Indian Air Force: ଚୀନ୍ ବାୟୁସେନାକୁ ପଛରେ ପକାଇଲା ଭାରତ

ବିଶ୍ୱର ତୃତୀୟ ସବୁଠାରୁ ଶକ୍ତିଶାଳୀ ବାୟୁସେନା ହେଲ‌ା ଭାରତୀୟ ବାୟୁସେନା । ପଛରେ ପଡ଼ିଲା ଚୀନ୍। World Directory of Modern Military Aircraft(WDMMA)ର ସଦ୍ୟତମ ରାଙ୍କିଂରେ ଭାରତୀୟ ବାୟୁସେନା ଚୀନକୁ ପଛରେ ପକାଇ ଦେଇଛି।

indian airforce

IAF Become Third Powerful Air Force Photograph: (Sambad.in)

ନୂଆଦିଲ୍ଲୀ: ବିଶ୍ୱର ତୃତୀୟ ସବୁଠାରୁ ଶକ୍ତିଶାଳୀ ବାୟୁସେନା ହେଲ‌ା ଭାରତୀୟ ବାୟୁସେନା । ପଛରେ ପଡ଼ିଲା ଚୀନ୍। World Directory of Modern Military Aircraft(WDMMA)ର ସଦ୍ୟତମ ରାଙ୍କିଂରେ ଭାରତୀୟ ବାୟୁସେନା ଚୀନକୁ ପଛରେ ପକାଇ ଦେଇଛି। ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ରୁଷ ଦ୍ୱିତୀୟ ସ୍ଥାନରେ ରହିଛି। ଏବେ ନିଜ ଦମ୍‌ରେ ଚୀନକୁ ପଛରେ ପକାଇ ତୃତୀୟ ସ୍ଥାନ ଅଧିକାର କରିଛି ଭାରତ। ଚୀନ୍‌ ପାଖରେ ଭାରତ ତୁଳନାରେ ଅଧିକ ସାମରିକ ବିମାନ ରହିଛି। ହେଲେ WDMMA ବାୟୁସେନାର ଘାତକ କ୍ଷମତାକୁ ଆଧାର କରି ରାଙ୍କିଂ କରିଛି। ଏବେ ଚୀନ୍ ଚତୁର୍ଥ ସ୍ଥାନରେ ରହିଛି।

ଆହୁରି ପଢ଼ନ୍ତୁ: କର୍ଣ୍ଣାଟକ ଜାତି ସର୍ଭେରୁ ଓହରିଲେ ନାରାୟଣ ମୂର୍ତ୍ତି, ସୁଧା ମୂର୍ତ୍ତି

ଜାରି କରାଯାଇଥିବା ରାଙ୍କିଂ କୁହାଯାଇଛି ଯେ, ଆମେରିକୀୟ ବାୟୁାସନାର TruVal ରେଟିଂ (ଟିଭିଆର) ୨୪୨.୯ରହିଛି। ସେହିଭଳି ରୁଷର ଟିଭିଆର ୧୧୪.୨ ଏବଂ ଭାରତର ଟିଭିଆର ରେଟିଂ ୬୯.୪ ରହିଛି। ଅନ୍ୟନକ୍ଷରେ ଚୀନ୍, ଜାପାନ, ଇସ୍ରାଏଲ, ଫ୍ରାନ୍ସ ଏବଂ ଇଂଲଣ୍ଡର ଟିଭିଆର ଯଥାକ୍ରମେ ୬୩.୮, ୫୮.୧, ୫୬.୩, ୫୫.୩ ଏବଂ ୫୫.୩ ରହିଛି।

TruVal ରେଟିଂ କ’ଣ?

WDMMA ସାରା ବିଶ୍ୱରେ ବାୟୁସେନାର ଶକ୍ତିକୁ କ୍ରମାଙ୍କିତ କରିବା ପାଇଁ TruVal ମାପଦଣ୍ଡ ପ୍ରସ୍ତୁତ କରିଛି। ଏଥିରେ ବାୟୁସେନାର ସାମଗ୍ରିକ ଶକ୍ତି ବିଶ୍ଳେଷଣ କରିବା ପାଇଁ ବିମାନର ପରିମାଣ, କ୍ଷମତା, ପ୍ରସ୍ତୁତି ଏବଂ ଫ୍ଲିଟ୍ ପ୍ରଭାବଶାଳୀତାକୁ ଦେଖାଯାଏ। ଏଥିରେ ବିମାନର ସଂଖ୍ୟା ଉପରେ ଗୁରୁତ୍ବ ଦିଆଯାଏ ନାହିଁ, ବରଂ ବାୟୁସେନାର ଆଧୁନିକୀକରଣ, ଲଜିଷ୍ଟିକ୍ ସମର୍ଥନ, ଆକ୍ରମଣ ଏବଂ ପ୍ରତିରକ୍ଷା କ୍ଷମତା ଇତ୍ୟାଦିକୁ ଗୁରୁତ୍ବ ଦିଆଯାଏ। ଏହାକୁ ଆଧାର କରି WDMMA ରାଙ୍କିଂ କରିଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ଆମେ ଏକା ସାଙ୍ଗରେ ଆଫ୍‌ଗାନିସ୍ତାନ-ଭାରତ ସହ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ: ଖ୍ୱାଜା ଆସିଫ୍

Air force | indian air force | China 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe