Conspiracy going on in jail to kill Imran Khan: ଇମ୍ରାନ ଖାନଙ୍କୁ ମାରିବା ପାଇଁ ଜେଲରେ ଚାଲିଛି ଷଡ଼ଯନ୍ତ୍ର, ଭଉଣୀ ଆଣିଲେ ଅଭିଯୋଗ

Advertisment

ପାକିସ୍ତାନର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଏ-ଇନସାଫ ମୁଖ୍ୟ ଇମ୍ରାନ ଖାନଙ୍କୁ ହତ୍ୟା କରାଯିବା ପାଇଁ ଷଡ଼ଯନ୍ତ୍ର ହେଉଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଇମ୍ରାନ ଖାନଙ୍କ ଭଉଣୀ।

ପାକିସ୍ତାନର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଏ-ଇନସାଫ ମୁଖ୍ୟ ଇମ୍ରାନ ଖାନଙ୍କୁ ହତ୍ୟା କରାଯିବା ପାଇଁ ଷଡ଼ଯନ୍ତ୍ର ହେଉଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଇମ୍ରାନ ଖାନଙ୍କ ଭଉଣୀ।

Imran Khan

Imran Khan Photograph: (sambad.in)

ଇସଲାମାବାଦ୍: ପାକିସ୍ତାନର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଏ-ଇନସାଫ ମୁଖ୍ୟ ଇମ୍ରାନ ଖାନଙ୍କୁ ହତ୍ୟା କରାଯିବା ପାଇଁ ଷଡ଼ଯନ୍ତ୍ର ହେଉଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଇମ୍ରାନ ଖାନଙ୍କ ଭଉଣୀ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ଇମ୍ରାନ ଖାନଙ୍କ ଭଉଣୀ ଉଜମା ଖାନ ଓ ଅଲିମା ଖାନ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଅସୀମ ମୁନିର ଓ ଗୃହମନ୍ତ୍ରୀ ମୋହସିନ ନକଭିଙ୍କ ନାଁ ନେଇ ଏହି ଅଭିଯୋଗ ଆଣିଛନ୍ତି। ଉଜମା ଖାନ କହିଛନ୍ତି, ଆଦିଆଲା ଜେଲରେ ଭାଇଙ୍କ ସହ ସାକ୍ଷାତ ସମୟରେ ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା ମତେ କହିଥିଲେ।

ଆସୀମ ମୁନିର ଏଥିପାଇଁ ଦାୟୀ ରହିବେ

ଉଜମା ଖାନ ଅଭିଯୋଗ କରି କହିଛନ୍ତି, ଭାଇଙ୍କ ସହ ଶେଷ ସାକ୍ଷାତ ସମୟରେ ସେ ମତେ ଜୋର ଦେଇ କହିଥିଲେ, ଯଦି ଜେଲେରେ ମୋର କିଛି ହୁଏ, ତେବେ ଆସୀମ ମୁନିର ଏଥିପାଇଁ ଦାୟୀ ରହିବେ। ବର୍ତ୍ତମାନ, ଜେଲ ପ୍ରଶାସନ ତାଙ୍କ ସହିତ ଯେଉଁଭଳି ବ୍ୟବହାର କରୁଛି ଏବଂ ଗୃହମନ୍ତ୍ରୀ ନକଭିଙ୍କ ଭଳି ଲୋକଙ୍କ ଦ୍ୱାରା ଦିଆଯାଇଥିବା ବୟାନ ଶୁଣିବା ପରେ ମୁଁ ବିଶ୍ୱାସ କରୁଛି ଯେ ଇମ୍ରାନ ଠିକ୍ କହୁଥିଲେ। ଭାଇଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହେଉଥିବା ଅଭିଯୋଗ ଆଣିବା ସହ ଉଜମା ଖାନ ପାକିସ୍ତାନ ଗୃହମନ୍ତ୍ରୀ ନକଭିଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି, ଯଦି ତାଙ୍କ ଭାଇ କିମ୍ବା ପରିବାରର କୌଣସି କ୍ଷତି ହୁଏ ତେବେ ସେ ପ୍ରତିଶୋଧ ନେବେ। ସେ ଆହୁରି ମଧ୍ୟ କହିଛନ୍ତି, "ଯଦି ଇମ୍ରାନ ଖାନ କିମ୍ବା ଆମ ପରିବାରର କିଛି ହୁଏ, ମନେରଖନ୍ତୁ, ଆମେ କାହାର ଭବିଷ୍ୟତ ପିଢ଼ିକୁ ଛାଡିବୁ ନାହିଁ।

ଆହୁରି ପଢ଼ନ୍ତୁ: Plot to attack US Congress foiled: ଆମେରିକୀୟ ସଂସଦ ଉପରେ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ୧୮ ବର୍ଷ ବୟସ୍କ ଯୁବକ ଗିରଫ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe