India enters final: ଶ୍ରୀଲଙ୍କାକୁ ହରାଇ ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ସର ଫାଇନାଲରେ ଭାରତ

Advertisment

ଭାରତ ‘ଏ’ ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ସର ଫାଇନାଲରେ ପହଞ୍ଚିଯାଇଛି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ପାଞ୍ଚ ୱିକେଟ୍‌ରେ ପରାସ୍ତ କରିଛି।

ଭାରତ ‘ଏ’ ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ସର ଫାଇନାଲରେ ପହଞ୍ଚିଯାଇଛି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ପାଞ୍ଚ ୱିକେଟ୍‌ରେ ପରାସ୍ତ କରିଛି।

India enters final

India enters final

ବ୍ୟାଙ୍କକ୍: ଭାରତ ‘ଏ’ ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ସର ଫାଇନାଲରେ ପହଞ୍ଚିଯାଇଛି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ପାଞ୍ଚ ୱିକେଟ୍‌ରେ ପରାସ୍ତ କରିଛି। ଫାଇନାଲରେ ଭାରତର ମୁକାବିଲା ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତା ସହିତ ହେବ।

ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ସଂଜନା କଭିଣ୍ଡି (୩୫ ବଲ୍‌ରୁ ୩୧ ରନ୍‌), ଶାସିନି ଗିମାନି (୧୭ ବଲ୍‌ରୁ ୨୨ରନ୍‌) ଓ ସତ୍ୟା ସାନ୍ଦିପନୀ (୧୫ ବଲ୍‌ରୁ ୧୫ ରନ)ଙ୍କ ଉପଯୋଗୀ ପାଳି ବଳରେ ୧୯.୪ ଓଭରରେ ୧୧୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଭାରତ ପକ୍ଷରୁ ରାଧା ଯାଦବ ୧୯ ରନ ଦେଇ ୪ଟି ୱିକେଟ ନେଇଥିଲେ। ୧୧୯ ରନ୍‌ର ଲକ୍ଷ୍ୟକୁ ଭାରତୀୟ ଦଳ ୧୩.୩ ଓଭରରେ ପାଞ୍ଚ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଦଳ ପକ୍ଷରୁ ବ୍ରିନ୍ଦା ଦିନେଶ୍‌ ମାତ୍ର ୨୦ଟି ବଲ୍‌ରୁ ୪୨ ରନ୍‌ର ପାଳି ଖେଳିଥିବାବେଳେ ରାଧା ଯାଦବ* ୩୧ (୧୮ ବଲ୍‌) ଓ ଅନୁଷ୍କା ଶର୍ମା ୨୭ ରନ୍‌ର ( ୧୮ ବଲ୍‌) ଯୋଗଦାନ ଦେଇଥିଲେ। ଶ୍ରୀଲଙ୍କା ପକ୍ଷରୁ ଶାସିନୀ ଗିମାନି ୩୩ ରନ୍‌ ଦେଇ ୨ଟି ୱିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ୍‌ ସଫଳତା ପାଇଁ ରାଧାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: 39 Poachers Surrendered ଶିମିଳିପାଳ ଅଭୟାରଣ୍ୟରେ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କଲେ ୩୭ ଶିକାରୀ, ୯ଟି ବନ୍ଧୁକ ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe