ଜଣଙ୍କୁ ମାରିଲେ ଠିଆ ହେବେ ହଜାରେ: ଏହି ଦେଶ ଇସ୍ରାଏଲ ପାଇଁ ଏକ ବିପର୍ଯ୍ୟୟ ପାଲଟିବ!

ଇରାନ ଉପରେ ଆକ୍ରମଣ କରୁଥିବା ଇସ୍ରାଏଲ ଉପରେ ଏକ ନୂତନ ବିପର୍ଯ୍ୟୟ ଆସିବାକୁ ଯାଉଛି। ୟେମେନ ଇସ୍ରାଏଲର ସମସ୍ୟାକୁ ବୃଦ୍ଧି କରିବାକୁ ଯାଉଛି। ୟେମେନର ଅନସାର ଆଲ୍ଲାହ ଆନ୍ଦୋଳନ, ଅର୍ଥାତ୍ ହାଉଥିମାନେ ଘୋଷଣା କରିଛନ୍ତି, ଯଦି ଜଣଙ୍କୁ ହତ୍ୟା କରାଯିବ ତେବେ ହଜାରେ ଠିଆ ହେବେ....

If one person is killed, thousands will stand up: This country will become a disaster for Israel!

If one person is killed, thousands will stand up: This country will become a disaster for Israel! Photograph: (sambad.in)

ଜେରୁଜେଲମ: ଇରାନ ଉପରେ ଆକ୍ରମଣ କରୁଥିବା ଇସ୍ରାଏଲ ଉପରେ ଏକ ନୂତନ ବିପର୍ଯ୍ୟୟ ଆସିବାକୁ ଯାଉଛି। ଇସ୍ରାଏଲର ସମସ୍ୟାକୁ ବୃଦ୍ଧି କରିବାକୁ ଯାଉଛି ୟେମେନ। ୟେମେନର ଅନସାର ଆଲ୍ଲାହ ଆନ୍ଦୋଳନ, ଅର୍ଥାତ୍ ହାଉଥିମାନେ ଘୋଷଣା କରିଛନ୍ତି ଯେ, ଯଦି ଇସ୍ରାଏଲ ସେମାନଙ୍କ ନେତାମାନଙ୍କୁ ଟାର୍ଗେଟ କରେ, ତେବେ ସେମାନେ ଏହାକୂ ନିଜର ସଫଳତା ବୋଲି ଭାବିବା ଉଚିତ୍ ନୁହେଁ। ଯଦି ଜଣଙ୍କୁ ହତ୍ୟା କରାଯିବ ତେବେ ହଜାରେ ଠିଆ ହେବେ ବୋଲି ୟେମେନ ଚେତାବନୀ ଦେଇଛି।

ରିପୋର୍ଟ ଆଧାରରେ କୁହାଯାଇଛି ଯେ, ଇରାନ ସହିତ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ମଧ୍ୟ ହାଉଥିମାନଙ୍କ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣ ଏକ ବୈଠକ ସମୟରେ କରାଯାଇଥିଲା ଯେଉଁଥିରେ ହାଉଥି ସାମରିକ ମୁଖ୍ୟ ଅବଦୁଲ କରିମ ଅଲ-ଘାମାରୀ ଏବଂ ସର୍ବୋଚ୍ଚ ରାଜନୈତିକ ପରିଷଦର ଅଧ୍ୟକ୍ଷ ମହତି ଅଲ-ମାଶାତ ମଧ୍ୟ ଉପସ୍ଥିତ ଥିଲେ। ଦାବି କରାଯାଉଛି ଯେ, ଏହି ଆକ୍ରମଣ ଏହି ଦୁଇଜଣଙ୍କୁ ଟାର୍ଗେଟ କରିବା ପାଇଁ କରାଯାଇଥିଲା।

ହାଉଥି ଯୋଦ୍ଧାମାନେ କହିଛନ୍ତି ଆମେ ସହିଦ ହେବା ପାଇଁ ପ୍ରସ୍ତୁତ, ଇସ୍ରାଏଲ ପକ୍ଷରୁ ଆମକୁ କୌଣସି ବିପଦ ନାହିଁ। ଆମେ ଇସ୍ରାଏଲକୁ ଭୟ କରୁନାହୁଁ।

