Imran Khan Sister: ଅଦିଆଲା ଜେଲ୍ ବାହାରେ ଇମ୍ରାନ ଖାନଙ୍କ ୩ଭଉଣୀଙ୍କୁ ପୁଲିସର ଦୁର୍ବ୍ୟବହାର, ଘୋଷାଡି ନେଲା ପଞ୍ଜାବ ପୁଲିସ

ପାକିସ୍ତାନର ଅଦିଆଲା ଜେଲ ବାହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତିନି ଭଉଣୀଙ୍କୁ ପୁଲିସ ଘୋଷାଡିବା ଏବଂ ଦୁର୍ବ୍ୟବହାର କରିଥିବା ଘଟଣା ସାମ୍ନାକୁ ଆସିଛି। ଭେଟିବାକୁ ଅନୁମତି ନ ମିଳିବା ପରେ ସେମାନେ ଧାରଣାରେ ବସିଥିଲେ।

imran khan

Imran Khan Sister Photograph: (sambad.in)

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭଉଣୀଙ୍କୁ ରାସ୍ତାରେ ଘୋଷାଡିଲେ ପୁଲିସ। ପାକିସ୍ତାନର ରାୱଲପିଣ୍ଡିର ଅଦିଆଲା ଜେଲ ବାହାରେ ଏହି ଘଟଣା ଘଟିଥିବା ଜଣାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭଉଣୀ ଅଲିମା, ଉଜମା ଏବଂ ନୌରିନ ଖାନଙ୍କୁ ପୁଲିସ ଦୁର୍ବ୍ୟବହାର କରିଥିବା ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଇମ୍ରାନଙ୍କ ଭଉଣୀ ନୌରିନଙ୍କୁ ହେପାଜତକୁ ନେବା ପୂର୍ବରୁ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଇଥିଲେ। ଭିଡିଓରେ, ଇମ୍ରାନ ଖାନଙ୍କ ଭଉଣୀମାନେ ଥରୁଥିବା ଏବଂ ଭୟଭୀତ ଥିବା ଦେଖାଯାଉଛି।

ଇମ୍ରାନ ଖାନ ଏବେ ଅଦିଆଲା ଜେଲରେ ଏକାକୀ ବନ୍ଦୀ ଜୀବନ କାଟୁଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଇମ୍ରାନ ଖାନଙ୍କ ତିନି ଭଉଣୀ ଅଦିଆଲା ଜେଲରେ ପହଞ୍ଚିଥିଲେ। କିନ୍ତୁ ପାକିସ୍ତାନ ପ୍ରଶାସନ ସେମାନଙ୍କୁ ତାଙ୍କୁ ଭେଟିବାକୁ ଅନୁମତି ଦେଇ ନଥିଲା।

ନୌରିନ୍ ଖାନ କହିଛନ୍ତି ଯେ, "ମୁଁ ଜେଲ୍ ବାହାରେ ମୋର ୨ଭଉଣୀଙ୍କ ସହ ଠିଆ ହୋଇଥିଲି। ଜଣେ ମହିଳା ପୁଲିସ ଆସି ମୋତେ ଧରି ତଳେ ପକାଇ ଦେଲେ। ମୁଁ ବୁଝିପାରିଲି ନାହିଁ କାହିଁକି। ଏହା ପରେ ସେ ମୋତେ ଘୋଷାଡ଼ିବା ଆରମ୍ଭ କଲେ। ଏହା ବହୁତ ଦୁଃଖଦ ଯେ ସେମାନେ ଏହି ସ୍ତରକୁ ଖସିଗଲେ। ପଞ୍ଜାବ ପୁଲିସ ହେଉଛି ସବୁଠୁ ନିଷ୍ଠୁର।"

ଜେଲ୍ ବାହାରେ ଧାରଣାରେ ବସିଥିଲେ ୩ଭଉଣୀ

ଇମ୍ରାନ ଖାନଙ୍କ ଦଳ, ପାକିସ୍ତାନ ତେହେରିକ୍-ଏ-ଇନସାଫ ପକ୍ଷରୁ କୁହାଯାଇଛି ଯେ, "ପୁଲିସ ରାୱଲପିଣ୍ଡିର ଅଦିଆଲା ଜେଲ ବାହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭଉଣୀମାନଙ୍କୁ ଦୁର୍ବ୍ୟବହାର କରିଛି ଏବଂ ହିଂସାତ୍ମକ ଭାବରେ ଅଟକ ରଖିଛି। ଇମ୍ରାନଙ୍କୁ ଭେଟିବା ପାଇଁ ଅନୁମତି ନ ମିଳିବା ପରେ ତାଙ୍କ ଭଉଣୀମାନେ ଜେଲ ବାହାରେ ଧାରଣାରେ ବସିଥିଲେ।" 

ଆହୁରି ପଢ଼ନ୍ତୁ: Hasina's Son Praises PM Modi: ଭାରତ ମୋ ମାଆଙ୍କ ଜୀବନ ରକ୍ଷା କରିଛି, ମୋଦୀଜୀଙ୍କ ଆଗରେ ଚିର ଋଣୀ: ଶେଖ୍ ହସିନାଙ୍କ ପୁଅ

ଆହୁରି ପଢ଼ନ୍ତୁ: Portfolio Politics: ନୀତିଶଙ୍କୁ ପ୍ରଥମ ଥର ପାଇଁ ମିଳିବନି ଗୃହ ମନ୍ତ୍ରଣାଳୟ: ଏନଡିଏ ବୈଠକ ପୂର୍ବରୁ ବିହାର ରାଜନୀତିରେ ବଢ଼ିଲା ଉଷ୍ଣତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe