ନୂଆଦିଲ୍ଲୀ: ହିନ୍ଦୁ ଅବିଭକ୍ତ ପରିବାରର ସମ୍ପତ୍ତିକୁ ନେଇ ସୁପ୍ରିମ୍କୋର୍ଟ ଆଜି ଏକ ବଡ଼ ରାୟ ଶୁଣାଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଯଦି ଏକ ଯୌଥ ପରିବାର ପାଖରେ ପୂର୍ବରୁ ପୈତୃକ ସମ୍ପତ୍ତି ରହିଛି ଏବଂ ସେଥିରୁ ଆୟ ହେଉଛି, ତେବେ ପରିବାରର ମୁଖ୍ୟ ବା ‘କର୍ତ୍ତା’ଙ୍କ ଦ୍ୱାରା ପରବର୍ତ୍ତୀ ସମୟରେ କିଣାଯାଇଥିବା ସମସ୍ତ ସମ୍ପତ୍ତିକୁ ‘ଯୌଥ ପରିବାରର ସମ୍ପତ୍ତି’ ବୋଲି ଧରାଯିବ। ଆଜି ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କ ପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ଏହି କ୍ଷେତ୍ରରେ ‘ପ୍ରମାଣର ବୋଝ’ ସେହି ବ୍ୟକ୍ତିଙ୍କ ଉପରେ ରହିବ, ଯିଏ ସମ୍ପତ୍ତିକୁ ନିଜର ବୋଲି ଦାବି କରୁଛନ୍ତି।
Indrabati: ଅପର ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତଙ୍କ ଦୁଖ ଦୂର ହେଉନି
ଯଦି କର୍ତ୍ତା କିମ୍ବା ପରିବାରର କୌଣସି ସଦସ୍ୟ ଏହାକୁ ନିଜର ‘ସ୍ୱଅର୍ଜିତ’ ସମ୍ପତ୍ତି ବୋଲି କହନ୍ତି, ତେବେ ତାଙ୍କୁ କୋର୍ଟରେ ଦୃଢ଼ ପ୍ରମାଣ ଦେବାକୁ ପଡ଼ିବ ଯେ ସେହି ସମ୍ପତ୍ତି ପୈତୃକ ପାଣ୍ଠିରୁ ନୁହେଁ, ବରଂ ନିଜସ୍ୱ ରୋଜଗାରରୁ କିଣାଯାଇଛି। କୋର୍ଟ ସ୍ପଷ୍ଟ କରିଛନ୍ତି, ଯୌଥ ପରିବାରର ଆୟରୁ ଯଦି ନୂତନ ସମ୍ପତ୍ତି କିଣାଯାଏ, ତେବେ ସେଥିରେ ପରିବାରର ସମସ୍ତ ସଦସ୍ୟଙ୍କ ସମାନ ଅଧିକାର ରହିବ। ମାଡ୍ରାସ ହାଇକୋର୍ଟଙ୍କ ଏକ ପୁରୁଣା ନିଷ୍ପତ୍ତିକୁ କାଏମ ରଖି ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ଏହି ରାୟ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଚାଲିଥିବା ଅନେକ ପାରିବାରିକ ବିବାଦର ସମାଧାନ କରିବାରେ ସହାୟକ ହେବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/25/supreme-court-2025-09-25-01-11-55.jpg)