Asia Power Index-2025 : ଭାରତକୁ ‘ପ୍ରମୁଖ ଶକ୍ତି’ ମାନ୍ୟତା

ବିଶ୍ବର ଏକ ପ୍ରମୁଖ ଶକ୍ତିର ମାନ୍ୟତା ପାଇଛି ଭାରତ । ଏସିଆ ପାଓ୍ବାର ଇଣ୍ଡେକ୍ସ ୨୦୨୪ରେ ଭାରତକୁ ବିଶ୍ବର ପ୍ରମୁଖ ଶକ୍ତିର ମାନ୍ୟତା ପ୍ରଦାନ କରାଯାଇଛି । ଗତ ବର୍ଷ (୨୦୨୪)ରେ ଭାରତକୁ ମଧ୍ୟମ ଧରଣର ଶକ୍ତି ମାନ୍ୟତା ଦିଆଯାଇଥିଲା ।

india

India named as Major Power Photograph: (AI Generated)

Asia Power Index-2024 : ବିଶ୍ବର ଏକ ପ୍ରମୁଖ ଶକ୍ତିର ମାନ୍ୟତା ପାଇଛି ଭାରତ । ଏସିଆ ପାଓ୍ବାର ଇଣ୍ଡେକ୍ସ ୨୦୨୪ରେ ଭାରତକୁ ବିଶ୍ବର ପ୍ରମୁଖ ଶକ୍ତିର ମାନ୍ୟତା ପ୍ରଦାନ କରାଯାଇଛି । ଗତ ବର୍ଷ (୨୦୨୪)ରେ ଭାରତକୁ ମଧ୍ୟମ ଧରଣର ଶକ୍ତି ମାନ୍ୟତା ଦିଆଯାଇଥିଲା ।

ଚଳିତ ବର୍ଷର ରିପୋର୍ଟରେ କୁହାଯାଇଛି ଯେ ଭାରତର ଉଭୟ ଅର୍ଥନୈତିକ ଶକ୍ତି ଓ ସାମରିକ ଶକ୍ତି ବୃଦ୍ଧି ପାଇଛି । ଅପରେସନ ସିନ୍ଦୂର ସମୟରେ ଭାରତର ସାମରିକ ଶକ୍ତିର ସଫଳତା ଓ ଭାରତର ବଢିଚାଲିଥିବା ଅର୍ଥନୈତିକ ଶକ୍ତିକୁ ବିଚାରକୁ ନେଇ ଏବର୍ଷ ଭାରତର ରାଙ୍କିଙ୍ଗ୍ ବୃଦ୍ଧି କରାଯାଇଛି ।

ଏବର୍ଷ ଭାରତ ମୋଟ ୪୦ ପଏଣ୍ଟ ପାଇଛି, ଯାହାକି ଗତ ବର୍ଷ ୩୮.୮ ପଏଣ୍ଟ ଥିଲା । ୩୮.୮ ପଏଣ୍ଟ ସହ ଭାରତକୁ ଗତବର୍ଷ ମଧ୍ୟମ ଶକ୍ତିର ମାନ୍ୟତା ଦିଆଯାଇଥିଲା । କିନ୍ତୁ ଏବର୍ଷ ୪୦ ପଏଣ୍ଟ ସହ ଭାରତ ପ୍ରମୁଖ ଶକ୍ତିର ମାନ୍ୟତା ପାଇଛି ।

ଆହୁରି ପଢନ୍ତୁ : Trump On Migration: କାହାକୁ 'ଥାର୍ଡ ୱାର୍ଲଡ ଦେଶ' କହୁଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ?

୮୦.୫ ପଏଣ୍ଟ ସହ ଆମେରିକା ବିଶ୍ବର ନଂ୧ ମହାଶକ୍ତିର ମାନ୍ୟତା ବଜାୟ ରଖିଛି । ସେହିପରି ୭୩.୭ ପଏଣ୍ଟ ସହ ଚୀନ ୨ୟ ମହାଶକ୍ତି ରହିଛି । ୩ୟ ସ୍ଥାନରେ ଭାରତ ଥିବାବେଳେ ୩୮.୮ ପଏଣ୍ଟ ସହ ୪ର୍ଥରେ ଜାପାନ ରହିଛି । ପୂର୍ବତନ ମହାଶକ୍ତି ରୁଷ ୫ମ ସ୍ଥାନରେ ରହିଛି । ୧୪.୫ ପଏଣ୍ଟ ସହ ପାକିସ୍ତାନ ୧୬ତମ ସ୍ଥାନରେ ରହିଛି।  

ଆମେରିକା ଓ ଚୀନ ସୁପରପାଓ୍ବାର

ଏଠାରେ କହିରଖୁଛୁ ଯେ ଆମେରିକା ଓ ଚୀନ ମହାଶକ୍ତି ବା ସୁପର ପାଓ୍ବାର ହୋଇଥିବାବେଳେ ଭାରତକୁ ବିଶ୍ବର ଏକମାତ୍ର ପ୍ରମୁଖ ଶକ୍ତି ମାନ୍ୟତା ଦିଆଯାଇଛି । ତେବେ ଦୁଇ ସୁପରପାଓ୍ବାର ଦେଶ ଓ ଭାରତର ପଏଣ୍ଟ ମଧ୍ୟରେ ବୃହତ୍ ଅନ୍ତର ରହିଛି । ଏଣୁ ଏଥିରୁ ସ୍ପଷ୍ଟ ଯେ ସୁପରପାଓ୍ବାର ହେବାକୁ ହେଲେ ଭାରତକୁ ଆହୁରି ବହୁ ଦୂର ଯିବାକୁ ହେବ । ଏଥିପାଇଁ ନିଜର ସାମରିକ ଶକ୍ତିକୁ ବୃଦ୍ଧି କରିବା ସହ ବିଦେଶୀ ଅସ୍ତ୍ରଶସ୍ତ୍ର ଉପରୁ ନିର୍ଭରଶୀଳତା କମାଇବାକୁ ହେବ । ଆହୁରି ମଧ୍ୟ ସାମରିକ ଶକ୍ତି ସହ ତାଳ ଦେଇ ନିଜର ଅର୍ଥନୈତିକ ଶକ୍ତିକୁ ବି ଆହୁରି ବଢାଇବାକୁ ପଡ଼ିବ । 

ଆହୁରି ପଢନ୍ତୁ : Train Collision In China: ଧାରଣାରେ କାମ କରୁଥିବାବେଳେ ମାଡ଼ି ଆସିଲା ଟ୍ରେନ୍; ଘଟଣାସ୍ଥଳରେ ୧୧ଜଣ କର୍ମଚାରୀଙ୍କ ମୃତ୍ୟୁ

ଅର୍ଥନୈତିକ କ୍ଷମତା ଅନୁସାରେ ଭାରତ ୩ୟ ସ୍ଥାନ( ୨୭.୧ ପଏଣ୍ଟ)ରେ ଥିବାବେଳେ ସାମରିକ କ୍ଷମତା ଅନୁସାରେ ଭାରତ ୪୮ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି । ଭାରତ ଉପରେ ଆମେରିକା, ଚୀନ ଓ ରୁଷ ଅଛନ୍ତି ।  

ଅଷ୍ଟ୍ରେଲିଆର ଲୋଓ୍ବି ଇନଷ୍ଟିଚ୍ୟୁଟ୍ ପ୍ରତିବର୍ଷ ଏସିଆ ପାଓ୍ବାର ଇଣ୍ଡେକ୍ସ ପ୍ରକାଶ କରିଥାଏ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe