india-and-beyond/if-we-were-defeating-pakistan-why-was-there-a-ceasefire-pk Photograph: (sambad.in )
ପାଟନା: ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ହୋଇଥିବା ଏବଂ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର(ପିକେ) କେନ୍ଦ୍ର ସରକାର ପାକିସ୍ତାନ ସହିତ ଅସ୍ତ୍ରବିରତି ପାଇଁ ରାଜି ହେବା ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ପ୍ରଶ୍ନ କରିଛନ୍ତି, ଯଦି ଇସଲାମାବାଦ ପଛକୁ ହଟିଯାଉଥିଲା ତେବେ ସରକାର ଅସ୍ତ୍ରବିରତିକୁ କାହିଁକି ଗ୍ରହଣ କଲେ।
କିଶୋର କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଉଭୟଙ୍କ ମଧ୍ୟରେ ଯୁଦ୍ଧବିରତି ପାଇଁ ଶ୍ରେୟ ନେଉଛନ୍ତି ଏବଂ ହୁଏତ ସେ ଶାନ୍ତି ପୁରସ୍କାର ଆଶା କରୁଛନ୍ତି। ମୁଁ କେବଳ ଭାରତର ବୈଦେଶିକ ମନ୍ତ୍ରୀଙ୍କ ବକ୍ତବ୍ୟକୁ ବିଶ୍ୱାସ କରିବି। ଜନ ସୂରଜ ପାର୍ଟି ମୁଖ୍ୟ କହିଛନ୍ତି, ଆମର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ପାକିସ୍ତାନ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା। ଯେତେବେଳେ ଟ୍ରମ୍ପ୍ ଏହାର ଶ୍ରେୟ ନେଉଛନ୍ତି ଏବଂ ବୋଧହୁଏ ଭାବୁଛନ୍ତି ଯେ, ସେ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ। ଆମେ କାହିଁକି ଟ୍ରମ୍ପ୍ଙ୍କୁ ବିଶ୍ୱାସ କରିବୁ? ଆମେ ଆମର ବୈଦେଶିକ ମନ୍ତ୍ରୀଙ୍କୁ ବିଶ୍ୱାସ କରୁ।
ଅଧିକ ପଢ଼ନ୍ତୁ: ଶର୍ମିଷ୍ଠା ଗିରଫ: ଟିଏମସିକୁ ବିଜେପିର ପ୍ରଶ୍ନ
ସେନା ଏବଂ ଜନସାଧାରଣ ଉଭୟ ପୂର୍ବରୁ ନିଷ୍ପତ୍ତି ନେଇସାରିଛନ୍ତି। କେନ୍ଦ୍ର ସରକାର ସାଇରନ୍ ବଜାଇ ଏକ ମକ୍ ଡ୍ରିଲ୍ ମଧ୍ୟ କରିଥିଲେ, ଏପରି ପରିସ୍ଥିତିରେ ଭାରତୀୟ ସେନାକୁ ନିଜର ଅପରେସନ୍ ଜାରି ରଖିବାକୁ ଏବଂ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବାକୁ ଅନୁମତି ଦିଆଯିବା ଉଚିତ୍ ଥିଲା।
ପିକେ ଅଭିଯୋଗ କରିଛନ୍ତି, ସରକାର ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ। ଏବେ ସିନ୍ଦୂର ଫରୁଆ ବାଣ୍ଟିବା ଦ୍ୱାରା ଆଉ କୌଣସି ଫରକ ପଡ଼ିବ ନାହିଁ। ଏବେ ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏପରିସ୍ଥଳେ ଆଉ କାହିଁକି ଲୋକମାନଙ୍କୁ ବୋକା ବନାଉଛ। ସରକାର ଯାହା କହୁଛନ୍ତି ତାହା ଭୁଲ୍ ବୋଲି ପିକେ କହିଛନ୍ତି।
ଅଧିକ ପଢ଼ନ୍ତୁ: ପାକିସ୍ତାନ ସିନ୍ଧୁ ଜଳ ଚୁକ୍ତିନାମା ଉଲ୍ଲଂଘନ ପାଇଁ ନିଜେ ଦାୟୀ: ଭାରତ
OperationSindoor | Prashant kishore
Follow Us