ଗଣମାଧ୍ୟମ ନ୍ୟୁଜୱିକ୍ କହିଛି ଯେ, ହାଉଥି ଯୋଦ୍ଧାମାନେ ସହିଦ ହେବା ପାଇଁ ପ୍ରସ୍ତୁତ।  ସେମାନେ ଇସ୍ରାଏଲ ବିରୁଦ୍ଧରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିବେ। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ହାଉଥି ଯୋଦ୍ଧାମାନେ ଇସ୍ରାଏଲକୁ ଭୟ କରନ୍ତି ନାହିଁ। ସେମାନେ ଚେତାବନୀ ଦେଇଛନ୍ତି,  ଜଣେ ନେତା ସହିଦ ହେଲେ  ହଜାରେ ନୂଆ ନେତା ଉଭା ହେବେ।

ହାଉଥିମାନେ ଇସ୍ରାଏଲ ପାଇଁ ନିରନ୍ତର ମୁଣ୍ଡବିନ୍ଧାର କାରଣ ହୋଇଆସିଛନ୍ତି। ୨୦୨୩ ମସିହାରୁ, ହାଉଥିମାନେ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ କରିଛନ୍ତି। ବିଶେଷକରି ପାଲେଷ୍ଟାଇନ ସମସ୍ୟା ସମୟରୁ, ହାଉଥିମାନେ ଇସ୍ରାଏଲ ଉପରେ ନିରନ୍ତର ଆକ୍ରମଣ କରିଆସୁଛନ୍ତି। ସେବେଠାରୁ, ହାଉଥି ଏବଂ ଇସ୍ରାଏଲ ମଧ୍ୟରେ ପରିସ୍ଥିତି ଖରାପ ହେବାରେ ଲାଗିଛି। ଏବେ ଏହା ସମଗ୍ର ମଧ୍ୟପ୍ରାଚ୍ୟରେ ଦୃଶ୍ୟମାନ ହେଉଛି।

ରାଇଜିଂ ଲାୟନ୍ ଅପରେସନ୍ ଅନ୍ତର୍ଗତ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବା ପରେ ହାଉଥି-ଇସ୍ରାଏଲ ବିବାଦ ସମ୍ପ୍ରତି ଏକ ନାଟକୀୟ ମୋଡ଼ ନେଇଛି। ଏହି ଅପରେସନ୍‌ରେ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଟାର୍ଗେଟ କରାଯାଇଥିଲା। ଇରାନୀ ସଶସ୍ତ୍ର ବାହିନୀ ମୁଖ୍ୟ ମେଜର ଜେନେରାଲ ମହମ୍ମଦ ବାଘେରି ଏବଂ ଆଇଆରଜିସି ମୁଖ୍ୟ ଜେନେରାଲ ହୋସେନ୍ ସଲାମି ଏବଂ ଆଇଆରଜିସି  ଏରୋସ୍ପେସ୍ ଫୋର୍ସେସ୍ କମାଣ୍ଡର ବ୍ରିଗେଡିୟର ଜେନେରାଲ ଆମିର ଅଲି ହାଜିଜାଦେହଙ୍କ ସହିତ ଅନେକ ପରମାଣୁ ବୈଜ୍ଞାନିକ ଇସ୍ରାଏଲ ଏୟାର ଷ୍ଟ୍ରାଇକ ଯୋଗୁ ନିହତ ହୋଇଥିଲେ।

ଗାଜା ଯୁଦ୍ଧ ସମୟରେ, ଇସ୍ରାଏଲ ଅନେକ ଅପରେସନ କରିଥିଲା, ଯେଉଁଥିରେ ହିଜବୋଲ୍ଲାର ମହାସଚିବ ହାସନ ନସରଲ୍ଲାହ ଏବଂ ହମାସର ରାଜନୈତିକ ବ୍ୟୁରୋ ମୁଖ୍ୟ ୟାହ୍ୟା ସିନୱାରଙ୍କ ସମେତ ଅନେକ ନେତାଙ୍କୁ ହତ୍ୟା କରାଯାଇଥିଲା। ପ୍ରମୁଖ ଇରାନୀ ଅଧିକାରୀ ଏବଂ ନେତାଙ୍କୁ ହତ୍ୟା କରାଯାଇଥିଲା, କିନ୍ତୁ ଇସ୍ରାଏଲ ଏପର୍ଯ୍ୟନ୍ତ କୌଣସି ପ୍ରମୁଖ ହାଉଥି ନେତାଙ୍କ ପାଖରେ ପହଞ୍ଚିପାରିନାହିଁ।

ଅଧିକ ପଢ଼ନ୍ତୁ: ଗୁଳି କଲେ, ଜୀବନ୍ତ ଜାଳି ଦେଲେ: ବନ୍ଧୁକଧାରୀ ୧୦୦ଙ୍କୁ ନିର୍ମମ ଭାବରେ ହତ୍ୟା କରି ଗାଁକୁ 'କବରସ୍ତାନ'ରେ ପରିଣତ କଲେ

ସମ୍ପ୍ରତି, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅସ୍ଥାୟୀ ଯୁଦ୍ଧବିରତି ଶେଷ ହେବା ପରେ ହାଉଥିମାନେ ପୁଣି ଥରେ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ କହିଥିଲେ। ନ୍ୟୁଜୱିକ୍‌ର ରିପୋର୍ଟରେ କୁହାଯାଇଛି ଯେ, ହାଉଥିମାନେ କହିଛନ୍ତି, ଆମେ ଅତ୍ୟନ୍ତ ସତର୍କତାର ସହିତ ଆଗକୁ ବଢୁଛୁ। ବର୍ତ୍ତମାନ ଅବଦୁଲ ମଲାକ ଅଲ-ହାଉଥି ହାଉଥିମାନଙ୍କର ନେତୃତ୍ୱ ନେଉଛନ୍ତି। ସେ ଜଣେ ଜୈଦି ସିଆ ମୁସଲିମ ଧାର୍ମିକ ନେତା। ୨୦୦୪ମସିହାରେ ୟେମେନ ସୁରକ୍ଷା ବାହିନୀ ସହିତ ଏକ ଯୁଦ୍ଧରେ ତାଙ୍କ ଭାଇଙ୍କ ମୃତ୍ୟୁ ହେବା ପରେ ସେ ନେତା ହୋଇଥିଲେ।

ୟେମେନର ୮୦ ପ୍ରତିଶତ ଜନସଂଖ୍ୟା ହାଉଥିମାନଙ୍କ ଦ୍ୱାରା ଶାସିତ। ୨୦୨୨ ପର୍ଯ୍ୟନ୍ତ, ସେମାନେ ସେଠାରେ ସରକାରଙ୍କ ସହିତ ନିରନ୍ତର ଲଢ଼େଇ କରିଆସୁଥିଲେ। କିନ୍ତୁ ଜାତିସଂଘ ସହିତ ଚୁକ୍ତିନାମା ପରେ, ଏହି ସଂଘର୍ଷ ପ୍ରାୟ ସମାପ୍ତ ହୋଇଛି। ଏହା କୁହାଯାଉଛି ଯେ, ହାଉଥିମାନଙ୍କୁ ଇରାନର ସିଧାସଳଖ ସମର୍ଥନ ରହିଛି, ଯଦିଓ ହାଉଥିମାନେ ଏହାକୁ ଅସ୍ୱୀକାର କରିଆସୁଛନ୍ତି। ସେମାନେ ଗରିଲା ଯୁଦ୍ଧରେ ବିଶେଷଜ୍ଞ। ବିଶେଷକରି ଗାଜା ଆକ୍ରମଣ ସମୟରେ, ହାଉଥିମାନେ ଇସ୍ରାଏଲୀ ଏବଂ ଆମେରିକୀୟ ଯୁଦ୍ଧଜାହାଜ ଉପରେ  ଆକ୍ରମଣ କରିଥିଲେ।

ଅଧିକ ପଢ଼ନ୍ତୁ: ମୁସଲିମ ଦେଶ ଏକ ହେବା ଉଚିତ୍ କହି ଇରାନକୁ ସମର୍ଥନ ଘୋଷଣା କଲା ପାକିସ୍ତାନ

 israel | Israel Iran War | yemen

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe