଯାଇଥିଲି, ନହେଲେ ଗମ୍ଭୀରଙ୍କ ସହିତ ଝଗଡ଼ା ହୋଇଥାନ୍ତା: ମନୋଜ ତିୱାରୀ

Advertisment

ମନୋଜ ତିୱାରୀ ନିକଟରେ ଗୌତମ ଗମ୍ଭୀରଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ଏହି ସମୟରେ ସେ କହିଥିଲେ ଯେ, ଥରେ ମୁଁ ଗମ୍ଭୀରଙ୍କ ସହ ଝଗଡ଼ା କରିବାକୁ ଯାଉଥିଲି। ମାତ୍ର ସେ ଦିନ ମୁଁ ନିଜକୁ ରୋକି ନେଇଥିଲି...

ମନୋଜ ତିୱାରୀ ନିକଟରେ ଗୌତମ ଗମ୍ଭୀରଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ଏହି ସମୟରେ ସେ କହିଥିଲେ ଯେ, ଥରେ ମୁଁ ଗମ୍ଭୀରଙ୍କ ସହ ଝଗଡ଼ା କରିବାକୁ ଯାଉଥିଲି। ମାତ୍ର ସେ ଦିନ ମୁଁ ନିଜକୁ ରୋକି ନେଇଥିଲି...

I stopped that day, otherwise there would have been a fight with Gambhir: Manoj Tiwari

I stopped that day, otherwise there would have been a fight with Gambhir: Manoj Tiwari Photograph: (Sambad.in)

କୋଲକାତା: ମନୋଜ ତିୱାରୀ ଏବଂ ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ମଧ୍ୟରେ ବିବାଦ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୂର୍ବତନ କ୍ରିକେଟର ମନୋଜ ତିୱାରୀ ତାଙ୍କର କେତେକ ସାକ୍ଷାତକାରରେ ଗୌତମ ଗମ୍ଭୀରଙ୍କୁ ସମାଲୋଚନା କରିଛନ୍ତି।

ଏହି ପ୍ରଶ୍ନ ନିଶ୍ଚିତ ଭାବରେ ସମସ୍ତଙ୍କ ମନରେ ଆସୁଛି ଯେ, ଦୁଇ ଖେଳାଳିଙ୍କ ମଧ୍ୟରେ ଏହି ବିବାଦ କେବେ ଆରମ୍ଭ ହେଲା। ବର୍ତ୍ତମାନ ମନୋଜ ତିୱାରୀ ନିଜେ ଏହି ଉତ୍ତରର ଉତ୍ତର ଦେଇଛନ୍ତି। ତାଙ୍କ ସହ ଗୌତମ ଗମ୍ଭୀରଙ୍କ ମଧ୍ୟରେ କାହିଁକି ଝଗଡା ହୋଇଥିଲା ବୋଲି ସେ କହିଛନ୍ତି।

ଲଲନଣ୍ଟୋପକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ଗମ୍ଭୀରଙ୍କ କ୍ରୋଧ ଯୋଗୁ ସେ ୨୦୧୫ରେ ରଣଜୀ ମ୍ୟାଚରେ ଝଗଡ଼ା କରିଥିଲେ। ୨୦୧୩ ଆଇପିଏଲ ସିଜନରେ ଏକ ମ୍ୟାଚ୍ ସମୟରେ ସେ ଗମ୍ଭୀରଙ୍କ ସହିତ ଝଗଡ଼ା କରିଥିଲେ। ସେ କହିଛନ୍ତି,ଗମ୍ଭୀର ମୋ ସହ ପୂର୍ବରୁ ଝଗଡ଼ା କରିସାରିଛନ୍ତି।  

ଗମ୍ଭୀରଙ୍କ ସହ ପ୍ରଥମ ଝଗଡ଼ା କେକେଆରରେ ହୋଇଥିଲା। ଦଳରେ ମୋର ବ୍ୟାଟିଂ କ୍ରମ କ୍ରମାଗତ ଭାବେ ତଳକୁ ତଳକୁ ଆସୁଥିଲା। ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆରେ ମୋର ସ୍ଥାନ ମଧ୍ୟ ନିଶ୍ଚିତ ହୋଇ ନଥିଲା। ମୁଁ ସମସ୍ତଙ୍କୁ ନଜରରେ ଆସିଯାଇଥିଲି।

ଯେଉଁ ବିଦେଶୀ ଦଳ ଭାରତରେ ଖେଳିବାକୁ ଆସୁଥିଲେ, ତାଙ୍କ ବିପକ୍ଷରେ ଖେଳିବାର ମୁଁ ଏକ ସୁଯୋଗ ପାଉଥିଲି। ସେହିଭଳି ମ୍ୟାଚ୍‌ରେ ମୁଁ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ସ୍କୋରର ଥିଲି। ମୁଁ ୧୨୯ ସ୍କୋର କରିଥିଲି ଏବଂ ଗମ୍ଭୀର ୧୦୫ ସ୍କୋର କରିଥିଲେ। ସେହି ମ୍ୟାଚ୍‌ରେ ସେ ମୋ ସହ ମଧ୍ୟ ଝଗଡ଼ା କରିଥିଲେ।

ସେ କହିଛନ୍ତି, ଇନିଂସ ଶେଷ ହେବା ପରେ ଆମକୁ ଫିଲ୍ଡିଂ କରିବାକୁ ପଡ଼ିଥିଲା। ଯେତେବେଳେ ମୁଁ ସନକ୍ରିମ୍ ଲଗାଉଥିଲି। ସେ ହଠାତ୍ ମୋ ଉପରେ ରାଗି ଯାଇଥିଲେ। ସେ ମୋତେ ପଚାରିଥିଲେ, ତୁମେ କଣ କରୁଛ, ଶୀଘ୍ର ତଳକୁ ଚାଲ। 

ଏହି ସାକ୍ଷାତକାରରେ ସେ କହିଥିଲେ ଯେ, ୨୦୧୩ରେ ଆଇପିଏଲ୍ ମ୍ୟାଚ୍ ସମୟରେ ମଧ୍ୟ ତାଙ୍କ ସହିତ ଝଗଡା ହୋଇଥିଲା। ସେ କହିଛନ୍ତି, ଏହି ବିବାଦ ପରେ ମୁଁ ବହୁତ ନିରାଶ ହୋଇ ପଡ଼ିଥିଲି। ଇଡେନ୍ ଗାର୍ଡେନ୍ସରେ ଏକ ମ୍ୟାଚ୍ ବେଳେ ମୁଁ ଇନିଂସ ଶେଷ ହେବା ପରେ ୱାସରୁମ୍‌କୁ ଯାଇଥିଲି, ସେ ମୋତେ ଅନୁସରଣ କରିଥିଲେ। 

ଅଧିକ ପଢ଼ନ୍ତୁ: ପାକିସ୍ତାନ-ବାଂଲାଦେଶ ମିଳିତ ଗୁପ୍ତଚରୀ ଯୋଜନା: ଭାରତ ପାଇଁ ବଡ଼ ବିପଦ

ମୋ ପଛେ ପଛେ ଆସି ସେ କହିଥିଲେ ଯେ, ତୋର ଏପରି ମନୋଭାବ କାମ କରିବ ନାହିଁ। ମୁଁ ଏଭଳି କରିବି ଯାହା ଦ୍ବାରା ତତେ କେବେ ବି ଖେଳିବାକୁ ସୁଯୋଗ ମିଳିବ ନାହିଁ। 

ମୁଁ ଏଥିରେ କ୍ରୋଧିତ ହୋଇ କହିଲି, ଗୌତମ ଭାଇ, ଏହା କରିବ ନାହିଁ, ତୁମର ଏଭଳି କାମ ଚଳିବ ନାହିଁ । ଏହି ସମୟ ମଧ୍ୟରେ ୱାସିମ ଆକ୍ରାମ ଭିତରକୁ ଆସିଥିଲେ ଏବଂ ମୁଁ ଅଟକି ଯାଇଥିଲି, ନଚେତ୍ ସେଦିନ ଝଗଡା ହୋଇଥାନ୍ତା। 

ଅଧିକ ପଢ଼ନ୍ତୁ: ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଗଲା ହାଇୱା: ଜଣେ ମୃତ, ୨ ଗୁରୁତର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe