ନୂଆଦିଲ୍ଲୀ: ଜାତିଗତ ଜନଗଣନାକୁ ନେଇ ଭାରତରେ ଏକ ଗମ୍ଭୀର ବିତର୍କ ଚାଲିଛି। କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନିଷ୍ପତ୍ତି ନେଇ ନାହାଁନ୍ତି। ଯଦିଓ ସେପ୍ଟେମ୍ବରରୁ ଏହି ଜନଗଣନା ଆରମ୍ଭ ହୋଇପାରେ ବୋଲି ଖବର ରହିଛି। ବର୍ତ୍ତମାନର ନୀତି ଏବଂ ସରକାରୀ ଯୋଜନାଗୁଡିକ ୨୦୧୧ ଜନଗଣନା ଆଧାରରେ ପ୍ରସ୍ତୁତ କରାଯାଉଛି, ଯାହା ଏବେ ପୁରୁଣା ହୋଇସାରିଛି।

Advertisment

ବର୍ଣ୍ଣ ବ୍ୟବସ୍ଥା ପ୍ରାଚୀନ ସମୟରୁ ଭାରତରେ ରହି ଆସିଛି। ଶ୍ରୀମଦ ଭଗବଦ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଚାରୋଟି ବର୍ଣ୍ଣ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୁଦ୍ର ସମ୍ପର୍କରେ ଉଲ୍ଲେଖ କରିଥିଲେ। ଯାହା ସେମାନଙ୍କର କାର୍ଯ୍ୟ ଏବଂ ଗୁଣ ଆଧାରରେ ବିଭକ୍ତ ହୋଇଥିଲା।

 ଯେପରି ବ୍ରାହ୍ମଣ ଅର୍ଥ ପୁରୋହିତ, ଶିକ୍ଷକ। କ୍ଷତ୍ରିଆର ଅର୍ଥ ହେଉଛି ରକ୍ଷକ, ପୋଲିସ, ପ୍ରଶାସକ। ବୈଶ୍ୟ ଅର୍ଥ ଉତ୍ପାଦକ, କୃଷକ, ବ୍ୟବସାୟୀ ଇତ୍ୟାଦି। ଶୁଦ୍ର ଅର୍ଥ କାରିଗର, ଶ୍ରମିକ ଆଦି। କିନ୍ତୁ ସମୟ ସହିତ କର୍ମ ଉପରେ ଆଧାରିତ ଜାତି ବ୍ୟବସ୍ଥା ବଦଳି ଯାଇଥିଲା। ଏହା ଅଧିକ ଜଟିଳ ହେବାରେ ଲାଗିଥିଲା। ଯେଉଁଥିରୁ ଅଗଣିତ ଉପ-ଜାତି ଏବଂ ଗୋଷ୍ଠୀ ଉତ୍ପନ୍ନ ହୋଇଛନ୍ତି।

୨୦୧୧ ଜନଗଣନା ତଥ୍ୟ ଅନୁଯାୟୀ, ଅନୁସୂଚିତ ଜାତି (ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି) ଭାରତର ମୋଟ ଜନସଂଖ୍ୟାର ଯଥାକ୍ରମେ ୧୬.୬% ଏବଂ ୮.୬%। ଯାହାକି ଯଥାକ୍ରମେ ୨୦ କୋଟି ଏବଂ ୧୦ କୋଟି ଲୋକଙ୍କ ଜନସଂଖ୍ୟା। ସମୁଦାୟ ପ୍ରଜାତିର ଆକଳନ କରିବା କଷ୍ଟକର। କାରଣ ସେମାନଙ୍କର ପରିଚୟ ଏବଂ ବର୍ଗୀକରଣ ସମୟ ସହିତ ପରିବର୍ତ୍ତନ ହୋଇଛି। ଉତ୍ତରପ୍ରଦେଶ, ବିହାର ଏବଂ ମହାରାଷ୍ଟ୍ରରେ ବହୁ ସଂଖ୍ୟାରେ ଜାତି ଥିବାବେଳେ। ଜାତି ଓ ଉପଜାତିଙ୍କ ସଂଖ୍ୟା ମଧ୍ୟ ଭିନ୍ନ ଭିନ୍ନ ରହିଛି ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ ୧୯୩୧ ମସିହାରେ ହୋଇଥିବା ପ୍ରଥମ ଜନଗଣନା ଅନୁଯାୟୀ ଭାରତରେ ସମୁଦାୟ ୪, ୧୪୭ ଜାତି ଥିଲେ। କିନ୍ତୁ ୨୦୧୧ ଜନଗଣନାରେ ଆଶ୍ଚର୍ଯ୍ୟଜନକ ଭାବେ ଏହି ସଂଖ୍ୟା ୪୬ ଲକ୍ଷରୁ ଅଧିକ ହୋଇଯାଇଥିଲା।

ଉଦାହରଣ ସ୍ୱରୂପ, ମହାରାଷ୍ଟ୍ରରେ ୨୦୧୧ ଜନଗଣନାରେ ମୋଟ ୪, ୨୮, ୬୭୭ ଜାତି ଥିବାବେଳେ ପୂର୍ବରୁ ରାଜ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ଜାତି ସଂଖ୍ୟା ମାତ୍ର ୪୯୪ ଥିଲା। ପ୍ରଶ୍ନ ଉଠୁଛି ଯେ ଜାତିର ସଂଖ୍ୟାରେ ଏତେ କମ୍‌‌ ସମୟ ମଧ୍ୟରେ କିପରି ଏଭଳି ବୃଦ୍ଧି ଘଟିଲା? କିଏ ଏହି ନୂତନ ଜାତି ସୃଷ୍ଟି କଲା ଏବଂ କାହିଁକି? ଜାତି ପରିଚୟର ଏହି ବ୍ୟବସ୍ଥା ଆଜିର ଆଧୁନିକ ଭାରତରେ ପ୍ରାସଙ୍ଗିକ କି?

ଯେତେବେଳେ ଭାରତରେ ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେବା ବିଷୟରେ କୁହେ, ସେତେବେଳେ ଜାତି ଉପରେ ଆଧାର କରି ଜନଗଣନା ଆବଶ୍ୟକ କି? କିମ୍ବା ଏହି ପୁରୁଣା ବ୍ୟବସ୍ଥା ସମାଜକୁ ଆହୁରି ବିଭାଜନ କରିବା ପାଇଁ କାର୍ଯ୍ୟ କରୁଛି କି?

ଅଧିକ ପଢ଼଼ନ୍ତୁ:ଶନିବାର ଭାରତ-ପାକିସ୍ଥାନ ହାଇ ଭୋଲଟେଜ ମ୍ୟାଚ, କେବେ କେଉଁଠି ଲାଇଭ ଦେଖିବେ

 ଏହି ପ୍ରଶ୍ନଗୁଡିକ ବିଚାର କରିବା ଯୋଗ୍ୟ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। କାରଣ ଏତେ ସଂଖ୍ୟକ ଜାତି କେବଳ ସାମାଜିକ ଗଠନକୁ ଜଟିଳ କରିନାହାଁନ୍ତି ବରଂ ବିଭାଜନ ଏବଂ ଭେଦଭାବକୁ ମଧ୍ୟ ପ୍ରୋତ୍ସାହିତ କରିଛନ୍ତି ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

ଅଧିକ ପଢ଼଼ନ୍ତୁ:ସୋନମଙ୍କ ପାଇଁ ଲଣ୍ଡନରେ ୨୩୧କୋଟିର ୮ମହଲା ବିଲ୍ଡିଂ କିଣିଲେ ଶଶୁର