ମୁଁ ଶପଥ ନେଉଛି, ତାଙ୍କ ବିଷୟରେ ଜାଣେ ନାହିଁ : ଅଜିତ ପାୱାର

ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ରର ନୂତନ ସରକାରରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ବୁଧବାର ଫଡନାଭିସ୍‌ଙ୍କ ସହିତ ଏକନାଥ ସିନ୍ଦେ ଏବଂ ଏନସିପି ସଭାପତି ଅଜିତ ପାୱାର ରାଜଭବନ ଯାଇଥିଲେ। ତିନି ନେତା ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କ ପାଖରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ...

9a0a0a0amnzxapa

ମୁମ୍ବାଇ: ମହାରାଷ୍ଟ୍ରରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପୂର୍ବରୁ ଅଜିତ ପାୱାର ଏକନାଥ ସିନ୍ଦେଙ୍କ ସମ୍ପର୍କରେ କରିଛନ୍ତି। ବୁଧବାର ଦିନ ଉଭୟ ନେତା ଏକାଠି ହୋଇ ମିଡିଆ ପ୍ରଶ୍ନର ଉତ୍ତର ଦେଉଥିଲେ। ଏହି ସମୟରେ ଏକନାଥ ସିନ୍ଦେଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା କି ଆପଣ ଏବଂ ଅଜିତ ପାୱାର ଆସନ୍ତାକାଲି ଶପଥ ନେବେ କି?

ଏହା ଉପରେ ଏକନାଥ ସିନ୍ଦେ କହିଥିଲେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ତା’ପରେ ମଝିରେ ଅଜିତ ପାୱାର କହିଥଲେ ଯେ, ମୁଁ ଶପଥ ଗ୍ରହଣ କରିବାକୁ ଯାଉଛି। ତେବେ ମୁଁ ତାଙ୍କ ବିଷୟରେ ଜାଣି ନାହିଁ । ଏଥିରେ ହସି ହସି ଏକନାଥ ସିନ୍ଦେ ଉତ୍ତର ଦେଇଥିଲେ, ଦାଦା ତୁମର କ’ଣ? ଆପଣ ସକାଳେ ଏବଂ ସନ୍ଧ୍ୟାରେ ମଧ୍ୟ ଶପଥ ନେଇଥାନ୍ତି । 

ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ୫ ଡିସେମ୍ବରରେ ହେବ। ଏହି କାର୍ଯ୍ୟ ଆଜାଦ ମଇଦାନରେ ଅନୁଷ୍ଠିତ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଯୋଗଦେବେ।

ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ରର ନୂତନ ସରକାରରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହାପୂର୍ବରୁ ବୁଧବାର କାର୍ଯ୍ୟକାରୀ ସିଏମ୍ ଏକନାଥ ସିନ୍ଦେ ଏବଂ ଏନସିପି ସଭାପତି ଅଜିତ ପାୱାର ରାଜଭବନ ଯାଇଥିଲେ ଏବଂ ଏହି ତିନି ନେତା ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କ ପାଖରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ।

ଅଧିକ ପଢ଼ନ୍ତୁ: ମୋ ପାଟି ଖୋଲନ୍ତୁ ନାହିଁ: ଜୟରାମଙ୍କୁ ଧନକରଙ୍କ ତାଗିଦ୍

ରାଜ୍ୟପାଳଙ୍କୁ ଭେଟିବା ପରେ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ମୁଁ ଏକନାଥ ସିନ୍ଦେଙ୍କୁ ସରକାରରେ ଯୋଗଦେବାକୁ ଏବଂ ଏକାଠି କାମ କରିବାକୁ ଅନୁରୋଧ କରିଛି। ସେ କହିଛନ୍ତି, କାର୍ଯ୍ୟନିର୍ବାହୀ ସିଏମ୍ ଥରେ ମୋତେ ଆଶ୍ୱାସନା ଦେଇଥିଲେ ଯେ ସେ ଆମ ସହିତ ରହିବେ। ଏ ସମ୍ପର୍କରେ ଏକନାଥ ସିନ୍ଦେ କହିଛନ୍ତି, ଆମେ ଗତ ଅଢ଼େଇ ବର୍ଷ ଧରି ଏକାଠି କାମ କରିଛୁ। ପଦବୀ ପାଇଁ ଆମେ ତିନିଜଣ ଏକାଠି ସମସ୍ତ ପକ୍ଷଙ୍କ ସହିତ ଆଲୋଚନା କରି ଏକାଠି  ନିଷ୍ପତ୍ତି ନେବୁ।

ଅଧିକ ପଢ଼ନ୍ତୁ: ଅନୁପ୍ରବେଶ ରୋକିବାରେ ନୌସେନା ପ୍ରଶଂସନୀୟ ଭୂମିକା ତୁଲାଉଛି: ରାଷ୍ଟ୍ରପତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe