India may receive advanced Su-75: ୨୦୨୬ ଶେଷ ସୁଦ୍ଧା ଭାରତକୁ ମିଳିପାରେ ଅତ୍ୟାଧୁନିକ ଏସ୍‌ୟୁ- ୭୫ ଯୁଦ୍ଧବିମାନ

Advertisment

ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ପାଇଁ ଖୁସି ଖବର। ମିଗ୍‌- ୨୯ ଯୁଦ୍ଧ ବିମାନ ପୁରୁଣା ହେଉଥିବାବେଳେ ଭାରତ ରୁଷ୍‌ଠାରୁ ଖୁବ୍‌ଶୀଘ୍ର ନୂଆ ଲଢ଼ୁଆ ଯୁଦ୍ଧ ବିମାନ କିଣିବାକୁ ଯାଉଛି। ଭାରତ ରୁଷ୍‌ର ଅତ୍ୟାଧୁନିକ ଏସ୍‌ୟୁ- ୭୫ ଚେକମେଟ୍ ଯୁଦ୍ଧବିମାନ ଆଣିବାକୁ ଲକ୍ଷ୍ୟ ରଖିଛି।

ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ପାଇଁ ଖୁସି ଖବର। ମିଗ୍‌- ୨୯ ଯୁଦ୍ଧ ବିମାନ ପୁରୁଣା ହେଉଥିବାବେଳେ ଭାରତ ରୁଷ୍‌ଠାରୁ ଖୁବ୍‌ଶୀଘ୍ର ନୂଆ ଲଢ଼ୁଆ ଯୁଦ୍ଧ ବିମାନ କିଣିବାକୁ ଯାଉଛି। ଭାରତ ରୁଷ୍‌ର ଅତ୍ୟାଧୁନିକ ଏସ୍‌ୟୁ- ୭୫ ଚେକମେଟ୍ ଯୁଦ୍ଧବିମାନ ଆଣିବାକୁ ଲକ୍ଷ୍ୟ ରଖିଛି।

Su-75

India may receive advanced Su-75

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ପାଇଁ ଖୁସି ଖବର। ମିଗ୍‌- ୨୯ ଯୁଦ୍ଧ ବିମାନ ପୁରୁଣା ହେଉଥିବାବେଳେ ଭାରତ ରୁଷ୍‌ଠାରୁ ଖୁବ୍‌ଶୀଘ୍ର ନୂଆ ଲଢ଼ୁଆ ଯୁଦ୍ଧ ବିମାନ କିଣିବାକୁ ଯାଉଛି। ଭାରତ ରୁଷ୍‌ର ଅତ୍ୟାଧୁନିକ ଏସ୍‌ୟୁ- ୭୫ ଚେକମେଟ୍ ଯୁଦ୍ଧବିମାନ ଆଣିବାକୁ ଲକ୍ଷ୍ୟ ରଖିଛି। ଏଥିରେ ଉନ୍ନତ ଷ୍ଟିଲ୍ଥ, ରାଡାର ଏବଂ ଇଲେକ୍ଟ୍ରୋନିକ୍ ଯୁଦ୍ଧ ପ୍ରଣାଳି ରହିବାର ଆଶା କରାଯାଉଛି। ୨୦୨୬ ଶେଷ ସୁଦ୍ଧା ଏହାର ନୂତନ ପଞ୍ଚମ ପିଢ଼ିର ଲଢ଼ୁଆ ଯୁଦ୍ଧ ବିମାନ ଏସ୍‌ୟୁ- ୭୫ ଚେକମେଟ୍‌ର ପ୍ରଥମ ଉଡ଼ାଣ କରିବ ବୋଲି ରୁଷ୍ ଘୋଷଣା କରିଛି। ଏହି ବିମାନକୁ ପୁରୁଣା ମିଗ୍‌-୨୯ ଯୁଦ୍ଧ ବିମାନର ଏକ ଆଧୁନିକ ବିକଳ୍ପ ଭାବରେ ବିକଶିତ କରାଯାଉଛି।

ଆଧୁନିକ ଅସ୍ତ୍ରଶସ୍ତ୍ର ବହନ କରିପାରିବ ଏସ୍‌ୟୁ-୭୫

ତଥ୍ୟ ଅନୁଯାୟୀ, ଏସ୍‌ୟୁ-୭୫ ରେଡିଏସନ୍-ନିରୋଧୀ କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଆଧୁନିକ ଅସ୍ତ୍ରଶସ୍ତ୍ର ବହନ କରିପାରିବ। ଏହା ମିଗ୍‌-୨୯ ତୁଳନାରେ ଅଧିକ ଦ୍ରୁତଗାମୀ ତଥା ରେଞ୍ଜ ବିଶିଷ୍ଟ ହେବ ବୋଲି ମଧ୍ୟ ଆଶା କରାଯାଉଛି। ରୁଷ୍‌ ଅଧିକାରୀମାନେ କହିଛନ୍ତି ଯେ, ଏହି ଜେଟ୍ ପଞ୍ଚମ ପିଢ଼ିର ଭାରି ଯୁଦ୍ଧବିମାନ ତୁଳନାରେ ହାଲୁକା, ଅଧିକ ଦକ୍ଷ ଏବଂ ଅଧିକ ସୁଲଭ ହେବା ପାଇଁ ଡିଜାଇନ୍ କରାଯାଇଛି।

୨୦୨୬ରେ ଏସ୍‌ୟୁ-୭୫ ଏହାର ପ୍ରଥମ ଉଡ଼ାଣ ଭରିବ

୨୦୨୬ରେ ଏସ୍‌ୟୁ-୭୫ ଏହାର ପ୍ରଥମ ଉଡ଼ାଣ ଭରିବ, ତେବେ ରୁଷ୍‌ ପକ୍ଷରୁ ଏନେଇ କୌଣସି ନିର୍ଦିଷ୍ଟ ତାରିଖ ଘୋଷଣା କରାଯାଇନାହିଁ। ୨୦୨୧ ଏମଏକେଏସ୍ ଏୟାର ସୋ’ ପରେ ଏସ୍‌ୟୁ-୭୫ର ଏହା ପ୍ରଥମ ଉଡ଼ାଣ ହେବ ବୋଲି ଇଜଭେଷ୍ଟିଆ ରି‌ପୋର୍ଟରେ କୁହାଯାଇଛି। ରୁଷ୍‌ର ପ୍ରତିରକ୍ଷା ଶିଳ୍ପ ଉପରେ କଟକଣା ସତ୍ତ୍ୱେ ରୁଷ୍‌ ଏହାର ଉତ୍ପାଦନ କ୍ଷମତା ଆଗକୁ ବଢାଇ ପାରିବ କି ନାହିଁ ତାହା ଏହି ଉଡ଼ାଣ ପ୍ରମାଣିତ କରିବ। ଏସ୍‌ୟୁ ୭୫କୁ ଏସ୍‌ୟୁ ୫୭ଠାରୁ ହାଲୁକା ଭାବେ ନିର୍ମାଣ କରିବାକୁ ଯୋଜନା ରଖିଥିଲା। ତେବେ ଏସ୍‌ୟୁ-୭୫କୁ ଅନ୍ୟ ଦେଶକୁ ରପ୍ତାନି କରିବା ଲକ୍ଷ୍ୟରେ ରୁଷ୍‌ ପ୍ରସ୍ତୁତ କରିଛି। ରୁଷ୍‌ ଏହି ଜେଟ୍‌ କମ୍ ରାଡାର ଦୃଶ୍ୟମାନତା ଏବଂ ଉନ୍ନତ ଏଭିଓନିକ୍ସ ସହିତ ଆଧୁନିକ ଯୁଦ୍ଧବିମାନ ଚାହୁଥିବା ଦେଶମାନଙ୍କ ପାଇଁ ବିକଶିତ କରୁଛି। 

ତେବେ ୟୁକ୍ରେନ ସହିତ ଯୁଦ୍ଧ ତଥା ଆନ୍ତର୍ଜାତିକ କଟକଣା ମଧ୍ୟରେ ଏସ୍‌ୟୁ- ୭୫ର ବିକାଶ ସହଜ ନଥିଲା। ବହୁ ବର୍ଷ ପରେ ଏକକ ଇଞ୍ଜିନ୍ ଫାଇଟର ନିର୍ମାଣ କରିବା ମଧ୍ୟ ବୈଷୟିକ ଏବଂ ଶିଳ୍ପ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଯଦିଓ କୌଣସି ସରକାରୀ ନିଷ୍ପତ୍ତି ଘୋଷଣା କରାଯାଇ ନାହିଁ, ତେବେ ଏସ୍‌ୟୁ-୭୫ ଚେକମେଟ୍ ପ୍ରଦାନ କରାଯାଉଥିବା ଦେଶମାନଙ୍କ ମଧ୍ୟରେ ଭାରତ ରହିଛି ଏବଂ ଭାରତ ମଧ୍ୟ ଏହା ଉପରେ ନଜର ରଖିଛି।

ଆହୁରି ପଢ଼ନ୍ତୁ: Gautam Gambhir Trolled: ପରାଜୟ ପରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଦକ୍ଷତାକୁ ନେଇ ଉଠିଲା ପ୍ରଶ୍ନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe