ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପରେ ଡିଜିଟାଲ ଷ୍ଟ୍ରାଇକ୍ କଲା ଭାରତ: ଖ୍ବାଜା ଆସିଫଙ୍କ 'ଏକ୍ସ' ଆକାଉଣ୍ଟ ବ୍ୟାନ୍, ସାମ୍ବାଦିକଙ୍କ ଉପରେ କଟକଣା

ଭାରତ ସରକାର ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ପୂର୍ବତନ ‘ଏକ୍ସ’ଆକାଉଣ୍ଟକୁ ନିଷିଦ୍ଧ କରିଛନ୍ତି। ପହଲଗାମ ଆକ୍ରମଣ ସମ୍ପର୍କରେ ମିଥ୍ୟା ଖବର ଏବଂ ଭୁଲ ସୂଚନା ପ୍ରସାରଣ ଅଭିଯୋଗରେ ସରକାର ଏହି ପ୍ରତିବନ୍ଧକ ଲଗାଇଛନ୍ତି...

ଅଦ୍ୟତନ ହୋଇଛି
India launches digital strike on Pakistan's Defense Minister: Khawaja Asif's 'X' account banned, restrictions on journalists

India launches digital strike on Pakistan's Defense Minister: Khawaja Asif's 'X' account banned, restrictions on journalists Photograph: (sambad.in)

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନ ଉପରେ ଲଗାତାର ପ୍ରତିଶୋଧ ନେଉଛନ୍ତି। ଏହି ସମୟରେ, ଏକ ବଡ଼ ନିଷ୍ପତ୍ତି ନେଇ ସରକାର ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ଏକ୍ସ-ଆକାଉଣ୍ଟକୁ ବ୍ୟାନ୍ କରିଦେଇଛନ୍ତି।

ପହଲଗାମ ଆକ୍ରମଣ ପରେ ଭାରତ ଆଇଏସ୍ପିଆର ଏବଂ ଆଇଏସଆଇ ସହିତ ଜଡିତ ଅନେକ ପାକିସ୍ତାନୀ ସାମ୍ବାଦିକଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ମଧ୍ୟ ନିଷିଦ୍ଧ କରିଛି।

ପୂର୍ବରୁ, ଭାରତ ପାକିସ୍ତାନୀ ଖବର ଏବଂ ସୋସିଆଲ ମିଡିଆ ପ୍ରଭାବଶାଳୀଙ୍କ ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକୁ ନିଷିଦ୍ଧ କରିଥିଲା। ଭାରତ ଜିଏଏନ, ଜିଓ ନ୍ୟୁଜ୍ , ଡନ୍ ନ୍ୟୁଜ୍,ସାମା ଟିଭି ଭଳି ଅନେକ ୟୁଟ୍ୟୁବ୍  ଚ୍ୟାନେଲକୁ ବନ୍ଦ କରିଦେଇଥିଲା।

କେନ୍ଦ୍ର ସରକାର ସୋମବାର ଦିନ ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ନିଷେଧ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଚ୍ୟାନେଲଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୁପାରିଶ କରିଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକ ଭାରତ ବିରୁଦ୍ଧରେ ଉତ୍ତେଜନାମୂଳକ ସୂଚନା ପ୍ରସାର କରୁଥିବା ଅଭିଯୋଗ କରିଥିଲା।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହାର ସୁପାରିଶରେ କହିଥିଲା ​​ଯେ, ଏହି ପାକିସ୍ତାନ ପ୍ରାୟୋଜିତ ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକ ଭାରତୀୟ ସେନା ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ବିରୁଦ୍ଧରେ ଭ୍ରମାତ୍ମକ ପ୍ରଚାର ପ୍ରସାର କରିବା ପାଇଁ କାମ କରୁଛିନ୍ତି। ଏହା ବ୍ୟତୀତ, ଉତ୍ତେଜକ ଏବଂ ସାମ୍ପ୍ରଦାୟିକ ଭାବରେ ସମ୍ବେଦନଶୀଳ ବିଷୟବସ୍ତୁ ମଧ୍ୟ ମିଥ୍ୟା ସୂଚନା ପ୍ରସାର କରିବାରେ ସାହାଯ୍ୟ କରିଥାନ୍ତି।

ଅଧିକ ପଢ଼ନ୍ତୁ: ଅସୀମ ମୁନିରଙ୍କ କାର୍ଯ୍ୟକଳାପକୁ ଲୁଚାଇବାକୁ ଚେଷ୍ଟା କରୁଛି ଆଇଏସଆଇ, ପହଲଗାମ ଆକ୍ରମଣ ନେଇ ସଙ୍କଟରେ ପାକିସ୍ତାନ

ଭାରତ ସରକାର ଜାତୀୟ ସୁରକ୍ଷାକୁ ଆଖି ଆଗରେ ରଖି ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକୁ ଅବରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ। ସରକାର ନିଷିଦ୍ଧ ଚ୍ୟାନେଲଗୁଡ଼ିକ ବିଷୟରେ ସୂଚନା ଦେଇ ଏକ ବିଜ୍ଞପ୍ତି ସହିତ ଏକ ତାଲିକା ଜାରି କରିଥିଲେ।

ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନକୁ ଯେଉଁଭଳି ଜବାବ ଦେଇଛନ୍ତି। ଏହା ମାଧ୍ୟମରେ ପାକିସ୍ତାନର ଅସନ୍ତୋଷ ସ୍ପଷ୍ଟ ଭାବରେ ଦେଖାଯାଉଛି। ପହଲଗାମ ଆକ୍ରମଣ ସମ୍ପର୍କରେ ପାକିସ୍ତାନର ଅନେକ ନେତା ନିରନ୍ତର ଅବାନ୍ତର ଏବଂ ଉତ୍ତେଜନାମୂଳକ ଭାଷଣ ଦେଉଛନ୍ତି। ନିକଟରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ କହିଥିଲେ ଯେ, ଆମର ପାଣି ନଚେତ୍ ସେମାନଙ୍କର ରକ୍ତ ସିନ୍ଧୁରେ ବହିବ। ଭୁଟ୍ଟୋଙ୍କ ଏହି ବକ୍ତବ୍ୟ ୧୯୬୦ ମସିହାରୁ ପ୍ରଚଳିତ ସିନ୍ଧୁ ଜଳ ଚୁକ୍ତିନାମାକୁ ସମାପ୍ତ କରିବା ପାଇଁ ଭାରତର ନିଷ୍ପତ୍ତି ପରେ ଆସିଥିଲା।

ଅଧିକ ପଢ଼ନ୍ତୁ: ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ କରିବା ପରେ ଭାରତ ସରକାର ପାକିସ୍ତାନ ବିରୋଧରେ ନେବାକୁ ଯାଉଛନ୍ତି ଆଉ ଏକ ବଡ଼ ପଦକ୍ଷେପ

Digital Strike

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe