ବାଂଲାଦେଶ ଆସି ନିଜ ଲୋକଙ୍କୁ ନ୍ୟାୟ ଦେବି: ୟୁନୁସଙ୍କୁ ଚ୍ୟାଲେଞ୍ଜ ଦେଲେ ହସିନା

ହସିନା ବର୍ତ୍ତମାନ ଭାରତରେ ନିର୍ବାସିତ ଜୀବନ ବିତାଉଛନ୍ତି। ଗତ ବର୍ଷ ଅଗଷ୍ଟ ମାସରେ ତାଙ୍କୁ ଶୀଘ୍ର ଢାକା ଛାଡି ଭାରତ ଆସିବାକୁ ପଡିଥିଲା। ଏବେ ସେ ବାଂଲାଦେଶ ଫେରି ପୁଣି ରାଜନୀତିରେ ସକ୍ରିୟ ହେବା ପାଇଁ ଇଙ୍ଗିତ ଦେଇଛନ୍ତି। ସେ ମହମ୍ମଦ ୟୁନୁସଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି...

I will come to Bangladesh and give justice to my people: Hasina challenges Yunus

I will come to Bangladesh and give justice to my people: Hasina challenges Yunus Photograph: (sambad.in)

ଢାକା: ଭାରତରେ ନିର୍ବାସିତ ଜୀବନ ବିତାଉଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି ଯେ, ସେ ଖୁବ୍ ଶୀଘ୍ର ତାଙ୍କ ଦେଶକୁ ଫେରିପାରନ୍ତି। ସେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଦେଶର ବ୍ୟବସ୍ଥାକୁ ପଥଚ୍ୟୁତ କରିବାର ଅଭିଯୋଗ କରିଛନ୍ତି। ଭାରତରୁ ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ, ସେ ଢାକା ଫେରି ୟୁନୁସଙ୍କ ବେଆଇନ କାର୍ଯ୍ୟକଳାପର ତଦନ୍ତ କରିବେ ଏବଂ ଲୋକଙ୍କୁ ନ୍ୟାୟ ଦେବେ। ବାଂଲାଦେଶର ସବୁଠାରୁ ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ଥିବା ହସିନା ଦେଶରେ ବ୍ୟାପକ ବିରୋଧ ଏବଂ ହିଂସା ପରେ ୫ ଅଗଷ୍ଟ ୨୦୨୪ରେ ଢାକା ଛାଡି ଭାରତ ଆସିଥିଲେ। 

ହାଇଲାଇଟ୍ସ:
ଶେଖ୍ ହାସିନା ମହମ୍ମଦ ୟୁନୁସଙ୍କ ତଦନ୍ତ ଘୋଷଣା କଲେ।
ହସିନା ଭାରତରୁ ଫେରିବାକୁ ଚାହୁଁଛନ୍ତି, ଏନେଇ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ବାଂଲାଦେଶ ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସମ୍ଭାବନା ରହିଛି।


ଆୱାମୀ ଲିଗ୍ ଦଳର ନେତା ଶେଖ୍ ହସିନା ତାଙ୍କ ଦେଶର ଲୋକମାନଙ୍କୁ ଏକ ଭିଡିଓ ବାର୍ତ୍ତାରେ କହିଥିଲେ, ମୁଁ ଫେରି ଆସିବି ଏବଂ ସମସ୍ତଙ୍କର  ଯାଞ୍ଚ୍ କରାଯିବ। ମହମ୍ମଦ ୟୁନୁସଙ୍କ ସରକାର ଆତଙ୍କବାଦୀମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିଛନ୍ତି। ସେମାନେ ଲୋକଙ୍କୁ ହତ୍ୟା କରୁଛନ୍ତି ଏବଂ ରାସ୍ତାରେ ତାଣ୍ଡବ ରଚୁଛନ୍ତି। ସେମାନେ ବାଂଲାଦେଶର ପ୍ରତିଷ୍ଠାନଗୁଡ଼ିକୁ ବେଆଇନ ଭାବରେ ଦଖଲ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ହସିନା କହିଛନ୍ତି,ମୁଁ ଫେରି ଆସିବି ଏବଂ ମୋ ଲୋକଙ୍କ ପାଇଁ ନ୍ୟାୟ ଆଣିବି।

ହସିନା ଆତଙ୍କବାଦୀଙ୍କୁ ମୁକ୍ତ କରିବା ଏବଂ ସେମାନଙ୍କୁ ଦେଶର ପ୍ରତିଷ୍ଠାନଗୁଡ଼ିକୁ ବେଆଇନ ଭାବରେ ଦଖଲ କରିବାକୁ ଅନୁମତି ଦେବାର ଅଭିଯୋଗ ଆଣିଛନ୍ତି। ହସିନା ତାଙ୍କ ସମର୍ଥକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସେ ଢାକା ଫେରି ନ୍ୟାୟ ପାଇଁ ଲଢ଼ିବେ। ହସିନା ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ, ସେ ବାଂଲାଦେଶର ଆଗାମୀ ନିର୍ବାଚନରେ ​​ଆୱାମୀ ଲିଗର ନେତୃତ୍ୱ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଆଗାମୀ ସମୟରେ ବାଂଲାଦେଶର ରାଜନୀତିରେ ଅନେକ ପରିବର୍ତ୍ତନ ଦେଖାଯାଇପାରେ। ଏହାର ଦୁଇଟି ପ୍ରମୁଖ କାରଣ ଅଛି। ପ୍ରଥମତଃ, ହସିନାଙ୍କ ପକ୍ଷରୁ ବାଂଲାଦେଶ ଫେରିବା ବିଷୟରେ ସୂଚନା ମିଳିଛି। ଏହା ବ୍ୟତୀତ ତାଙ୍କ ବିରୋଧରେ ପ୍ରତିବାଦ କରୁଥିବା ଛାତ୍ରମାନେ ମଧ୍ୟ ଏକ ରାଜନୈତିକ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି। ଏପରି ପରିସ୍ଥିତିରେ, ହସିନାଙ୍କ ଆୱାମୀ ଲିଗ୍ ଏବଂ ଛାତ୍ର ଗୋଷ୍ଠୀ ମଧ୍ୟରେ ଏକ ବଡ଼ ଧରଣର ଲଢ଼େଇ ଦେଖିବାକୁ ମିଳିପାରେ।

ଅଧିକ ପଢ଼ନ୍ତୁ: ରୁଷିଆ-ଆମେରିକା ଏକଜୁଟ ହୋଇ ବଡ଼ ଘୋଷଣା କଲେ: ୟୁକ୍ରେନକୁ ଝଟକା

ଶେଖ ହସିନାଙ୍କୁ କ୍ଷମତାରୁ ବିତାଡ଼ିତ କରିଥିବା ପ୍ରତିବାଦର ନେତୃତ୍ୱ ନେଇଥିବା ଛାତ୍ରମାନେ ସମ୍ପ୍ରତି ଏକ ରାଜନୈତିକ ଦଳ ଗଠନ ଘୋଷଣା କରିଛନ୍ତି। ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାରରେ ପରାମର୍ଶଦାତା ଥିବା ଛାତ୍ର ନେତା ନାହିଦ ଇସଲାମ ଏକ ନୂତନ ଦଳର ନେତୃତ୍ୱ ନେବା ପାଇଁ ସରକାରରୁ ଇସ୍ତଫା ଦେଇଛନ୍ତି। ସେ ଏହି ଦଳର ସଂଯୋଜକ ହେବେ, ଯାହା ବାଂଲାଦେଶର ଲୋକଙ୍କୁ ଏକ ରାଜନୈତିକ ବିକଳ୍ପ ପ୍ରଦାନ କରିବ।

ଅଧିକ ପଢ଼ନ୍ତୁ: ପ୍ରେମିକା ପାଇଁ ଜୀବନ ହାରିବାକୁ ବାଧ୍ୟ ହେଉଛି; କ୍ଷମା କରିଦେବ ବାପା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe