Photograph: (google)
ନୂଆଦିଳ୍ଲୀ: ଭାରତୀୟ ବାୟୁସେନାର କାର୍ଯ୍ୟକ୍ଷମ କ୍ଷମତା ବୃଦ୍ଧି କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ଗୁରୁବାର ୧୧୪ଟି ରାଫେଲ ଯୁଦ୍ଧ ବିମାନ କ୍ରୟକୁ ଅନୁମୋଦନ କରିଛି। ସୂତ୍ର ଅନୁଯାୟୀ ଚଳିତ ମାସ ଶେଷରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁଙ୍କ ଗସ୍ତ ପୂର୍ବରୁ ୩.୨୫ ଲକ୍ଷ କୋଟି ଟଙ୍କାର ଏହି ମେଗା ଚୁକ୍ତିକୁ ମଞ୍ଜୁରି ମିଳିଛି। ଏହି ଚୁକ୍ତି ଅନୁୟୀ ୧୧୪ ରାଫେଲ ଯୁଦ୍ଧ ବିମାନ ମଧ୍ୟରୁ ୮୦ ପ୍ରତିଶତ ଘରୋଇ ଉତ୍ପାଦନ ହେବ ବୋଲି ଆଶା କରାଯାଉଛି। ଏହାଦ୍ବାରା ମେକ୍ ଇନ୍ ଇଣ୍ଡିଆ ଫ୍ରେମୱାର୍କ ଅନୁଯାୟୀ ସ୍ୱଦେଶୀ ସାମଗ୍ରୀ ନିର୍ମାଣ ୬୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରେ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବିମାନ କ୍ରୟ ପାଇଁ ଅନୁମତି ପ୍ରଦାନ କରିଥିବା ସୂତ୍ରରୁ ଜଣାପଡ଼ିଛି। ପ୍ରତିରକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା କ୍ରୟ ବୋର୍ଡ଼ ରାଫେଲ ଅଧିଗ୍ରହଣ ପ୍ରସ୍ତାବକୁ ଗତ ମାସ ମଞ୍ଜୁରି ପ୍ରଦାନ କରିଥିଲା। ଏହାଦ୍ବାରା ଡାସଲ୍ଟ ଆଭିଏସନ୍ ସହିତ ଆନୁଷ୍ଠାନିକ ଆଲୋଚନା ଅଧିକ ନିକଟତର ହୋଇପାରିବ। ରାଫେଲ ଯୁଦ୍ଧବିମାନ ଫ୍ରାନ୍ସର ଡାସଲ୍ଟ ଏଭିଏସନ ଦ୍ବାରା ନିର୍ମାଣ କରାଯାଉଛି।
ଆହୁରି ପଢ଼ନ୍ତୁ: ପାସ୍ପୋର୍ଟ ତାଲିକାରେ ଭାରତୀୟ ପାସ୍ପୋର୍ଟ ୭୫ତମ ସ୍ଥାନରେ ରହିଛି
ଭାରତର ପଶ୍ଚିମ ଓ ଉତ୍ତର ସୀମାରେ ବିପଦ ବଢ଼ୁଥିବାବେଳେ ଯୁଦ୍ଧ ବିମାନର ଅଭାବ ରହିଛି। ୪୨ ଯୁଦ୍ଧବିମାନ ପାଇଁ ଅନୁମତି ଥିଲେ ମଧ୍ୟ ଭାରତୀୟ ବାୟୁସେନା ପାଖରେ ମାତ୍ର ୨୯ଟି ଯୁଦ୍ଧ ବିମାନ ରହିଛି। ଫଳରେ ୩.୨୫ ଲକ୍ଷ କୋଟି ଟଙ୍କାର ଏହି ଚୁକ୍ତି ଭାରତୀୟ ଯୁଦ୍ଧବିମାନ ଅଧିଗ୍ରହଣ କ୍ଷେତ୍ରରେ ଏକ ବଡ଼ଧରଣର ଆପୂର୍ତ୍ତି ହେବ। ଏହି ଯୋଜନାରେ ୧୮ ଯୁଦ୍ଧବିମାନ ଉଡ଼ିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅବସ୍ଥାରେ ମିଳିବ ଓ ବାକି ୯୬ଟି ଯୁଦ୍ଧବିମାନକୁ ଭାରତରେ ଆସେମ୍ବଲ କରାଯିବ। ଭାରତୀୟ ବାୟୁସେନା ୮୮ଟି ସିଙ୍ଗଲ-ସିଟ୍ ଓ ୨୬ଟି ଟ୍ବିନ୍ ସିଟ୍ ଯୁଦ୍ଧ ବିମାନ କିଣିବ। ଭାରତ ୨୦୨୦ରେ ପ୍ରଥମ ଥର ରାଫେଲ ଯୁଦ୍ଧବିମାନ ଅମ୍ବାଲାସ୍ଥିତ ବାୟୁସେନା ଷ୍ଟେସନଠାରେ ଗ୍ରହଣ କରିଥିଲା, ପରେ ଏହାକୁ ସେନାରେ ସାମିଲ କରାଯାଇଥିଲା। ବର୍ତ୍ତମାନ ଭାରତ ଦୁଇଟି ରାଫେଲ ଯୁଦ୍ଧବିମାନ ମୁତୟନ କରିଛି।
ଆହୁରି ପଢ଼ନ୍ତୁ: ସ୍ୱର୍ଣ୍ଣିମ ଯୁଗର ଅନ୍ତ: ଦୂରଦର୍ଶନ ଖବର ପାଠିକା ସରଳା ମାହେଶ୍ୱରୀଙ୍କ ପରଲୋକ
Follow Us