Amit Shah: ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି ମୋଦୀ ସରକାର: କେନ୍ଦ୍ରମନ୍ତ୍ରୀ

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଦକ୍ଷ ମାର୍ଗଦର୍ଶନରେ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ଭାବେ ମାଓ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଦକ୍ଷ ମାର୍ଗଦର୍ଶନରେ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ଭାବେ ମାଓ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ।

Untitled-28

Amit Shah plans for naxal. Photograph: (sambad.in)

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଦକ୍ଷ ମାର୍ଗଦର୍ଶନରେ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ଭାବେ ମାଓ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ। ଆଜି ଲୋକସଭାରେ ବାମପନ୍ଥୀ ଉଗ୍ରବାଦ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ମାଓପ୍ରଭାବିତ ଅଞ୍ଚଳ ପାଇଁ କାର୍ଯ୍ୟକାରୀ ହୋଇଥିବା ଯୋଜନା ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋଦୀ ସରକାର ହିଂସାତ୍ମକ ଉଗ୍ରବାଦ ବିରୋଧରେ ଶୂନ୍ୟ ଶହନଶୀଳତା ନୀତି ଆପଣାଇଛନ୍ତି। ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ଲାଗି ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ନେଇ ନୀତି ଏବଂ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଉଛି । ମାଓ ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଉଛି। 

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ସରକାରଙ୍କ ଏସବୁ ପଦକ୍ଷେପ କାରଣରୁ ବାମପନ୍ଥୀ ଉଗ୍ରବାଦ ଘଟଣାରେ ୨୦୧୦ ତୁଳନାରେ ୨୦୨୪ରେ ୮୧% ହ୍ରାସ ଦେଖା ଦେଇଛି। ସେହିପରି ୨୦୦୪ରୁ ୨୦୧୪ ମଧ୍ୟରେ ୧୬,୧୩୫ଟି ହିଂସା ଘଟଣା ଘଟିଥିବା ବେଳେ ଜୁନ୍‌ ୨୦୧୫ରୁ ମଇ ୨୦୨୫ ମଧ୍ୟରେ ୭,୧୩୪ଟି ହିଂସା ଘଟଣା ଘଟିଛି। ହିଂସାରେ ୫୬% ହ୍ରାସ ଦେଖା ଦେଇଛି। ୧ ଜୁନରୁ ୩୦ ନଭେମ୍ବର ୨୦୨୫ ମଧ୍ୟରେ ୧୧୦ଟି ହିଂସା ଘଟଣା ଘଟିଛି। ସେହିପରି ନାଗରିକଙ୍କ ମୃତ୍ୟୁ ସଂଖ୍ୟା ପୂର୍ବ ଅବଧିରେ ୪,୬୮୪ ଥିବା ବେଳେ ବିଗତ ୧୦ବର୍ଷ ମଧ୍ୟରେ ଏହା ୭୦% ହ୍ରାସ ପାଇ ୧୪୦୪ରେ ପହଞ୍ଚିଛି। ୧ ଜୁନରୁ ୩୦ ନଭେମ୍ବର ୨୦୨୫ ମଧ୍ୟରେ ଏହା ୩୫କୁ ହ୍ରାସ ପାଇଛି। ୨୦୦୪ରୁ ୨୦୧୪ ମଧ୍ୟରେ ୧,୮୨୪ ଜଣ ସୁରକ୍ଷାବାହିନୀ ମୃତ୍ୟୁବରଣ କରିଥିବା ବେଳେ ୨୦୧୫ରୁ ୨୦୨୫ ମଧ୍ୟରେ ଏହା ୭୫% ହ୍ରାସ ପାଇ ୪୬୪ରେ ପହଞ୍ଚିଛି। ସେହିପରି ମୋଟ୍‌ ମୃତ୍ୟୁ ସଂଖ୍ୟା ୭୧% ହ୍ରାସ ପାଇଛି। ୨୦୧୪ରେ ୧୦ଟି ରାଜ୍ୟ, ୧୨୬ଟି ଜିଲ୍ଲା ଏବଂ ୪୬୫ଟି ଥାନାଞ୍ଚଳ ମାଓବାଦ ଦ୍ୱାରା ପ୍ରଭାବିତ ହୋଇଥିଲା। ଏଥିରେ ଯଥାକ୍ରମେ ୫୦%, ୯୧% ଏବଂ ୭୭% ହ୍ରାସ ଦେଖା ଦେଇଛି। ୨୦୨୫ରେ ମାତ୍ର ୫ଟି ରାଜ୍ୟର ୧୧ଟି ଜିଲ୍ଲା ଏବଂ ୧୦୬ଟି ଥାନା କ୍ଷେତ୍ର ମାଓ ପ୍ରଭାବିତ କ୍ଷେତ୍ର ରୂପେ ଚିହ୍ନଟ କରାଯାଇଛି। 

ଆହୁରି ପଢ଼ନ୍ତୁ: Encounter: ବିଜାପୁର ଏନକାଉଣ୍ଟର ଘଟଣା: ଆହୁରି ୬ ମାଓବାଦୀଙ୍କ ଶବ ଉଦ୍ଧାର

୯,୫୮୮ ମାଓବାଦୀ ଆତ୍ମସମର୍ପଣ

କେନ୍ଦ୍ର ମନ୍ତ୍ରୀ ରାୟ କହିଛନ୍ତି, ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ୯,୫୮୮ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। କେବଳ ଚଳିତ ବର୍ଷ ୨,୧୬୭ ଜଣ ମାଓବାଦୀ ଆତ୍ମସମର୍ପଣ କରିବା ମାଓବିରୋଧୀ ଅଭିଯୋଗରେ ଏକ ଉଲ୍ଲେଖନୀୟ ସଫଳତା। ଜୁନ୍‌ ୨୦୧୯ରୁ ବର୍ତ୍ତମାନ ସୁଦ୍ଧା ୨୯ ଜଣ ଶୀର୍ଷ ମାଓନେତା ନିହତ ହୋଇଥିବା ବେଳେ ଚଳିତ ବର୍ଷ ୧୪ ଜଣ ନିହତ ହୋଇଛି। ୨୦୧୯ରୁ ବର୍ତ୍ତମାନ ସୁଦ୍ଧା ୧୧୦୬ ଜଣ ନକ୍ସଲ ନିହତ ହୋଇଥିବା ବେଳେ ୭,୩୧୧ ଜଣ ଗିରଫ ହୋଇଛନ୍ତି ଏବଂ ୫,୫୭୧ ଜଣ ଆତ୍ମସର୍ପଣ କରିଛନ୍ତି। ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ପାଇଁ ସରକାର ଆର୍ଥିକ ସହାୟତା ବ୍ୟବସ୍ଥା କରିଛନ୍ତି। ଶୀର୍ଷ କ୍ୟାଡର ମାଓବାଦୀଙ୍କୁ ୫ ଲକ୍ଷ, ଅନ୍ୟ କ୍ୟାଡରଙ୍କୁ ୨.୫୦ ଲକ୍ଷ ଏବଂ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ଅତିରିକ୍ତ ଆର୍ଥିକ ପ୍ରୋତ୍ସାହନ ସହିତ ତିନି ବର୍ଷ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଲାଗି ୧୦ ହଜାର ଟଙ୍କାର ମାସିକ ସହାୟତା ଦେବାର ବ୍ୟବସ୍ଥା ରହିଛି। ଏହାବ୍ୟତୀତ ପୀଡ଼ିତ ପରିବାରକୁ ମାଗଣା ଶିକ୍ଷାଦାନ ଓ ଛାତ୍ରାବାସ ସୁବିଧା ସହିତ ଛାତ୍ରବୃତ୍ତି ମଧ୍ୟ ଦିଆଯାଉଛି। ଆହତ ଏବଂ ଅକ୍ଷମ ବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା ସହ ଜମି, ରୋଜଗାର ଏବଂ ନିଯୁକ୍ତି ସହାୟତା ଦେବାର ବ୍ୟବସ୍ଥା ରହିଛି। ମହିଳା କ୍ୟାଡରମାନଙ୍କୁ ସହାୟତା ରାଶି ଏବଂ ବିଭିନ୍ନ ଯୋଜନାରେ ପ୍ରାଥମିକତା ଦିଆଯିବାର ବ୍ୟବସ୍ଥା ରହିଛି। ପୁଲିସ ସହଯୋଗୀମାନଙ୍କୁ ଆବାସ ଯୋଜନାରେ ଘର, ସହାୟତା ରାଶି, ଚାଷ ଓ ଘର ଡିହ ଜମି ଯୋଗାଇ ଦିଆଯାଉଛି। ଏବେ ସୁଦ୍ଧା ୨,୧୬୭ ମାଓବାଦୀ ଥଇଥାନ ସହାୟତାର ଲାଭ ପାଇସାରିଛନ୍ତି।  

ଆହୁରି ପଢ଼ନ୍ତୁ: Amit Shah's message : ବିଶ୍ବକୁ ଅମିତ ଶାହଙ୍କ ବାର୍ତ୍ତା‌ ଏମିତି ଶାସ୍ତି ଦେବୁ ଯେ ପୂରା ବିଶ୍ବ ଦେଖିବ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe