ଯଦି ତୁମେ ଡେମୋକ୍ରାଟମାନଙ୍କୁ ସାହାଯ୍ୟ କର ତେବେ ପରିଣାମ ଭୟଙ୍କର ହେବ: ମସ୍କଙ୍କୁ ଚେତାବନୀ ଦେଲେ ଟ୍ରମ୍ପ୍

ଟ୍ରମ୍ପ୍ ସରକାରଙ୍କ ନୂତନ ବିଗ୍ ବିୟୁଟିଫୁଲ୍ ବିଲ୍‌କୁ ଏଲନ ମସ୍କ୍‌ ବିରୋଧ କରୁଛନ୍ତି। ଏହି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି। ଟ୍ରମ୍ପ୍ ଏବେ ମସ୍କଙ୍କୁ ଧମକ ଦେଇଛନ୍ତି...

If you help Democrats, the consequences will be dire: Trump warns Musk

If you help Democrats, the consequences will be dire: Trump warns Musk Photograph: (sambad.in)

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଟେସଲା ମାଲିକ ଏଲନ ମସ୍କଙ୍କ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହୋଇଛି। ଏହି ସମୟରେ, ଟ୍ରମ୍ପ ଖୋଲାଖୋଲି ଭାବରେ ମସ୍କଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଏବଂ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଛନ୍ତି।

ଯଦିଓ ଏଲନ ମସ୍କ ଏବେ ଏହି ଲଢ଼େଇରୁ ପଛକୁ ହଟିଯାଉଥିବା ପରି ମନେ ହେଉଛି, ଟ୍ରମ୍ପ୍ ମସ୍କଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ଏବେ ତାଙ୍କୁ କ୍ଷମା କରିବାକୁ ଚାହୁଁ ନାହାନ୍ତି। ଟ୍ରମ୍ପ୍ ଶନିବାର କହିଥିଲେ ଯେ, ମସ୍କଙ୍କ ସହ ତାଙ୍କର ସମ୍ପର୍କ ସୁଧାରିବାର କରିବାର କୌଣସି ଉଦ୍ଦେଶ୍ୟ ନାହିଁ।

ଟ୍ରମ୍ପ୍ ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି, ଯଦି ମସ୍କ ଆଗାମୀ ନିର୍ବାଚନରେ ​​ଡେମୋକ୍ରାଟମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିପାରେ।

ସାକ୍ଷାତକାରରେ, ଯେତେବେଳେ ତାଙ୍କୁ ପଚରାଗଲା ଯେ, ସେ ଭବିଷ୍ୟତରେ ଟେସଲା ଏବଂ ସ୍ପେସଏକ୍ସ ମାଲିକ ଏଲନ ମସ୍କଙ୍କ ସହ ତାଙ୍କର ସମ୍ପର୍କ ସଜାଡ଼ିବାକୁ ଚାହାଁନ୍ତି କି? ଏବଂ ମସ୍କଙ୍କ ସହ ତାଙ୍କର ସମ୍ପର୍କ ଶେଷ ହୋଇଗଲା କି? ଏହାର ଉତ୍ତରରେ ଟ୍ରମ୍ପ୍ କହିଥିଲେ, ହଁ, ମୁଁ ନିଶ୍ଚିତ ଭାବରେ ଏପରି ଭାବୁଛି।

ଟ୍ରମ୍ପ୍ ମସ୍କଙ୍କୁ ଚେତାବନୀ ଦେଇ କହିଥିଲେ ଯେ, ସେ ୨୦୨୬ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ​​ଡେମୋକ୍ରାଟିକ୍ ସାଂସଦ ଏବଂ ପ୍ରାର୍ଥୀମାନଙ୍କୁ ସମର୍ଥନ କରିପାରନ୍ତି।  ଯଦି ମସ୍କ ଏପରି କରନ୍ତି, ତେବେ ତାଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ।

ଅଧିକ ପଢ଼ନ୍ତୁ: ଆମେରିକାର ହିଂସା: ୨,୦୦୦ ସୈନିକ ମୁତୟନ କଲେ ଟ୍ରମ୍ପ୍

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆପଣ ଜାଣନ୍ତି ମୁଁ ଅନ୍ୟ କାମରେ ବ୍ୟସ୍ତ ଅଛି। ସେ କହିଥିଲେ ଯେ, ମୁଁ ବିପୁଳ ବ୍ୟବଧାନରେ ନିର୍ବାଚନ ଜିତିଛି। ମୁଁ ମସ୍କଙ୍କୁ ଅନେକ ସୁଯୋଗ ଦେଇଛି, ଏହା ହେବା ପୂର୍ବରୁ ମୁଁ ତାଙ୍କୁ ମୋ ସରକାରରେ ମୋ ସହିତ କାମ କରିବାର ସୁଯୋଗ ମଧ୍ୟ ଦେଇଥିଲି। ମୁଁ ମୋର ପ୍ରଥମ ପ୍ରଶାସନ ସମୟରେ ତାଙ୍କ ଜୀବନ ମଧ୍ୟ ରକ୍ଷା କରିଥିଲି, କିନ୍ତୁ ଏବେ ମୋର ମସ୍କଙ୍କ ସହ କଥାବାର୍ତ୍ତା କିମ୍ବା ସମାଧାନ କରିବାର କୌଣସି ଉଦ୍ଦେଶ୍ୟ ନାହିଁ।

ସୂଚନାଯୋଗ୍ୟ, ଟ୍ରମ୍ପ୍ ପ୍ରଶାସନ ନିକଟରେ ଏକ ନୂତନ ବିଲ୍ ଆଣିଛନ୍ତି। ଏହାର ନାମ ହେଉଛି ବିଗ୍ ବିଉଟିଫୁଲ୍ ବିଲ୍। ମସ୍କ ଏହି ବିଲ୍ ବିରୋଧରେ ଅଛନ୍ତି ଏବଂ ଏହାକୁ ନିରନ୍ତର ସମାଲୋଚନା କରୁଛନ୍ତି। ଏହି କାରଣରୁ ଟ୍ରମ୍ପ୍ ମସ୍କଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ଏବେ ସେ ତାଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ଧମକ ମଧ୍ୟ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଶିଶୁ ଅନନ୍ତ ପୀଠ ବାବା ପର୍ଶୁରାମଙ୍କ ନାଆଁରେ ଥାନାରେ ମାମଲା ରୁଜୁ, ଅବାଧ ନିଶା କାରବାର ଅଭିଯୋଗ

USA | donald-trump | elon musk

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe