India Reduces Dependence: ଚୀନ୍‌ରୁ କମିଛି ମୋବାଇଲ୍‌ ଫୋନ୍‌ ଆମଦାନି, ଆତ୍ମନିର୍ଭରଶୀଳ ହେଉଛି ଭାରତ

Advertisment

ମୋବାଇଲ୍‌ ଫୋନ୍‌ ଭଳି ଉପକରଣ ପାଇଁ ଭାରତ ଚୀନ୍‌ ଉପରେ ଏବେ ପୂର୍ବାପେକ୍ଷା କମ୍‌ ନିର୍ଭର କରୁଛି। ଗତ କିଛି ବର୍ଷ ମଧ୍ୟରେ ଦେଶ ଭିତରେ ନିଜସ୍ବ ଜ୍ଞାନକୌଶଳରେ ମୋବାଇଲ ଫୋନ୍‌ ଉତ୍ପାଦନ ବୃଦ୍ଧି ହେବା ସହିତ ଏହାର ରପ୍ତାନି ମଧ୍ୟ ବୃଦ୍ଧି ହୋଇଛି।

ମୋବାଇଲ୍‌ ଫୋନ୍‌ ଭଳି ଉପକରଣ ପାଇଁ ଭାରତ ଚୀନ୍‌ ଉପରେ ଏବେ ପୂର୍ବାପେକ୍ଷା କମ୍‌ ନିର୍ଭର କରୁଛି। ଗତ କିଛି ବର୍ଷ ମଧ୍ୟରେ ଦେଶ ଭିତରେ ନିଜସ୍ବ ଜ୍ଞାନକୌଶଳରେ ମୋବାଇଲ ଫୋନ୍‌ ଉତ୍ପାଦନ ବୃଦ୍ଧି ହେବା ସହିତ ଏହାର ରପ୍ତାନି ମଧ୍ୟ ବୃଦ୍ଧି ହୋଇଛି।

India Reduces Dependence

India Reduces Dependence Photograph: (sambad.in)

ନୂଆଦିଲ୍ଲୀ: ମୋବାଇଲ୍‌ ଫୋନ୍‌ ଭଳି ଉପକରଣ ପାଇଁ ଭାରତ ଚୀନ୍‌ ଉପରେ ଏବେ ପୂର୍ବାପେକ୍ଷା କମ୍‌ ନିର୍ଭର କରୁଛି। ଗତ କିଛି ବର୍ଷ ମଧ୍ୟରେ ଦେଶ ଭିତରେ ନିଜସ୍ବ ଜ୍ଞାନକୌଶଳରେ ମୋବାଇଲ ଫୋନ୍‌ ଉତ୍ପାଦନ ବୃଦ୍ଧି ହେବା ସହିତ ଏହାର ରପ୍ତାନି ମଧ୍ୟ ବୃଦ୍ଧି ହୋଇଛି। ଫଳରେ ଚୀନ୍‌ରୁ ଭାରତକୁ ମୋବାଇଲ୍‌ ଫୋନ୍‌ ଆମଦାନି ହ୍ରାସ ପାଉଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଚୀନ୍‌ରୁ ଭାରତକୁ ମୋଟ ୩୭୧୦ କୋଟି ଟଙ୍କାର ମୋବାଇଲ୍‌ ଫୋନ୍‌ ଆମଦାନି ହୋଇଛି। ୨୦୧୪-୧୫ରେ ଭାରତ ଚୀନ୍‌ରୁ ୪୮୬୦୯ କୋଟି ଟଙ୍କା ମୂଲ୍ୟର ମୋବାଇଲ୍‌ ଫୋନ୍‌ ଆମଦାନି କରିଥିଲା।

ଜିତୀନ ପ୍ରସାଦ ଦେଲେ ସୂଚନ‌ା

ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ରଖି ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଜିତୀନ ପ୍ରସାଦ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏହି ଦଶ ବର୍ଷ ମଧ୍ୟରେ ଦେଶରୁ ମୋବାଇଲ୍‌ ଫୋନ୍‌ ରପ୍ତାନି ୧୫୬୬ କୋଟି ଟଙ୍କାରୁ ବଢ଼ି ୨,୦୫,୦୧୭ କୋଟି ଟଙ୍କାରେ ପହଞ୍ଚିଛି। ତେବେ କେବଳ ମୋବାଇଲ ଫୋନ୍‌ ଓ ଇଲେଟ୍ରୋନିକ୍‌ ତଥା ଟେଲିକମ୍‌ ଉପକରଣ ନୁହେଁ, ବରଂ ବରଂ ସାର, କେମିକାଲ, ଲୌହ ଓ ଇସ୍ପାତ ଭଳି କ୍ଷେତ୍ରରେ ମଧ୍ୟ ଚୀନ୍‌ରୁ ଆମଦାନୀ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଏହି ସମୟରେ ଚୀନ୍‌ରୁ ସାର ଆମଦାନି ୬୧ ପ୍ରତିଶତ ହ୍ରାସ ପାଇଥିବା ବେଳେ ଲୌହ ଓ ଇସ୍ପାତ ଆମଦାନି ୧୦.୩ ପ୍ରତିଶତ ହ୍ରାସ ପାଇଛି। ବିଭିନ୍ନ ସାମଗ୍ରୀ କ୍ଷେତ୍ରରେ କୌଣସି ଏକ ନିର୍ଦ୍ଦିଷ୍ଟ ରାଷ୍ଟ୍ରରୁ ଆମାଦାନି ହ୍ରାସ କରି ବିକଳ୍ପ ଉତ୍ସରୁ ଆମଦାନି ଉପରେ ଗୁରୁତ୍ବ ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: Ola Uber Rapido Drivers Strike F ebruary 7: ୭ ତାରିଖରେ ଧର୍ମଘଟ ଡାକରା ଦେଲେ ଓଲା, ଉବେର ଓ ରାପିଡୋ ଡ୍ରାଇଭର ସଂଘ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe