India to dominate semiconductor market in 5 years: report Photograph: (sambad.in)
ନୂଆଦିଲ୍ଲୀ: ସେମିକଣ୍ଡକ୍ଟର ବଜାରରେ ଆଗାମୀ ସମୟ ଭାରତର ହେବାକୁ ଯାଉଛି। ଏକ ନୂତନ ରିପୋର୍ଟରେ ଏହା କୁହାଯାଇଛି। ଏହି ରିପୋର୍ଟ ୟୁବିଏସ ନାମକ ଏକ ଆର୍ଥିକ କମ୍ପାନି ଦେଇଛି। ରିପୋର୍ଟରେ କୁହାଯାଇଛି ଯେ, ଭାରତର ସେମିକଣ୍ଡକ୍ଟର ଶିଳ୍ପ ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଯାଉଛି। ସେମିକଣ୍ଡକ୍ଟର ହେଉଛି ସେହି ଚିପ୍ ଯାହା ମୋବାଇଲ୍, କମ୍ପ୍ୟୁଟର ଏବଂ ଯାନବାହାନ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ହୁଏ।
ରିପୋର୍ଟ ଅନୁଯାୟୀ, ଭାରତରେ ସେମିକଣ୍ଡକ୍ଟରର ଚାହିଦା ବହୁତ ବଢ଼ିବାକୁ ଯାଉଛି। ୨୦୨୫ ସୁଦ୍ଧା ଏହି ଚାହିଦା ୫୪ ବିଲିୟନ ଡଲାରରେ ପହଞ୍ଚିବ ଏବଂ ୨୦୩୦ ସୁଦ୍ଧା ଏହା ୧୦୮ ବିଲିୟନ ଡଲାରକୁ ବୃଦ୍ଧି ପାଇବ। ଏହାର ଅର୍ଥ ଚହିଦା ପ୍ରାୟ ଦୁଇଗୁଣା ହେବ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଭାରତର ସେମିକଣ୍ଡକ୍ଟର ବଜାର ପ୍ରତିବର୍ଷ ୧୫ ପ୍ରତିଶତ ହାରରେ ବୃଦ୍ଧି ପାଇବ। ଏହାକୁ ସିଏଜିଆର (ଚକ୍ରବୃଦ୍ଧି ବାର୍ଷିକ ଅଭିବୃଦ୍ଧି ହାର) କୁହାଯାଏ।
ହାଇଲାଇଟ୍ସ:
ଭାରତର ସେମିକଣ୍ଡକ୍ଟର ବଜାର ପ୍ରତିବର୍ଷ ୧୫% ବୃଦ୍ଧି ପାଇବ।
୨୦୩୦ ସୁଦ୍ଧା ସେମିକଣ୍ଡକ୍ଟର ଚାହିଦା ଦ୍ୱିଗୁଣିତ ହେବ।
ଭାରତରେ ୨୦% ଚିପ୍ ଡିଜାଇନର୍ ନିଯୁକ୍ତ ହେବେ।
ଭାରତରେ ଅନେକ ଯୁବବର୍ଗ ଅଛନ୍ତି। ବ୍ୟବସାୟରେ ଆଧୁନିକ ଚିପ୍ସର ବ୍ୟବହାର ମଧ୍ୟ ବୃଦ୍ଧି ପାଉଛି। ସରକାର ମଧ୍ୟ ସାହାଯ୍ୟ କରୁଛନ୍ତି। ତେଣୁ, ଭାରତରେ ସେମିକଣ୍ଡକ୍ଟର ବଜାର ବିଶ୍ୱ ତୁଳନାରେ ଦ୍ରୁତ ଗତିରେ ବୃଦ୍ଧି ପାଇବ। ଏଏନଆଇ ଏକ ୟୁବିଏସ ରିପୋର୍ଟ ଆଧାରରେ କହିଛି ଯେ, ଭାରତରେ ହିଁ ସେମିକଣ୍ଡକ୍ଟର ନିର୍ମାଣ ପାଇଁ ପ୍ରୟାସ କରାଯାଉଛି। ଏହା ୨୦୩୦ଦ୍ଧା ପ୍ରାୟ ୧୩ ବିଲିୟନ ରାଜସ୍ୱ ସୃଷ୍ଟି କରିବାକୁ ସକ୍ଷମ ହେବ।
ବର୍ତ୍ତମାନ, ବିଶ୍ୱର କେବଳ ୦.୧ ପ୍ରତିଶତ ସେମିକଣ୍ଡକ୍ଟର ଚିପ୍ସ ଭାରତରେ ଉତ୍ପାଦିତ ହେଉଛି। ଭାରତ ସେମିକଣ୍ଡକ୍ଟର ତିଆରି ପାଇଁ ଆବଶ୍ୟକ ମେସିନ୍ ପାଇଁ ପ୍ରାୟ ୧ ପ୍ରତିଶତ ଖର୍ଚ୍ଚ କରେ। କିନ୍ତୁ ଭାରତରେ ବିଶ୍ୱର ସେମିକଣ୍ଡକ୍ଟର ଚାହିଦାର ୬.୫ପ୍ରତିଶତ। ଯଦିଓ ଭାରତରେ ବର୍ତ୍ତମାନ କମ୍ ଚିପ୍ସ ଉତ୍ପାଦିତ ହେଉଛି, ତଥାପି ଭବିଷ୍ୟତରେ ଭାରତ ଏକ ବଡ଼ ବଜାର ହେବାକୁ ଯାଉଛି।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଅନେକ କମ୍ପାନି ଚୀନ୍ରୁ ସେମାନଙ୍କର ବ୍ୟବସାୟ ସ୍ଥାନାନ୍ତର କରୁଛନ୍ତି । ଏହାର କାରଣ ହେଉଛି ଶୁଳ୍କ ସମ୍ପର୍କରେ ଅନିଶ୍ଚିତତା । କିଛି କମ୍ପାନି 'ଚାଇନା ପ୍ଲସ ୱାନ' ରଣନୀତି ଅଧୀନରେ ଚୀନ୍ ବାହାରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଅର୍ଥାତ୍, ସେମାନେ ଚୀନ୍ ବ୍ୟତୀତ ଅନ୍ୟ କୌଣସି ଦେଶରେ ମଧ୍ୟ ନିଜର କାମ କରୁଛନ୍ତି।
ଅଧିକ ପଢ଼ନ୍ତୁ: କେତେ ବର୍ଷ ଚାଲିବ ତହବୁର ରାଣାର ବିଚାର ପ୍ରକ୍ରିୟା ?
ପ୍ରଯୁକ୍ତିବିଦ୍ୟା ସାମଗ୍ରୀ ନିର୍ମାଣରେ ଚୀନ୍ ଆଗରେ ଅଛି। କିନ୍ତୁ ଭାରତରେ ସଫ୍ଟୱେର୍ ଏବଂ ସେବା ଯୋଗାଇ ଦେଉଥିବା ବହୁତ ଲୋକ ଅଛନ୍ତି। ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ମଧ୍ୟ ଆଗରେ। ବିଶ୍ୱର ପ୍ରାୟ ୨୦ ପ୍ରତିଶତ ଚିପ୍ ଡିଜାଇନର୍ ଭାରତରେ କାମ କରୁଛନ୍ତି। ଏହି ଲୋକମାନେ ଅନ୍ୟ କମ୍ପାନି ପାଇଁ ଚିପ୍ସ ଡିଜାଇନ୍ କରୁଛନ୍ତି।
ଆମେରିକା ଏବଂ ଚୀନ୍ ସେମିକଣ୍ଡକ୍ଟରର ସବୁଠାରୁ ବଡ଼ ବଜାର, କିନ୍ତୁ ଭାରତର ଚାହିଦା ୨୦୨୫ ମସିହାରେ ୫୪ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହା ଦର୍ଶାଉଛି ଯେ, ଭାରତ ସେମିକଣ୍ଡକ୍ଟର ବଜାରରେ କେତେ ଗୁରୁତ୍ୱପୂର୍ଣ୍ଣ ହେଉଛି।
ଅଧିକ ପଢ଼ନ୍ତୁ: ଏଲ୍ଏସ୍ଜି ପାଇଁ ବିଜୟ ଲକ୍ଷ୍ୟ ୧୮୧ ରନ୍
India | semiconductor-industry
Follow Us